୬ ପ୍ରଜାତିର ୬୦୯ ବିଦେଶୀ ପକ୍ଷୀ

ନୟାଗଡ଼/ଗଣିଆ,୧୮।୧(ଲୋକନାଥ ମିଶ୍ର/ସନ୍ତୋଷ କୁମାର ପ୍ରଧାନ)ପକ୍ଷୀଙ୍କ କଳରବରେ ମୁଖରିତ ହୋଇ ଉଠୁଛି ମହାନଦୀର ସାତକୋଶିଆ ଗଣ୍ଡ। ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ସାତକୋଶିଆ ଗଣ୍ଡର ଛାମୁଣ୍ଡିଆ ବନାଞ୍ଚଳର ବଡମୂଳ, କୁସଙ୍ଗ ବନାଞ୍ଚଳର ସୁନାଖଣିଆ ଅଞ୍ଚଳ ସମେତ ପ୍ରାୟ ୨୦ ୟୁନିଟରେ ଥିବା ଜଳାଶ୍ରୟରେ ବିଦେଶୀ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳୁଛି। ଚଳିତ ପକ୍ଷୀ ଗଣନାରେ ସାତକୋଶିଆ ଗଣ୍ଡକୁ ସବୁଠାରୁ ଅଧିକ ଇଣ୍ଡିଆନ ସ୍କିମର ଆସୁଥିବାବେଳେ ସବୁଠାରୁ କମ ସଂଖ୍ୟକ ବିଦେଶଗତ ପକ୍ଷୀ ଲାପିଙ୍ଗ ଆସିଛନ୍ତି। ପକ୍ଷୀ ଗଣନା ରିପୋର୍ଟ କହୁଛି, ମହାନଦୀ ଓ ଆଖପାଖ ଜଳାଶ୍ରୟରେ ୮୮ ପ୍ରଜାତିର ୪୯୧୬ ପକ୍ଷୀଙ୍କ ସମାଗମ ହୋଇଛି। ଏଥିରୁ ୬ ପ୍ରଜାତିର ୬୦୯ ବିଦେଶାଗତ ପକ୍ଷୀ ଅଛନ୍ତି। ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ ଇଣ୍ଡିଆନ ସ୍କିମର ୧୬୦ ଆସିଛନ୍ତି। ଅନ୍ୟପକ୍ଷେ ବିଦେଶାଗତ ପକ୍ଷୀଙ୍କ ମଧ୍ୟରେ କମନ ସ୍ଲାଇଟ୍‌ ୧୭, ୱାକଟେଲ ୧୦୦, ଲାପିଙ୍ଗ ୧୦, ଗ୍ରୀନସାଣ୍ଟ ୬୦, ବ୍ରାହ୍ମଣୀସେଲ ୬୨ ଅଛନ୍ତି। ସେହିପରି ଚାତକ, ମାଛରଙ୍କା, ହଂସରାଳି, ଟେଂଟେଇ, ଭାଲିଆଖାଇ,ଚକୁଆଚକୋଇ ଓ ବ୍ରାହ୍ମଣୀଟକ ପରି ଆଞ୍ଚଳିକ ବା ଦେଶୀୟ ପକ୍ଷୀ ୮୨ ପ୍ରଜାତିର ୪୩୦୭ ଅଛନ୍ତି ବୋଲି ନୟାଗଡ ମହାନଦୀ ବନ୍ୟପ୍ରାଣୀ ଡିଏଫଓ ଫାଲଗୁନି ସାରଥି ମଲ୍ଲିକ ସୂଚନା ଦେଇଛନ୍ତି।
ସ୍ଥାନ ବଦଳାଉଛନ୍ତି ଇଣ୍ଡିଆନ ସ୍କିମର: ଶୀତଋତୁ ଆସିଲେ ସାଇବେରିଆ, ହିମାଳୟ ଓ ଲଦାଖ ଅଞ୍ଚରୁ ବିଦେଶୀ ପକ୍ଷୀମାନେ ମହାନଦୀର ସାତକୋଶିଆ ଗଣ୍ଡ ଓ ଆଖପାଖ ଜଳାଶ୍ରୟରେ ଦେଖିବାକୁ ମିଳେ। ଏହି ପକ୍ଷୀ ସାତକୋଶିଆ ଗଣ୍ଡ ସମେତ ବିଭିନ୍ନ ଜଳାଶ୍ରୟରେ ନଭେମ୍ବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଦେଖାଯାଇଥାନ୍ତି। ଶୀତଋତୁ ପରେ ବିଦେଶାଗତ ପକ୍ଷୀ ନିଜ ଅଞ୍ଚଳକୁ ଫେରି ଯାନ୍ତିି। ବିଦେଶାଗତ ଅତିଥି ପକ୍ଷୀମାନଙ୍କ ମଧ୍ୟରେ ସାଇବେରିଆ ଅଞ୍ଚଳରୁ ଆସୁଥିବା ଇଣ୍ଡିଆନ ସ୍କିମର ପକ୍ଷୀ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ସାତକୋଶିଆ ଗଣ୍ଡରେ ବୋଟିଂ କରୁଥିବା ବେଳେ ଦଳ ଦଳ ଇଣ୍ଡିଆନ ସ୍କିମର ପକ୍ଷୀମାନଙ୍କୁ ଦେଖି ପର୍ଯ୍ୟଟକ ଭରପୁର ମଜ୍ଜା ଉଠାଉଥିଲେ। ଗତ ୨ବର୍ଷ ଧରି ଇଣ୍ଡିଆନ ସ୍କିମର ବଡମୂଳ ଅଞ୍ଚଳରୁ ଆଗଭଳି ଆଉ ଦେଖିବାକୁ ମିଳୁ ନାହାନ୍ତି। ଗୋଟିଏ ସ୍ଥାନରେ ଇଣ୍ଡିଆନ ସ୍କିମର ପ୍ରତିବର୍ଷ ପ୍ରାୟ ଦେଖିବାକୁ ମିଳୁ ନାହାନ୍ତି। ଏହି ବିଦେଶାଗତ ପକ୍ଷୀ ଭିନ୍ନ ଭିନ୍ନ ସ୍ଥାନ ବଦଳାଉଥିବା ଦେଖିବାକୁ ମିଳିଛି। କେତେକ ଇଣ୍ଡିଆନ ସ୍କିମର ପକ୍ଷୀ କଟକ ଜିଲାର ମୁଣ୍ଡୁଳିଠାରେ ବର୍ଷସାରା ସହାବସ୍ଥାନ କରୁଥିବା ବନ୍ୟପ୍ରାଣୀ ବିଭାଗରୁ ସୂଚନା ମିଳଛି। ଖାଦ୍ୟାଭାବ, ପ୍ରତିକୂଳ ପରିବେଶ ଓ ଲୋକଙ୍କ ଅବାଧ ପ୍ରବେଶ ଯୋଗୁ ପକ୍ଷୀମାନେ ବଡମୂଳ ଅଞ୍ଚଳକୁ ପ୍ରାୟ ୨ବର୍ଷ ଧରି ଆସୁ ନ ଥିବା ପରିବେଶବିତ୍‌ ସୂଚନା ଦେଇଛନ୍ତି। ଇଣ୍ଡିଆନ ସ୍କିମର ପକ୍ଷୀ ପ୍ରତିବର୍ଷ ସାତକୋଶିଆ ଗଣ୍ଡକୁ ଆସୁଛନ୍ତି କି ନାହିଁ ଜାଣିବା ପାଇଁ ଗତ ୨୦୧୬-୧୭ ମସିହାରେ ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଓ ପକ୍ଷୀ ବିଶେଷଜ୍ଞଙ୍କ ଦ୍ୱାରା ବାର୍ଡ ରିଙ୍ଗିଙ୍ଗ୍‌ କରାଯାଇଥିଲା। ଇଣ୍ଡିଆନ ସ୍କିମର ପକ୍ଷୀମାନଙ୍କ ଗୋଡରେ ନମ୍ବର ଲେଖାଯାଇଥିବା ଚିପ୍‌ର ରିଙ୍ଗ୍‌ ଲଗାଯାଇଥିଲା। ଚିହ୍ନିତ ହୋଇଥିବା ଏହି ପକ୍ଷୀ ୨ବର୍ଷ ଧରି ଏଠାକୁ ପୁନର୍ବାର ଆସିଥିଲେ। ପରେ ଆଉ ଏଠାକୁ ନ ଆସି କଟକ ଜିଲାର ମୁଣ୍ଡୁଳି ଅଞ୍ଚଳରେ ରହୁଥିବା ପକ୍ଷୀ ଗଣନା ବେଳେ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri