ଚାଇନାରେ ୬୧ ବର୍ଷର ରେକର୍ଡ ଭାଙ୍ଗିଲା ଗରମ

ବେଜିଂ,୨୫ା୮: ଏବେ ଚାଇନାରେ ପ୍ରବଳ ଗ୍ରୀଷ୍ମ ଅନୁଭୂତ ହେଉଛି। ଏପରିକି ୬୧ ବର୍ଷ ମଧ୍ୟରେ ଏମିତି ଖରା, ଗରମ କେବେ ହୋଇ ନ ଥିଲା। ପ୍ରବଳ ଗରମ ଯୋଗୁ ଲୋକେ ନାନା ଯନ୍ତ୍ରଣା ଭୋଗୁଛନ୍ତି। ବିଦ୍ୟୁତ୍‌ ସଙ୍କଟ ଦେଖାଦେଇଛି। ଫଳରେ ଅନେକ ବଡ଼ ସହରରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍‌ କାଟ୍‌ ହେଉଛି। ଚାଇନାରେ ବିଦ୍ୟୁତ୍‌ ସଞ୍ଚୟ କରିବାକୁ ଶପିଂ ମଲ୍‌ଗୁଡିକ ମାତ୍ର ୫ ଘଣ୍ଟା ପାଇଁ ଖୋଲାଯାଉଛି।

ଚାଇନାରେ ଗ୍ରୀଷ୍ମର ଅବସ୍ଥା ଏପରି ଯେ, ସିଚୁଆନର ଚୋଙ୍ଗକିଙ୍ଗ ସହରରେ ତାପମାତ୍ରା ୪୫ ଡିଗ୍ରୀ ଅତିକ୍ରମ କରିଛି। କେବଳ ଏତିକି ନୁହେଁ, ଦେଶର କେନ୍ଦ୍ରୀୟ ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଅନେକ ସହରରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରୀରୁ ଅଧିକ ରହୁଛି।

ବିଦ୍ୟୁତ୍‌ ସଙ୍କଟ ହେତୁ ଚାଇନାର ଚୋଙ୍ଗକିଙ୍ଗ ସହରରେ ମଲ୍‌ ମାତ୍ର ୫ ଘଣ୍ଟା ପାଇଁ ଖୋଲାଯାଉଛି। ସମସ୍ତ ଶପିଂ ମଲ୍‌ ବର୍ତ୍ତମାନ ଅପରାହ୍ନ ୪ରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାଯାଉଛି। ଏହା ବ୍ୟତୀତ ଉତ୍ତାପ ବୃଦ୍ଧି ହେତୁ ଚାଇନାରେ ଏସିର ଚାହିଦା ମଧ୍ୟ ବୃଦ୍ଧି ପାଇଛି, ଯେଉଁ କାରଣରୁ ପାଓ୍ବାର ଗ୍ରୀଡ୍‌ରେ ଭାର ମଧ୍ୟ ବଢ଼ିଛି।

ଚାଇନାର ୧୬୫ଟି ସହର ପାଇଁ ଉତ୍ତାପ ସତର୍କ ସୂଚନା ଜାରି କରାଯାଇଛି। ଦ୍ରୁତ ଗତିରେ ବଢୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଲୋକଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଉତ୍ତାପ ସହିତ ଚାଇନାବାସୀ ମଧ୍ୟ ଭୟଙ୍କର ମରୁଡ଼ିର ସମ୍ମୁଖୀନ ହେଉଛନ୍ତି। ଗତ ବର୍ଷ ତୁଳନାରେ ଚଳିତ ଜୁଲାଇରେ ଚାଇନାରେ ୪୦% କମ୍‌ ବର୍ଷା ହୋଇଛି। ୧୯୬୧ରୁ ଆଜି ପର୍ଯ୍ୟନ୍ତ ଜୁଲାଇ ମାସରେ ଏହା ହେଉଛି ସର୍ବନିମ୍ନ ବୃଷ୍ଟିପାତ।

ମରୁଡ଼ି ଚାଇନାର ସିଚୁଆନ, ଜିଆଙ୍ଗସି, ଆନ୍‌ହୁଇ, ହୁବେଇ, ହୁନାନ, ଏବଂ ଚୋଙ୍ଗକିଙ୍ଗ ପରି ୨.୫ ମିଲିୟନ ଲୋକ ଏବଂ ୨.୨ ନିୟୁତ ହେକ୍ଟର ଜମିକୁ ସମ୍ପୂର୍ଣ୍ଣ ଶୁଖାଇ ଦେଇଛି। ଚାଇନାର ଜରୁରିକାଳୀନ ପରିଚାଳନା ମନ୍ତ୍ରଣାଳୟ ଅନୁଯାୟୀ, ମରୁଡ଼ି ହେତୁ ୮ ଲକ୍ଷରୁ ଅଧିକ ଲୋକଙ୍କୁ ତୁରନ୍ତ ସହାୟତା ଆବଶ୍ୟକ।

ଚାଇନାର ଦୀର୍ଘତମ ନଦୀ ୟାଙ୍ଗଜେ ମଧ୍ୟ ଶୁଖି ଯାଇଛି। ଚାଇନାର ଲାଇଫ ଲାଇନ କୁହାଯାଉଥିବା ଏହି ନଦୀ ଏଠାରେ ସବୁଠାରୁ ଉର୍ବର ଜମିକୁ ଜଳସେଚନ କରେ। ଏହା ବ୍ୟତୀତ ୟାଙ୍ଗଜେ ନଦୀ ଚାଇନାର ୪୦୦ ନିୟୁତ ଲୋକଙ୍କୁ ପାନୀୟ ଜଳ ଯୋଗାଇଥାଏ, କିନ୍ତୁ ଏଥର ପ୍ରବଳ ଉତ୍ତାପ ହେତୁ ଏହି ନଦୀ ୫୦ ପ୍ରତିଶତ ଶୁଖିଯାଇଛି।

ମରୁଡ଼ି -ଉତ୍ତାପ ଚାଇନାରେ ଚାଉଳ ଏବଂ ମକା ଫସଲରେ ବ୍ୟାପକ କ୍ଷତି ଘଟାଇବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ବ୍ରାଜିଲ ଏବଂ ଆମେରିକାରୁ ମକା ଆମଦାନୀ କରିବାକୁ ପଡ଼ିପାରେ।

ଚାଇନାର ସିଚୁଆନ ଏବଂ ୟାଙ୍ଗଟେଜ ନଦୀର ଅନେକ ଅଞ୍ଚଳରେ ପନିପରିବା ମୂଲ୍ୟ ତୀବ୍ର ବୃଦ୍ଧି ପାଇଛି। ଏହା ସହିତ ପ୍ରବଳ ଉତ୍ତାପ ଯୋଗୁ କୁକୁଡ଼ା ଫାର୍ମରେ ଅଣ୍ଡା ଉତ୍ପାଦନ ମଧ୍ୟ ହ୍ରାସ ଘଟିଛି, ଯେଉଁ କାରଣରୁ ଅନେକ ଅଞ୍ଚଳରେ ଅଣ୍ଡାର ମୂଲ୍ୟ ୩୦ ପ୍ରତିଶତ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri