Posted inଜାତୀୟ

ବିଦେଶୀ ଅନୁଦାନ ଲାଇସେନ୍ସ ହରାଇଲେ ୬ ହଜାର ଏନ୍‌ଜିଓ

ନୂଆଦିଲ୍ଲୀ, ୨।୧: ବିଦେଶୀ ଅନୁଦାନ ପାଇବାକୁ ହେଲେ ଯେକୌଣସି ସଂଗଠନ ଏବଂ ଏନ୍‌ଜିଓ ପାଇଁ ଏଫ୍‌ସିଆର୍‌ଏ ପଞ୍ଜୀକରଣ ବାଧ୍ୟତାମୂଳକ। ତେବେ ନୂଆବର୍ଷରେ ଅକ୍ସଫାମ୍‌ ଇଣ୍ଡିଆ, କମନ କଜ୍‌, ଆଇଆଇଟି ଦିଲ୍ଲୀ, ଜାମିଆ ମିଲିଆ ଇସ୍‌ଲାମିଆ, ଇଣ୍ଡିଆନ ମେଡିକାଲ ଆସୋସିଏଶନ, ନେହେରୁ ମେମୋରିଆଲ ମ୍ୟୁଜିୟମ୍‌ ଓ ଲାଇବ୍ରେରି ସମେତ ୬,୦୦୦ରୁ ଊର୍ଦ୍ଧ୍ୱ ସଂସ୍ଥା ବିଦେଶୀ ଅନୁଦାନ ପାଇବା ଲାଇସେନ୍ସ ହରାଇଛନ୍ତି। ଶନିବାର ପଞ୍ଜୀକୃତ ଅନୁଷ୍ଠାନ ଓ ସଂସ୍ଥା ସଂଖ୍ୟା ୧୬,୮୨୯କୁ ଖସିଆସିଛି। ଏମାନେ ହୁଏତ ଏଫ୍‌ସିଆର୍‌ଏ (ବିଦେଶୀ ଅନୁଦାନ ନିୟନ୍ତ୍ରଣ ଆଇନ) ଲାଇସେନ୍ସ ନବୀକରଣ ଲାଗି ଆବେଦନ କରିନାହାନ୍ତି କିମ୍ବା ଏମାନଙ୍କର ଆବେଦନକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଖାରଜ କରିଦେଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଡ୍ୟାସ୍‌ବୋର୍ଡରେ ଦିଆଯାଇଥିବା ସୂଚନା ଅନୁଯାୟୀ ଜାନୁୟାରୀ ୧ରେ ଦେଶର ୧୬,୮୨୯ ସଂଗଠନ ଏଫ୍‌ସିଆର୍‌ଏରେ ପଞ୍ଜୀକୃତ ହୋଇଛନ୍ତି। ଦିନକ ପୂର୍ବରୁ ଏହି ତାଲିକା ୨୨,୮୩୨ ଥିଲା।
ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଡ୍ୟାସ୍‌ବୋର୍ଡ ସୂଚନା ଅନୁଯାୟୀ ଜାନୁୟାରୀ ୧ରେ ୧୨,୫୮୦ ସଂଗଠନର ଏଫ୍‌ସିଆର୍‌ଏ ପଞ୍ଜୀକରଣ ସମୟସୀମା ଶେଷ ହୋଇଛି। ଏହା ଏକ ସଞ୍ଚୟୀ ତାଲିକା ଏବଂ ଉକ୍ତ ସଂଗଠନଗୁଡ଼ିକୁ ଏଫ୍‌ସିଆର୍‌ଏ ପଞ୍ଜୀକରଣରେ ସାମିଲ କରାଯିବ। ପୂର୍ବରୁ ଅନେକ ଥର ଅନୁରୂପ ସ୍ଥିତିରେ ସେମାନଙ୍କୁ ସାମିଲ କରାଯାଇଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି। ମନ୍ତ୍ରଣାଳୟ ରେକର୍ଡ ଅନୁଯାୟୀ ଯେଉଁମାନେ ଏଫ୍‌ସିଆର୍‌ଏ ପଞ୍ଜୀକରଣ ହରାଇଛନ୍ତି, ସେମାନଙ୍କ ମଧ୍ୟରେ କେତେକ ପ୍ରମୁଖ ଅନୁଷ୍ଠାନ ହେଲେ ହମ୍‌ଦର୍ଦ ଏଜୁକେଶନ ସୋସାଇଟି, ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି (ହାଉଜ୍‌ଖାସ୍‌), ଇନ୍ଦିରା ଗାନ୍ଧୀ ନ୍ୟାଶନାଲ ସେଣ୍ଟର ଫର୍‌ ଆଟର୍‌ସ (ଆଇଜିଏନ୍‌ସିଏ), ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପବ୍ଲିକ୍‌ ଆଡ୍‌ମିନିଷ୍ଟ୍ରେଶନ (ଆଇଆଇପିଏ), ନ୍ୟାଶନାଲ ଫାଉଣ୍ଡେଶନ ଫର୍‌ କମ୍ୟୁନାଲ ହାର୍ମୋନି (ଏନ୍‌ଏଫ୍‌ସିଏଚ୍‌), ଦିଲ୍ଲୀ କଲେଜ ଅଫ୍‌ ଇଞ୍ଜିନିୟରିଂ, ଗୋଆ ଫୁଟ୍‌ବଲ ଆସୋସିଏଶନ, ପ୍ରେସ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ, ଦି ଲେପ୍ରା ଇଣ୍ଡିଆ ଟ୍ରଷ୍ଟ ଏବଂ ଇଣ୍ଡିଆନ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (କୋଲକାତା), ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ, ଇମାନୁଏଲ୍‌ ହସ୍ପିଟାଲ ଆସୋସିଏଶନ, ଟ୍ୟୁବରକୁଲୋସିସ୍‌ ଆସୋସିଏଶନ ଅଫ୍‌ ଇଣ୍ଡିଆ, ବିଶ୍ୱ ଧର୍ମାୟତନ, ମହର୍ଷି ଆୟୁର୍ବେଦ ପ୍ରତିଷ୍ଠାନ, ନ୍ୟାଶନାଲ ଫେଡେରେଶନ ଅଫ୍‌ ଫିଶରମେନ୍ସ କୋଅପରେଟିଭ୍‌ ଲିଃ, ଭାରତୀୟ ସଂସ୍କୃତି ପରିଷଦ, ଡିଏଭି କଲେଜ ଟ୍ରଷ୍ଟ ଏବଂ ମ୍ୟାନେଜମେଣ୍ଟ ସୋସାଇଟି, ଗଡରେଜ୍‌ ମେମୋରିଆଲ ଟ୍ରଷ୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ଟିଏମ୍‌ସି ନା ଭାଜପା: ଏଥର ପଶ୍ଚିମବଙ୍ଗରେ କିଏ କରିବ ଶାସନ, ଚମକାଇଲା ଜନମତ ସର୍ଭେ

ନୂଆଦିଲ୍ଲୀ,୬।୪: ଚଳିତ ବର୍ଷ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିମଧ୍ୟରୁ ପଶ୍ଚିମବଙ୍ଗ ଏବଂ ଆସାମରେ ବିଧାନସଭା ନିର୍ବାଚନ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ…

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଆକ୍ରମଣ: ଲୁଟିନେଲେ ରୁପା ଅଳଙ୍କାର

ପୁରୁଷୋତ୍ତମପୁର,୬।୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ଦିନକୁ ଦିନ ଚୋର, ଲୁଟେରାମାନେ ସକ୍ରିୟ ହୋଇପଡ଼ିଛନ୍ତି। ଲୁଟେରାଙ୍କ ଏଭଳି କାର୍ଯ୍ୟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେବା…

କାଳବୈଶାଖୀର ତାଣ୍ଡବ: ବର୍ଷା ପବନରେ ଉଡିଗଲା ରାବଣର ମୁଣ୍ଡ

ନୟାଗଡ,୬।୪(ଲୋକନାଥ ମିଶ୍ର): ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରାର ଲଙ୍କାପୋଡି ପୂର୍ବରୁ ୩୫ ଫୁଟ କାଠର ରାବଣର ମୁଣ୍ଡ ଉଡି ଯାଇ କିଛି ଦୂରରେ ପଡିଛି। ଅପରାହ୍ନରେ ଦଶପଲ୍ଲାରେ…

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri