Posted inଜାତୀୟ

୯୩ ଆସନରେ ୬୨% ମତଦାନ

ନୂଆଦିଲ୍ଲୀ,୮ା୫: ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ୧୦ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ୯୩ଟି ଲୋକ ସଭା ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ମତଦାନ ହାର ପାଖାପାଖି ୬୨ ପ୍ରତିଶତ ରହିଛି। ଏହି ପର୍ଯ୍ୟାୟରେ ଗୁଜରାଟର ୨୬ ଆସନ, କର୍ନାଟକର ୧୪, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ମଧ୍ୟପ୍ରଦେଶର ୯, ଛତିଶଗଡ଼ର ୭, ବିହାରର ୫, ଆସାମ ଓ ପଶ୍ଚିମବଙ୍ଗର ୪ଟି ଲେଖାଏ, ଗୋଆ ଏବଂ ଦାଦ୍ରା ନଗର ହାବେଳି ଓ ଡାମନର ୨ଟି ଲେଖାଏ ଆସନରେ ମତଦାନ ହୋଇଥିଲା। ପଶ୍ଚିମବଙ୍ଗରେ କାଁଭାଁ ହିଂସାକୁ ବାଦ୍‌ ଦେଲେ ଅନ୍ୟ କୌଣସି ସ୍ଥାନରେ ଗଣ୍ଡଗୋଳର ଖବର ମିଳିନାହିଁ। ଆସାମରେ ସର୍ବାଧିକ ୭୫.୫୩ ପ୍ରତିଶତ ମତଦାନ ହୋଇଥିବାବେଳେ ଗୋଆରେ ୭୪.୪୭%, ପଶ୍ଚିମବଙ୍ଗରେ ୭୩.୯୩% ଏବଂ ମହାରାଷ୍ଟ୍ରରେ ସର୍ବନିମ୍ନ ୫୫.୫୪% ମତଦାନ ହୋଇଛି। ବିହାରରେ ୫୬.୫୫ ପ୍ରତିଶତ ଏବଂ ଗୁଜରାଟରେ ୫୬.୯୮ ପ୍ରତିଶତ ଭୋଟିଂ ହୋଇଥିବା ନିର୍ବାଚନ କମିଶନଙ୍କ ତଥ୍ୟରୁ ଜଣାପଡ଼ିଛି।
ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ହୋଇଥିବାବେଳେ ୧୭ କୋଟିରୁ ଊର୍ଦ୍ଧ୍ୱ ମତଦାତା ୧ ଲକ୍ଷ ୮୫ ହଜାର ଭୋଟକେନ୍ଦ୍ରରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଏହି ପର୍ଯ୍ୟାୟରେ ବରିଷ୍ଠ ଭାଜପା ନେତା ଅମିତ୍‌ ଶାହା, ମନସୁଖ ମାଣ୍ଡବ୍ୟ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରହଲ୍ଲାଦ ଜୋଷୀ, ଶିବରାଜ ସିଂ ଚୌହାନ, ବାସବରାଜ ବୋମାଇ, କଂଗ୍ରେସ ନେତା ଦିଗବିଜୟ ସିଂ, ସମାଜବାଦୀ ପାର୍ଟିର ଡିମ୍ପଲ ଯାଦବ ଏବଂ ଏନ୍‌ସିପି(ଏସ୍‌ପି) ନେତ୍ରୀ ସୁପ୍ରିୟା ସୁଲେ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ସେମାନଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ମଙ୍ଗଳବାରର ଭୋଟ ସହ ଅର୍ଦ୍ଧାଧିକ ସଂସଦୀୟ ଆସନରେ ମତଦାନ ଶେଷ ହୋଇଛି। ସୁରଟର କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯିବାରୁ ଭାଜପା ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଥିଲେ।
ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଏବଂ ଜଙ୍ଗିପୁର ଆସନର କେତେକ ସ୍ଥାନରେ ଟିଏମ୍‌ସି, ଭାଜପା ଏବଂ କଂଗ୍ରେସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଉକ୍ତ ଦଳଗୁଡ଼ିକ ତରଫରୁ ନିର୍ବାଚନୀ ହିଂସା, ପୋଲିଂ ଏଜେଣ୍ଟଙ୍କୁ ଆକ୍ରମଣ, ଭୋଟରଙ୍କୁ ଧମକାଇବା ଆଦି ଅଭିଯୋଗ ହୋଇଛି। ସକାଳ ୯ଟା ସୁଦ୍ଧା ନିର୍ବାଚନ କମିଶନଙ୍କୁ ୧୮୨ଟି ଅଭିଯୋଗ ମିଳିଥିବାବେଳେ ସେଥିରୁ ଅଧିକାଂଶ ଉପରୋକ୍ତ ୨ ନିର୍ବାଚନ ମଣ୍ଡଳୀରୁ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦରେ ଭୋଟ ଦେଇଛନ୍ତି। ପୂର୍ବ ୨ ପର୍ଯ୍ୟାୟରେ ମତଦାନ ଆପାତତଃ ହିଂସାମୁକ୍ତ ଥିବାରୁ ପ୍ରଧାନମନ୍ତ୍ରୀ ନିର୍ବାଚନ କମିଶନଙ୍କୁ ପ୍ରଶଂସା କରିଛନ୍ତି। ଅହମଦାବାଦ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଗାନ୍ଧୀନଗର ସଂସଦୀୟ କ୍ଷେତ୍ର ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri