୬୦% ଜବ୍‌କାର୍ଡଧାରୀ କାମ ପାଇଁ ଇଚ୍ଛୁକ ନୁହନ୍ତି

ଫୁଲବାଣୀ ଅଫିସ, ୨୨।୨: ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏହି ଯୋଜନାରେ ବ୍ଲକ ସମେତ ଅନ୍ୟ ବିଭାଗରେ କାମ କରାଯାଉଛି। ବିଶେଷ କରି କୋଭିଡ ପରେ ଏମ୍‌ଜିଏନ୍‌ଆରଇଜିଏସ୍‌କୁ ଅଧିକ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତି ବିନା ସର୍ଭେରେ ହେଲା ଭଳି କାର୍ଯ୍ୟରୁ ସ୍ପଷ୍ଟ ବାରିହେଉଛି। ଜବକାର୍ଡଧାରୀ ପଞ୍ଚାୟତରେ କାମ ପାଇଁ ଆବେଦନ କଲେ ସେମାନଙ୍କୁ ଏହି ଯୋଜନାରେ କାମ ଦିଆଯିବା କଥା ା କିନ୍ତୁ ଏବେ ସବୁ ଓଲଟା ା କନ୍ଧମାଳ ଜିଲାରେ ଯେତିକି ପ୍ରକଳ୍ପ ଏବେ କାର୍ଯ୍ୟକାରୀ ହେଉଛି, ସେହି ଅନୁସାରେ ଜବକାର୍ଡଧାରୀ କାମ ମାଗି ନାହାନ୍ତି ା ଅପରପକ୍ଷେ ବ୍ଲକ ସମେତ ଅନ୍ୟ ବିଭାଗରେ ଅଧିକାଂଶ କାର୍ଯ୍ୟ ଏହି ଯୋଜନାରେ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି ା ବର୍ତ୍ତମାନ କାମ କରିବା ପରେ ଖାଲି ମଜୁରୀ ମିଳୁଥିବା ବେଳେ ମ୍ୟାଟେରିଆଲ ବିଲ୍‌ ମିଳୁନାହିଁ ା ସ୍ଥିତି ଏପରି ହୋଇଛି କାମ କରି ସାରିବା ପରେ ସମସ୍ତେ ହଇରାଣ ହେଉଛନ୍ତି ା ଫଳରେ ଯେତିକି କାର୍ଯ୍ୟ ହେବା କଥା ତାହା ହୋଇପାରୁନାହିଁ ା
ଏମ୍‌ଜିଏନ୍‌ଆରଇଜିଏସ୍‌ର ମୂଳ ଲକ୍ଷ୍ୟ ଅଣକୁଶଳୀ ଶ୍ରମିକମାନଙ୍କୁ ବର୍ଷକୁ ୧୦୦ ଦିନର କାମ ଯୋଗାଇ ଦେବା ା ଦିନକୁ ମଜୁରୀ ୨୨୨ ଟଙ୍କା ହିସାବରେ ଯଦି ଜଣେ ୧୦୦ ଦିନର କାମ କରିବ ତାଙ୍କୁ ୨୨ ହଜାର ୨୦୦ ଟଙ୍କା ମିଳିବା ଅନୁସନ୍ଧାନରୁ ଜଣାପଡିଛି ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜବ କାର୍ଡଧାରୀ କାମ କରିବାକୁ ଇଚ୍ଛୁକ ନୁହନ୍ତି କି ସେମାନେ କାମ କରିବା ପାଇଁ ଆବେଦନ କରୁନାହାନ୍ତି ା ଜିଲାରେ ଚାଲିଥିବା ଅଧିକାଂଶ କାର୍ଯ୍ୟରେ ମେସିନ ବ୍ୟବହୃତ ହେଉଛି ା
୨୦୨୨-୨୩ ଆର୍ଥିକ ବର୍ଷରେ ରୁରାଲ ଇନଫ୍ରାଷ୍ଟ୍ରକଚରରେ ଅଙ୍ଗନୱାର୍ଡି ଗୃହ, ରୋଷେଇ ଗୃହ, ଗ୍ରାମୀଣ ପାର୍କ, ସ୍କୁଲ ଖେଳ ପଡିଆ, ଲାଇବ୍ରେରି, କମ୍ପାଉଣ୍ଡ ୱାଲ ଆଦି କାର୍ଯ୍ୟ ହେଉଛି ା ଜିଲାର ୧୨ଟି ବ୍ଳକରେ ଆଜି ପର୍ଯ୍ୟନ୍ତ ମାତ୍ର ୧୮୬ଟି କାର୍ଯ୍ୟ ଶେଷ ହୋଇଥିବା ବେଳେ ୮୧୫ଟି କାର୍ଯ୍ୟ ଅଧାପନ୍ତରିଆ ହୋଇରହିଛି ା ଜମି ଉନ୍ନତିକରଣ ସ୍କିମରେ ୧୭୪୦ ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୭୯୩ କାର୍ଯ୍ୟ ଅଧାପନ୍ତରିଆ, ଜଳ ସେଚନ ଲାଗି ମାଟି ଖୋଳା, କେନାଲ ଆଦି କାର୍ଯ୍ୟରେ ୧୯୩୮ଟି ସମ୍ପୂର୍ଣ୍ଣ, ୬୫୩୮ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି ା ନିଜସ୍ବ ଜମିରେ କାର୍ଯ୍ୟକୁ ଅନୁଧ୍ୟାନ କଲେ ଯୋଜନାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି। ଏହି ସ୍କିମରେ ଜବକାର୍ଡଧାରୀମାନେ ନିଜସ୍ବ ଜମିରେ ଫାର୍ମ ପଣ୍ଡ, କୂଅ, ଗୁହାଳ ଆଦି କରିଛନ୍ତି ା ସେଥି ମଧ୍ୟରୁ ଆଜି ପର୍ଯ୍ୟନ୍ତ ୨୫୬୦ଟି କାର୍ଯ୍ୟ ଶେଷ ହୋଇଛିା ୬୦୨୯ କାର୍ଯ୍ୟ ଅଧାପନ୍ତରିଆ ହୋଇପଡିଛି ା ମ୍ୟାଟେରିଆଲ ବିଲ ମିଳୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ା ଧାର ଉଧାର କରି କାମ କରିଥିବା ଜବକାର୍ଡଧାରୀ ବର୍ତ୍ତମାନ କେଉଁ ପରିସ୍ଥିତିରେ ଥିବେ ତାହା ସହଜରେ ଅନୁମେୟ ା ମୋଟ ଉପରେ ଦେଖିବାକୁ ଗଲେ ଜିଲାରେ ବର୍ତ୍ତମାନ ସୁଦ୍ଧା ୧୦ ହଜାର ୫୧୬ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୩ ହଜାର ୭୪୮ କାର୍ଯ୍ୟ ଅଧାପନ୍ତରିଆ ହୋଇପଡିଛି ା ୨୦ ହଜାର ୩୧୭ଟି କାର୍ଯ୍ୟ ମଞ୍ଜୁର ହୋଇଛି, କିନ୍ତୁ କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ। ୩୬ ହଜାର ୪୭୨ଟି ପ୍ରକଳ୍ପ ଲାଗି ପ୍ରସ୍ତାବ ଦିଆଯାଇଛି, ଯାହା ମଞ୍ଜୁର ପାଇବାକୁ ଅଛି। ଏ ସଂକ୍ରାନ୍ତରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ପଚାରିବାରୁ ମ୍ୟାଟେରିଆଲ ବିଲ୍‌ ଆସିବାରେ ବିଳମ୍ବ ହେଉଛି ା ଯେତେବେଳେ ଆସୁଛି ବାକି ଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି ା ଶୀଘ୍ର ଏହି ବିଲ ଆସିଲେ କାର୍ଯ୍ୟରେ ଅସୁବିଧା ହୁଅନ୍ତା ନାହିଁ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଥାନାରେ ପହଞ୍ଚିଲେ ଯୁବତୀ

କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବାଲେଶ୍ୱର ଜିଲା…

ଲୋକଙ୍କୁ ଅଜଣା ପ୍ରଶାସନିକ ପଦକ୍ଷେପ: ବଢୁଛି ତାତି, ଘାରୁଛି ଭୟ

ବରଗଡ଼,୪।୪(ପ୍ରେମାନନ୍ଦ ଖମାରୀ):ବୈଶାଖ ପାଦ ଥାପୁଣୁ ବରଗଡ଼ ଜିଲାରେ ତାତି ଅସହ୍ୟ ହୋଇପଡ଼ିଛି। ସକାଳ ୯ଟାରୁ ତାତି ବଢ଼ିବାରେ ଲାଗିଛି। ପୂର୍ବାହ୍ନ ୧୧ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡ଼ୁଛି।…

ଆମ୍ବ ଗୋଟାଉଥିବା ନାବାଳିକାଙ୍କୁ ବଳାତ୍କାର କଲେ ୧୪ ବର୍ଷର ନାବାଳକ, ଘଟଣା ବିଷୟରେ କାହାକୁ କହିଲେ…

ଅନୁଗୋଳ, ୪ା୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଉପକଣ୍ଠରେ ଗତ ବୁଧବାର ଘଟିଛି ଏକ ଲଜ୍ଜାଜନକ ଘଟଣା। ୭ ବର୍ଷର ଜଣେ ନାବାଳିକାଙ୍କୁ ୧୪ ବର୍ଷର ନାବାଳକ ବଳାତ୍କାର…

ଆମେରିକାର ଲଢ଼ୁଆ ବିମାନକୁ ଖସାଇଲା ଇରାନ: ନାଗରିକଙ୍କୁ ଦେଲା ଏମିତି ଅଫର, ‘ପାଇଲଟ ଜୀବିତ ଥିଲେ…’

ଓ୍ବାଶିଂଟନ୍‌,୪।୪: ଇରାନରେ ଏକ ଆମେରିକୀୟ F-15E ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରଥମ ଥର ପାଇଁ…

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri