କଳାହାଣ୍ଡି ଜିଲାର ୬୦ ଆର୍‌ଆଇଙ୍କ ବଦଳି: ଖାଲିପଡ଼ିଛି ୩୦ ପଦବୀ

ଭବାନୀପାଟଣା,୨୯ା୭ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଗତ ଜୁନ ୧୩ରେ ବିଭିନ୍ନ ପଦବୀରେ କାର୍ଯ୍ୟରତ ରାଜସ୍ବ କର୍ମଚାରୀଙ୍କ ବଦଳି ହୋଇଛି। ଏଥିରେ ଜିଲାର ୧୩ ତହସିଲର ୬୦ଜଣ ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କୁ ବଦଳି କରାଯାଇଛି। ଏକସଙ୍ଗେ ଏତେ ସଂଖ୍ୟକ ଆର୍‌ଆଇଙ୍କ ବଦଳି କେତେକଙ୍କୁ ବିସ୍ମିତ କରିଛି। ଜମିଜମା ବାବଦ ସମସ୍ତ କାର୍ଯ୍ୟ ତଥା ରେକର୍ଡ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ଆର୍‌ଆଇଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୁହାଯାଏ ଜମିଜମା ରେକର୍ଡର ପବିତ୍ରତା ହେଉଛି ଅଲ୍ଲଂଘନୀୟ ଓ ତାହା ରାଜସ୍ବ ଅଧିକାରୀଙ୍କ ହାତରେ ସୁରକ୍ଷିତ। ଏପରିସ୍ଥଳେ ଜିଲାରେ ୬୦ ଆର୍‌ଆଇଙ୍କ ବଦଳି ହୋଇଥିବାବେଳେ ଏବେ ବି ୩୦ପଦବୀ ଖାଲି ପଡ଼ିଛି। ସେହିଭଳି ଅତିରିକ୍ତ ରାଜସ୍ବ ନିରୀକ୍ଷକ ୩୫ଜଣ ଥିବାବେଳେ ୭୬ ପଦବୀ ଖାଲି ପଡିଛି। ଅମିନ ସଂଖ୍ୟା ୮୧ରୁ ଅଛନ୍ତି ୨୩ଜଣ। ସେହିପରି କନିଷ୍ଠ ରାଜସ୍ବ ସହ କର୍ମଚାରୀ ପଦବୀ ୧୬୬ରୁ ୬୨ଟିରେ କେହି ନାହାନ୍ତି। ଦୀର୍ଘବର୍ଷ ହେବ ଜିଲା ମୁଖ୍ୟାଳୟରେ ଯେଉଁମାନେ ରହିଛନ୍ତି ସେମାନଙ୍କ ବଦଳି ହେଉନାହିଁ। ୧୦ରୁ ୧୫ବର୍ଷ ହେବ କେତେକ କର୍ମଚାରୀ ଜିଲାର ଭିନ୍ନ ଭିନ୍ନ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି। ବଦଳି ନୀତି କେଉଁ ଆଧାରରେ ଗତି କରୁଛି ତାହା ଜଣାପଡୁନାହିଁ। ନୂଆ ସରକାରଙ୍କ ରାଜସ୍ବ ବିଭାଗ ନୂଆ ନୀତି ଆପଣେଇ ସଂସ୍କାର କଥା କହୁଥିବା ସମୟରେ ବାସ୍ତବ ଚିତ୍ର ପ୍ରତି ଧ୍ୟାନ ଦେବା ଉଚିତ ବୋଲି ଅନେକେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୫ତମ ବାର୍ଷିକ ଉତ୍ସବ ପାଳିଲା କେସିଙ୍ଗା ମହାବିଦ୍ୟାଳୟ, ଛାତ୍ରୀଛାତ୍ରମାନଙ୍କୁ କର୍ମଯୋଗୀ ହେବାକୁ…

କେସିଙ୍ଗା, ୧୫।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଶନିବାର ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ସୁଶାନ୍ତ…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

ଲମ୍ୱା ଯୁଦ୍ଧ ପାଇଁ ଆମେରିକାର ସଜବାଜ

ଓ୍ୱାଶିଂଟନ୍‌,୧୫ା୨: ଇରାନ ଏବଂ ଆମେରିକା ମଧ୍ୟରେ ଆଲୋଚନା ଫେଲ୍‌ ମାରିଛି। ଇରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ଗତ ସପ୍ତାହରେ ଓମାନ ମଧ୍ୟସ୍ଥତାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା…

୧୨.୮୯ କୋଟି ଟଙ୍କାରେ ହେବ ସ୍ଥାୟୀ ରାଜମହଲ

ବରଗଡ଼,୧୫।୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ଧନୁଯାତ୍ରା ମହୋତ୍ସବ ପାଇଁ ସାରାବିଶ୍ୱରେ ବରଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି। ଗତ ଜାନୁୟାରୀ ମାସରେ ୭୮ତମ ଧନୁଯାତ୍ରା ମହୋତ୍ସବ ସରିଯାଇଛି।…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ମହାଶିବରାତ୍ରୀରେ ଉପାସରେ କପିଳାସ ଠାକୁର, ଧାରଣାରେ ସେବାୟତ

ଢେଙ୍କାନାଳ,୧୫।୨(ରତନ ନାୟାର): ରାଜ୍ୟ ତଥା ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଠାକୁର ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜୀଉ ମହାଦେବ ମହାଶିବରାତ୍ରୀ ପାଳନବେଳେ ଉପବାସରେ ରହିଛନ୍ତି l…

କୁଶପଲ୍ଲା ଜଙ୍ଗଲରୁ ହାତୀର ଗଳିତ ଶବ ଜବତ, ହାତୀକୁ ମାରି ଦାନ୍ତ ନେଇଗଲେ ଶିକାରି

ଖୋର୍ଦ୍ଧା,୧୫।୨(ପ୍ରଭାତ ପାଣିଗ୍ରାହୀ): ଖେର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଜଂରେ କିଛି ଦିନ ହେଲା ଜଙ୍ଗଲୀ ହାତୀ ଓ ମଣିଷ ଲଢେଇ ଚାଲିଛି। କେତେବେଳେ ମଣିଷ ତ ଆଉ କେତବେଳେ…

ହ୍ୟାଣ୍ଡଶେକ୍‌ ପ୍ରସଙ୍ଗକୁ ଏଡ଼ାଇଲେ ଉଭୟ ଅଧିନାୟକ

କଲମ୍ୱୋ,୧୫ା୨(ପି.ଟି.): ଆମେ ହାତ ମିଳାଇବୁ କି ନାହିଁ, ତାହା ମ୍ୟାଚ୍‌ ପୂର୍ୱରୁ ଜଣାପଡ଼ିବ। କ୍ରିକେଟ ଉଚିତ ଭାବନା ସହ ଖେଳାଯିବା ଦରକାର। ହେଲେ ମୋ ବ୍ୟକ୍ତିଗତ ମତାମତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri