କେମ୍ବ୍ରିଜ୍‌ ଡିକ୍ସିନାରିରେ ଯୋଡ଼ିହେଲା ୬ ହଜାର ନୂଆ ଶବ୍ଦ

ଲଣ୍ଡନ,୧୯ା୮:କେମ୍ବ୍ରିଜ୍‌ ଡିକ୍ସିନାରି ନିଜର ଅନ୍‌ଲାଇନ ସଂସ୍କରଣରେ ୬ ହଜାର ନୂତନ ଶବ୍ଦକୁ ସ୍ଥାନିତ କରିଛି। ଏଥିମଧ୍ୟରୁ ଅନେକ ହେଉଛି ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ବ୍ୟବହୃତ ହେଉଥିବା ଶବ୍ଦ। ସାଧାରଣତଃ ଜେନ୍‌ ଜେଡ୍‌ ଏବଂ ଜେନ୍‌ ଆଲ୍‌ଫା ଦ୍ୱାରା ଲୋକପ୍ରିୟ ହୋଇଥିବା ଶବ୍ଦ ‘delulu’, ‘skibidi’, ‘tradwife’କୁ କେମ୍ବ୍ରିଜ୍‌ ନିଜ ଶବ୍ଦକୋଷରେ ସ୍ଥାନିତ କରିଛି। ଏନେଇ ଡିକ୍ସିନାରର ପ୍ରକାଶକ ସୋମବାର ସୂଚନା ଦେଇଛନ୍ତି।
କେମ୍ବ୍ରିଜ୍‌ ୟୁନିଭର୍ସିଟି ପ୍ରେସ୍‌ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି, ସାମ୍ପ୍ରତିକ ସ୍ଥିତିରେ ‘tradwife’କୁ ଇନ୍‌ଷ୍ଟାଗ୍ରାମ ଏବଂ ଟିକ୍‌ଟକ୍‌ ପରି ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁ଼ଡ଼ିକରେ ଟ୍ରାଡିସିନାଲଓ୍ବାଇଭ୍‌ ବଦଳରେ ବ୍ୟାପକ ଭାବେ ବ୍ୟବହାର କରାଯାଉଛି। ତେଣୁ ଉକ୍ତ ଶବ୍ଦକୁ ଡିକ୍ସିନାରି ନିଜ ଶବ୍ଦକୋଷରେ ସ୍ଥାନିତ କରିଛି। ସେହିପରି ‘skibidi’ ଶବ୍ଦକୁ ବ୍ୟାପକ ଭାବରେ ବିଭିନ୍ନ ଅନ୍‌ଲାଇନ ମିମ୍ସରେ ବ୍ୟବହାର କରାଯାଉଛି। ଏହି ଶବ୍ଦର କୌଣସି ନିର୍ଦ୍ଦିଷ୍ଟ ଅର୍ଥ ନ ଥିବା ବେଳେ ବିଭିନ୍ନ ସ୍ଥିତିରେ ଭଲ କିମ୍ବା ଖରାପ ଦର୍ଶାଇବା ପାଇଁ ଜେନ୍‌ ଜେଡ୍‌ ଏବଂ ଜେନ୍‌ ଆଲ୍‌ଫାର ୟୁଜର୍ସ ଏହାକୁ ବ୍ୟବହାର କରୁଛନ୍ତି। ସେହିପରି ‘delulu’ ଡିଲ୍ୟୁଶନାଲ ଶବ୍ଦରୁ ଆସିଛି। ୨୦୨୫ରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍‌ବାନିଜ୍‌ ଦେଶର ପାର୍ଲାମେଣ୍ଟରେ ଭାଷଣ ଦେବାବେଳେ ‘delulu’ ଶବ୍ଦର ବ୍ୟବହାର କରିଥିଲେ। ଏକ ସତ୍ୟ ହୋଇ ନ ଥିବା କଥାରେ ବିଶ୍ୱାସ କରିବାକୁ ନେଇ ସମ୍ପ୍ରତି ‘delulu’ ଶବ୍ଦର ବହୁଳ ବ୍ୟବହାର କରାଯାଉଛି। ଅନନ୍ୟ ଫ୍ୟାଶନ ଲୁକ୍‌କୁ ବର୍ଣ୍ଣନା କରିବା ପାଇଁ ସମ୍ପ୍ରତି ବ୍ୟବହୃତ ହେଉଥିବା ‘lewk’, ଇନ୍‌ସ୍ପାରେଶନ ବଦଳରେ ସଂକ୍ଷିପ୍ତ ଭାବେ ବ୍ୟବହୃତ ହେଉଥିବା ‘inspo’ ଶବ୍ଦକୁ ମଧ୍ୟ କେମ୍ବ୍ରିଜ୍‌ ଡିକ୍ସିନାରିର ଶବ୍ଦକୋଷରେ ଯୋଡ଼ାଯାଇଛି। ସେହିପରି କୌଣସି କାର୍ଯ୍ୟ କରୁ ନ ଥିବା ସମୟରେ କାମ କରିବା ପରି ଦେଖେଇ ହେବା ପାଇଁ ସମ୍ପ୍ରତି ବ୍ୟବହୃତ ହୋଇଥିବା ‘mouse jiggler’ ଶବ୍ଦକୁ ମଧ୍ୟ ଡିକ୍ସିନାରି ଶବ୍ଦକୋଷରେ ଯୋଡ଼ାଯାଇଛି। ବୈବାହିକ ସମ୍ପର୍କ ପରି କର୍ମକ୍ଷେତ୍ରରେ ନିଜ ସହକର୍ମୀଙ୍କ ସହ ନିବିଡ଼ ଏବଂ ବିଶେଷ ସମ୍ପର୍କ ପାଇଁ ସମ୍ପ୍ରତି ବ୍ୟାପକ ଭାବେ ବ୍ୟବହୃତ ହେଉଥିବା ‘work spouse’ ଶବ୍ଦ ମଧ୍ୟ କେମ୍ବ୍ରିଜ୍‌ର ଶବ୍ଦକୋଷରେ ସ୍ଥାନ ପାଇଛି। ଡିକ୍ସିନାରି ପକ୍ଷରୁ କେବଳ ସେହି ଶବ୍ଦଗୁଡ଼ିକୁ ନିଜ ଅନ୍‌ଲାଇନ ସଂସ୍କରଣରେ ଯୋଡ଼ାଯାଇଛି, ଯାହାକୁ ଦୀର୍ଘଦିନ ହେବ ବିଭିନ୍ନ କ୍ଷେତ୍ରରେ ବ୍ୟାପକ ଭାବେ ବ୍ୟବହାର କରାଯାଉଛି। ସମୟ ସହ ଇଣ୍ଟରନେଟ ସଂସ୍କୃତି ଇଂରାଜୀ ଭାଷାରେ ପରିବର୍ତ୍ତନ ଆଣୁଛି। ତେଣୁ ଏହାର ପ୍ରଭାବକୁ ପର୍ଯ୍ୟବେକ୍ଷଣ କରିବା ପରେ ସେଥିମଧ୍ୟରୁ କେତେକ ଶବ୍ଦକୁ ଗ୍ରହଣ କରାଯାଇଥିବା ନେଇ କେମ୍ବ୍ରିଜ୍‌ ଡିକ୍ସିନାରିର ଲେକ୍ସିକାଲ ପ୍ରୋଗ୍ରାମ ମ୍ୟାନେଜର କୋଲିନ୍‌ ମ୍ୟାକ୍‌ଇଣ୍ଟୋଶ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri