Categories: ଫୁରସତ

୬୧୦ କି.ଗ୍ରା.ରୁ ୬୩ କି.ଗ୍ରା.

ମେଦବହୁଳତା ଅନେକ ରୋଗକୁ ଡାକି ଆଣିଥାଏ। ଚଲାବୁଲା କରି ହୁଏନା। ସାଧାରଣଭାବେ ଜିଇ ହୁଏନା। ଜୀବନ ଦୁର୍ବିସହ ହୋଇଯାଏ। ଏମିତି ଅନେକ ମୋଟା ଲୋକଙ୍କୁ ଆପଣମାନେ ଦେଖିଥିବେ। ହେଲେ ସାଉଦୀର ଜରଜାନ ସହରରେ ରହୁଥିବା ଖାଲିଦ ମୋହସିନ ଅଲ ଶାୟରୀଙ୍କ ପରି ମୋଟା ଲୋକ ଦେଖି ନ ଥିବେ। ମାତ୍ର ୧୭ ବର୍ଷ ବୟସରେ ତାଙ୍କ ଶରୀରର ଓଜନ ୬୦୯ କି.ଗ୍ରା ଥିଲା। ଏତେ ମୋଟା ହୋଇଥିବାରୁ ସେ ଚଲାବୁଲା କରିପାରୁ ନ ଥିଲେ। ବହୁତ ଅସୁସ୍ଥ ରହୁଥିଲେ। ୨୦୧୩ରେ ଯେବେ ତାଙ୍କ ଦେହ ଅତ୍ୟଧିକ ଖରାପ ହେଲା ଡାକ୍ତରଖାନା ନେବା ଲାଗି ଦ୍ୱିତୀୟ ମହଲାରୁ ତଳ ମହଲାକୁ ଶିଡ ଦେଇ ଆଣିବା ସମ୍ଭବ ହୋଇ ନ ଥିଲା। ତେଣୁ କାନ୍ଥ ଭାଙ୍ଗି କ୍ରେନ ସାହାଯ୍ୟରେ ତାଙ୍କୁ ଟେକି ବାହାରକୁ ଅଣାଯାଇଥିଲା। ଆଉ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର କହିଥିଲେ ଶରୀରର ଅତ୍ୟଧିକ ଓଜନ ତାଙ୍କ ଜୀବନ ପାଇଁ ବିପଜ୍ଜନକ। ମେଡିକାଲ ପହଞ୍ଚତ୍ବାବେଳେ ତାଙ୍କ ଓଜନ ୬୧୦ କିଗ୍ରା. ଥିଲା। ସେତେବେଳେ ସେ ପୃଥିବୀର ସବୁଠାରୁ ମୋଟା କିଶୋର ଭାବେ ପରିଚିତ ହେଉଥିଲେ। ତେଣୁ ଡାକ୍ତର ତାଙ୍କ ଓଜନ କମାଇବାକୁ ଅନେକ ଚେଷ୍ଟା କଲେ। ତାଙ୍କୁ ଷ୍ଟ୍ରିକ୍ଟ ଡାଏଟ୍‌ରେ ରଖିବା ସହ ଖୁବ୍‌ ବ୍ୟାୟାମ କରାଇଥିଲେ। ଆଉ ୬ ମାସ ଭିତରେ ଖାଲିଦ ମୋହସିନଙ୍କର ଓଜନ କମି ୬୩ କି.ଗ୍ରାକୁ ପହଞ୍ଚତ୍ଗଲା। ତାଙ୍କ ଶରୀରର ଏଭଳି ପରିବର୍ତ୍ତନ ଲାଗି ତାଙ୍କୁ ଚିହ୍ନିବା କଷ୍ଟକର ହୋଇଗଲା। କାରଣ ପୂର୍ବର ଓ ଏବେକାର ଶରୀରରେ ଆକାଶ ପାତାଳର ଫରକ ଥିଲା।

Share