କଳାହାଣ୍ଡି ଜିଲାର ୬୦ ଆର୍‌ଆଇଙ୍କ ବଦଳି: ଖାଲିପଡ଼ିଛି ୩୦ ପଦବୀ

ଭବାନୀପାଟଣା,୨୯ା୭ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ ଗତ ଜୁନ ୧୩ରେ ବିଭିନ୍ନ ପଦବୀରେ କାର୍ଯ୍ୟରତ ରାଜସ୍ବ କର୍ମଚାରୀଙ୍କ ବଦଳି ହୋଇଛି। ଏଥିରେ ଜିଲାର ୧୩ ତହସିଲର ୬୦ଜଣ ରାଜସ୍ବ ନିରୀକ୍ଷକ (ଆର୍‌ଆଇ)ଙ୍କୁ ବଦଳି କରାଯାଇଛି। ଏକସଙ୍ଗେ ଏତେ ସଂଖ୍ୟକ ଆର୍‌ଆଇଙ୍କ ବଦଳି କେତେକଙ୍କୁ ବିସ୍ମିତ କରିଛି। ଜମିଜମା ବାବଦ ସମସ୍ତ କାର୍ଯ୍ୟ ତଥା ରେକର୍ଡ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ଆର୍‌ଆଇଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କୁହାଯାଏ ଜମିଜମା ରେକର୍ଡର ପବିତ୍ରତା ହେଉଛି ଅଲ୍ଲଂଘନୀୟ ଓ ତାହା ରାଜସ୍ବ ଅଧିକାରୀଙ୍କ ହାତରେ ସୁରକ୍ଷିତ। ଏପରିସ୍ଥଳେ ଜିଲାରେ ୬୦ ଆର୍‌ଆଇଙ୍କ ବଦଳି ହୋଇଥିବାବେଳେ ଏବେ ବି ୩୦ପଦବୀ ଖାଲି ପଡ଼ିଛି। ସେହିଭଳି ଅତିରିକ୍ତ ରାଜସ୍ବ ନିରୀକ୍ଷକ ୩୫ଜଣ ଥିବାବେଳେ ୭୬ ପଦବୀ ଖାଲି ପଡିଛି। ଅମିନ ସଂଖ୍ୟା ୮୧ରୁ ଅଛନ୍ତି ୨୩ଜଣ। ସେହିପରି କନିଷ୍ଠ ରାଜସ୍ବ ସହ କର୍ମଚାରୀ ପଦବୀ ୧୬୬ରୁ ୬୨ଟିରେ କେହି ନାହାନ୍ତି। ଦୀର୍ଘବର୍ଷ ହେବ ଜିଲା ମୁଖ୍ୟାଳୟରେ ଯେଉଁମାନେ ରହିଛନ୍ତି ସେମାନଙ୍କ ବଦଳି ହେଉନାହିଁ। ୧୦ରୁ ୧୫ବର୍ଷ ହେବ କେତେକ କର୍ମଚାରୀ ଜିଲାର ଭିନ୍ନ ଭିନ୍ନ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି। ବଦଳି ନୀତି କେଉଁ ଆଧାରରେ ଗତି କରୁଛି ତାହା ଜଣାପଡୁନାହିଁ। ନୂଆ ସରକାରଙ୍କ ରାଜସ୍ବ ବିଭାଗ ନୂଆ ନୀତି ଆପଣେଇ ସଂସ୍କାର କଥା କହୁଥିବା ସମୟରେ ବାସ୍ତବ ଚିତ୍ର ପ୍ରତି ଧ୍ୟାନ ଦେବା ଉଚିତ ବୋଲି ଅନେକେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ, କହିଲେ ନୂଆ ସରକାରରେ…

ଭୁବନେଶ୍ବର,୩୧ା୧୨: ନୂଆ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ନେଲେ ଅନୁ ଗର୍ଗ । ସେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ।...

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri