୬୩ ପୁରୁଣା, ୪୯ ନୂଆ

ଭୁବନେଶ୍ୱର,୩ା୪(ସୁନିତ୍‌ ମିଶ୍ର): ଦୁଇଟି ପର୍ଯ୍ୟାୟରେ ୨୧ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବାର ସପ୍ତାହ ପରେ ମଙ୍ଗଳବାର ଭାଜପା ପକ୍ଷରୁ ରାଜ୍ୟର ୧୧୨ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଭାଜପା ଉଭୟ ବରିଷ୍ଠ ଏବଂ ଯୁବ ଚେହେରାଙ୍କୁ ସୁଯୋଗ ଦେଇଥିବା ଜଣାପଡ଼ିଛି। ଏଥିରେ ୮ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ଟିକେଟ ଘୋଷଣାରେ ବିଳମ୍ବ ହେବାରୁ ଅନେକ ନେତା ଚିନ୍ତାରେ ଥିଲେ। ଗତ ନିର୍ବାଚନରେ ବିଜୟୀ ହୋଇଥିବା ୧୭ ବିଧାୟକଙ୍କୁ ଟିକେଟ ମିଳିଥିବାବେଳେ ଅଧିକାଂଶ ପୁରୁଣା ପ୍ରାର୍ଥୀଙ୍କୁ ଏଥର ମଧ୍ୟ ରିପିଟ୍‌ କରାଯାଇଛି। ତେବେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଭଳି ଅନ୍ୟ କେତେକ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଚୟନକୁ ନନେଇ ବିରୋଧାଭାଷ ମଧ୍ୟ ଦେଖିବାକୁ ମିଳିଛି। ବିଶେଷକରି ପୂର୍ବତନ ମନ୍ତ୍ରୀ ତଥା ରଣପୁର ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଆସୁଥିବା ସୁରମା ପାଢ଼ୀଙ୍କୁ ଏଥର ଦଳ ଟିକେଟ ଦେଇ ନାହିଁ। ତାଙ୍କ ସ୍ଥାନରେ ତାପସ ରଞ୍ଜନ ମାର୍ଥାଙ୍କୁ ଦଳ ଟିକେଟ ଦେଇଛି। ଅନ୍ୟପକ୍ଷରେ ଏଥର ବହୁ ବରିଷ୍ଠ ନେତାଙ୍କ ଉତ୍ତରାଧିକାରୀମାନଙ୍କୁ ସୁଯୋଗ ଦିଆଯାଇଥିବା ଦେଖିବାକୁ ମିଳିଛି। ସେହିପରି ଅନ୍ୟ ଦଳରୁ ଆସି ନିକଟରେ ଭାଜପାରେ ଯୋଗ ଦେଇଥିବା ୯ ଜଣଙ୍କୁ ମଧ୍ୟ ଦଳ ଟିକେଟ ଦେଇଛି।
ଭାଜପା ଘୋଷଣା କରିଥିବା ୧୧୨ ପ୍ରାର୍ଥୀ ତାଲିକା ମଧ୍ୟରେ ୧୭ ଜଣ ବିଧାୟକଙ୍କୁ ରିପିଟ୍‌ କରିଥିବାବେଳେ ଗତଥର ଟିକେଟ ପାଇଥିବା ୬୩ ଜଣଙ୍କ ଉପରେ ଦଳ ପୁଣି ଭରସା କରିଛି। ଅନ୍ୟପଟେ ବାକି ୪୯ଟି ଆସନରେ ଭାଜପା ନୂଆ ମୁହଁଙ୍କୁ ଆଗକୁ ଆଣିଛି। ଗତଥର ଭାଜପା ମୋଟ୍‌ ୨୩ଟି ବିଧାନସଭା ଆସନରେ ବିଜୟ ଲାଭ କରିଥିଲା। ଏହାସହ ପାଖାପାଖି ୮୦ଟି ଆସନରେ କଡ଼ା ଟକ୍କର ଦେବାରେ ସକ୍ଷମ ହେବା ସଙ୍ଗେସଙ୍ଗେ ଏହି ସ୍ଥାନଗୁଡ଼ିକରେ ଅଳ୍ପ କିଛି ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲା। ଏହି ଆସନଗୁଡ଼ିକରେ ଏଥର ଭାଜପା ବିଜୟ ଲାଭ କରିବ ବୋଲି ଦମ୍ଭୋକ୍ତି ଦେଖାଉଛି। ଗତଥର ବରଗଡ଼ ଏମ୍‌ପି ହୋଇଥିବା ଭାଜପା ନେତା ସୁରେଶ ପୂଜାରୀଙ୍କୁ ଏଥର ଲୋକ ସଭା ବଦଳରେ ବ୍ରଜରାଜନଗର ଆସନରୁ ଟିକେଟ ମିଳିଛି। ନୂଆପଡ଼ା ଆସନରେ ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ଏମ୍‌ପି ଥିବା ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ କୁମାର ପଣ୍ଡାଙ୍କୁ ଦଳ ଟିକେଟ ଦେଇଛି। ଭବାନୀପାଟଣା ଆସନରୁ ପୂର୍ବତନ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କୁ ଦଳ ଟିକେଟ ଦେଇଛି। ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏଥର ଚାନ୍ଦବାଲି ଆସନରୁ ନିର୍ବାଚନ ଲଢ଼ିବେ। ବଡମ୍ବା ବିଧାନସଭା ଆସନରୁ ପୂର୍ବତନ ଇନ୍‌କମ ଟ୍ୟାକ୍ସ କମିଶନର ସମ୍ବିତ ତ୍ରିପାଠୀଙ୍କୁ ଦଳ ଟିକେଟ ଦେଇଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଣିଥରେ ସମ୍ବଲପୁର ଆସନରୁ ପ୍ରାର୍ଥୀ ହୋଇଛନ୍ତି। ନିକଟରେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଥିବା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡି ଏବଂ ଆକାଶ ଦାସ ନାଏକଙ୍କୁ କୋରେଇ ଆସନରୁ ଦଳ ପ୍ରାର୍ଥୀ କରିଛି। ଜୟଦେବ ନିର୍ବାଚନମଣ୍ଡଳୀରୁ ଅରବିନ୍ଦ ଢାଲିଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ନିକଟରେ ଭାଜପାରେ ଯୋଗ ଦେଇଥିବା ପ୍ରିୟଦର୍ଶୀ ମିଶ୍ରଙ୍କୁ ଦଳ ଉତ୍ତର-ଭୁବନେଶ୍ୱର ଆସନରୁ ପ୍ରାର୍ଥୀ କରିଛି। ତେବେ ଗତଥର ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ଭାଜପାରୁ ପୀତାମ୍ବର ଆଚାର୍ଯ୍ୟ ପ୍ରାର୍ଥୀ ହୋଇଥିବାବେଳେ ଏଥର ତାଙ୍କ ବଦଳରେ ଶିଶିର ମିଶ୍ରଙ୍କୁ ପ୍ରାର୍ଥୀ କରାଯାଇଛି। ଭାଜପା ପକ୍ଷରୁ ପ୍ରକାଶ ପାଇଥିବା ୧୧୨ଜଣିଆ ତାଲିକା ମଧ୍ୟରୁ ସର୍ବାଧିକ ଗଞ୍ଜାମ ଜିଲାର ୧୨ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିସାରିଛି। ତେବେ ଭାଜପା ଏବଂ ବିଜେଡିରୁ ଆସି ଦଳରେ ମିଶିଥିବା ବିଧାୟକମାନଙ୍କୁ ମିଶାଇଲେ ମୋଟ୍‌ ୧୮ ଜଣ ବିଧାୟକଙ୍କୁ ଟିକେଟ ଦିଆଯାଇଛି।
ଭାଜପା ପକ୍ଷରୁ ଘୋଷଣା ହୋଇଥିବା ତାଲିକାରେ ମୋଟ ୮ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଏହା ମୋଟ ତାଲିକାର ୭.୧୪ ପ୍ରତିଶତ ହେବ। ବାକି ୩୫ ଆସନରେ ଦଳ ପ୍ରାର୍ଥୀ ଘୋଷଣା କରିନାହିଁ। ଏହାସହ ବିଜେଡିରୁ ଆସିଥିବା ଆହୁରି ବହୁ ନେତାଙ୍କୁ ଦଳ ଏପର୍ଯ୍ୟନ୍ତ ଟିକେଟ ଦେଇ ନ ଥିବାବେଳେ ବାକିଥିବା ଆସନରେ ଥଇଥାନ କରିବ ବୋଲି ଜଣାପଡ଼ିଛି। ଅରିନ୍ଦମ ରାୟ, ଅନୁଭବ ମହାନ୍ତି, ଦେବାଶିଷ ନାଏକଙ୍କୁ ଦଳ ଏପର୍ଯ୍ୟନ୍ତ ଟିକେଟ ଦେଇନାହିଁ। ହେଲେ ଗତ ଧାମନଗର ଉପନିର୍ବାଚନ ସମୟରେ ବିଜେଡିରୁ ବିଦ୍ରୋହୀ ସାଜିଥିବା ରାଜୁ ଦାସଙ୍କୁ ସୋର ବିଧାନସଭା ଆସନରୁ ଦଳ ପ୍ରାର୍ଥୀ କରିଛି। କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ଏଥର ଲୋକ ସଭା ପ୍ରାର୍ଥୀ କରାଯାଇ ନ ଥିବାବେଳେ ଏପର୍ଯ୍ୟନ୍ତ ବିଧାନସଭା ଟିକେଟ ମଧ୍ୟ ମିଳି ନ ଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଭୁବନେଶ୍ୱର ଏକାମ୍ର ଆସନରୁ ବାବୁ ସିଂ, ମଧ୍ୟରୁ ଜଗନ୍ନାଥ ପ୍ରଧାନଙ୍କୁ ଦଳ ଆଉଥରେ ରିପିଟ୍‌ କରିଥିବା ବେଳେ ଉତ୍ତର ଆସନରେ ଦଳ ପ୍ରିୟଦର୍ଶୀଙ୍କୁ ଟିକେଟ ଦେଇଛି। ସେହିପରି ପୁରୀ ବିଧାନସଭା କ୍ଷେତ୍ରରେ ଜୟନ୍ତ ଷଡ଼ଙ୍ଗୀଙ୍କୁ ଦଳ ଟିକେଟ ଦେଇଥିବା ବେଳେ ବ୍ରହ୍ମଗିରି ଆସନରୁ ବିଧାୟକ ଥିବା ଲଳିତେନ୍ଦ୍‌ୁ ବିଦ୍ୟାଧର ମହାପାତ୍ରଙ୍କୁ ପରିବର୍ତ୍ତନ କରି ତାଙ୍କ ଝିଆରୀ ଉପାସନା ମହାପାତ୍ରଙ୍କୁ ଦଳ ଟିକେଟ ଦେଇଛି। ତେବେ ବିଜେଡିରୁ ଆସି ସାମିଲ ହୋଇଥିବା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଦଳ କେଉଁ ଆସନରୁ ପ୍ରାର୍ଥୀ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ଚର୍ଚ୍ଚା ଅନୁଯାୟୀ ପ୍ରଶାନ୍ତ ଖୋର୍ଦ୍ଧାରୁ ପ୍ରାର୍ଥୀ ହେବାକୁ ଚାହୁଁଥିବା ବେଳେ ଏଠାରେ ଦଳର ପୁରୁଣା ପ୍ରାର୍ଥୀ କେଁ ସୃଷ୍ଟି କରିଛନ୍ତି। ତେଣୁ ପ୍ରଶାନ୍ତଙ୍କୁ ଦଳ କେଉଁଠାରୁ ପ୍ରାର୍ଥୀ କରିବ ସେନେଇ ଚିନ୍ତାରେ ରହିଛି। ନୀଳଗିରି ଆସନରୁ ଭାଜପାରୁ ନିର୍ବାଚନ ଲଢ଼ି ୨୦୧୯ରେ ବିଧାୟକ ହୋଇଥିବା ସୁକାନ୍ତ ନାଏକ ନିକଟରେ ବିଜେଡିରେ ଯୋଗ ଦେଇଛନ୍ତି। ତେଣୁ ଏହି ଆସନରେ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ଭକ୍ତ: କଂଗ୍ରେସରୁ ନିଳମ୍ବିତ ହେଲେ ୩ ସରପଞ୍ଚଙ୍କ ସହ…

ରାୟଗଡା,୫।୨(ଆଶିଷ ରଞ୍ଜନ ପଣ୍ଡା): ଗୁଡାରି ବ୍ଲକ ଅଧକ୍ଷାଙ୍କ ବିରୋଧରେ ଆଗତ ହୋଇଥିବା ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଦଳ ବିରୋଧୀ କାର୍ଯ୍ୟ ଓ ବିଶୃଙ୍ଖଳା ଆଚରଣ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ଶେଷ ଭିଡିଓ, ଜାଣନ୍ତୁ ବିମାନ ଦୁର୍ଘଟଣା ପୂର୍ବରୁ କ’ଣ କହିଥିଲେ? ଭାବବିହ୍ବଳ କରୁଛି…

ମୁମ୍ବାଇ,୫।୨: ମହାରାଷ୍ଟ୍ରର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଅଜିତ ପାୱାରଙ୍କ ଏକ ଶେଷ ଭିଡିଓ ସାମ୍ନାକୁ ଆସିଛି, ଯାହା ରାଜ୍ୟ ରାଜନୈତିକ…

ପୁଣି ହନିମୁନରେ ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ପ୍ରେମିକ ସହ ମିଶି ରଚିଲେ ଦୁର୍ଘଟଣାର ନାଟକ

ଶ୍ରୀଗଙ୍ଗାନଗର,୫।୨: ରାଜସ୍ଥାନରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ସାମ୍ନାକୁ ଆସିଛି। ଜଣେ ନବବିବାହିତ ଯୁବକଙ୍କୁ ତାଙ୍କ ସ୍ତ୍ରୀ ନିଜ ପ୍ରେମିକ ସହ ମିଶି ଅତି ନିର୍ମମ ଭାବେ…

‘ମୋଦି, ତୁମର କବର ଖୋଳାଯିବ’, କାହିଁକି ଏପରି ସ୍ଲୋଗାନ ଦେଉଛି କଂଗ୍ରେସ? ରାଜ୍ୟ ସଭାରେ ପ୍ରଧାନମନ୍ତ୍ରୀ ମୋଦି ଦେଲେ…

ନୂଆଦିଲ୍ଲୀ,୫।୨: ରାଜ୍ୟ ସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବିବୃତ୍ତିରେ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ। ସେ କହିଥିଲେ…

ବିବାହ ଚର୍ଚ୍ଚା ଭିତରେ ବେବି ବମ୍ପ ସହ ନଜର ଆସିଲେ ଅଭିନେତ୍ରୀ, ସାଥିରେ ଥିଲେ ବିବାହିତ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମୃଣାଲ ଠାକୁର ବର୍ତ୍ତମାନ ଅଭିନେତା ଧନୁଷଙ୍କ ସହ ତାଙ୍କ ସମ୍ପର୍କ ଏବଂ ତାଙ୍କ ବିବାହ ଯୋଜନା ପାଇଁ ଖବରରେ ଅଛନ୍ତି। ଅଭିନେତ୍ରୀ ସମ୍ପ୍ରତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri