ଅଟକିଛି ୬ ଜଳପଥ ପ୍ରକଳ୍ପ

ଭୁବନେଶ୍ୱର,୨୫।୯(ବ୍ୟୁରୋ): ଜଳପଥରେ ପରିବହନ ହେବ। ସଡ଼କ ପଥଠାରୁ ବହୁ କମ୍‌ ଖର୍ଚ୍ଚରେ ପରିବହନ ସୁବିଧା ହୋଇପାରିବ। ଏହି ଲକ୍ଷ୍ୟରେ କେନ୍ଦ୍ର ସରକାର ଜାତୀୟ ଜଳ ମାର୍ଗ ନୀତି-୨୦୧୬ କାର୍ଯ୍ୟକାରୀ କରିଛନ୍ତି। ଦେଶରେ ୧୧୧ଟି ଜଳପଥ ଚିହ୍ନଟ କରାଯାଇଥିବାବେଳେ ଓଡ଼ିଶାରେ ୬ଟି ଜଳପଥ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ପ୍ରକଳ୍ପ କେବଳ ଲୋକଦେଖାଣିଆ ଭାବେ ଘୋଷଣାରେ ସୀମିତ ହୋଇଯାଇଛି। ଜଳପଥ ପରିବହନକୁ ନେଇ କେନ୍ଦ୍ର ସରକାର ଯେଉଁ ଆଶା ଦେଖାଇଥିଲେ ତାହା ମଉଳିବାରେ ଲାଗିଛି। ୬ ବର୍ଷ ପରେ ଘୋଷଣା ହୋଇଥିବା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ଜଳପଥକୁ ବାଟବଣା କରିଛି।
ବିଭିନ୍ନ ନଦୀ, ଉପନଦୀ, ଶାଖା ନଦୀ ଓ ଇଷ୍ଟକୋଷ୍ଟ କେନାଲକୁ ବ୍ୟବହାର କରି ରାଜ୍ୟରେ ୬ଟି ଜଳ ମାର୍ଗ ନିର୍ମାଣ କରିବାକୁ ଘୋଷଣା କରାଯାଇଛି। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ରାଜ୍ୟରେ ୧୫୮୯ କିଲୋମିଟର ପର୍ଯ୍ୟନ୍ତ ଜଳପଥ ସୁବିଧା ହୋଇପାରିବ। ଘୋଷଣା ଅନୁଯାୟୀ ଜାତୀୟ ଜଳ ମାର୍ଗ-୫ରେ ବ୍ରାହ୍ମଣୀ, ଖରସୁଆଁ, କାଣୀ, ମନ୍ତେଇ, ମହାନଦୀ ଓ ଏହାର ଶାଖା ନଦୀ, ଇଷ୍ଟକୋଷ୍ଟ କେନାଲ ସଂଯୋଗ କରାଯାଇ ରାଜ୍ୟର ତାଳଚେରଠାରୁ ପଶ୍ଚିମବଙ୍ଗର ଜିଓଖାଲି ପର୍ଯ୍ୟନ୍ତ ୫୮୮ କିଲୋମିଟର ବ୍ୟାପୀ ଜଳପଥ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ସେହିପରି ଜାତୀୟ ଜଳ ମାର୍ଗ-୧୪ ଅଧୀନରେ ବୈତରଣୀ ନଦୀର ଦତ୍ତପୁର ଗ୍ରାମଠାରୁ ଲକ୍ଷ୍ମୀପ୍ରସାଦ ଡିଆ ନିକଟ ଧାମରା ଓ ବୈତରଣୀ ନଦୀ ସଙ୍ଗମସ୍ଥଳ ପର୍ଯ୍ୟନ୍ତ ୪୯ କି.ମି., ଜାତୀୟ ଜଳ ମାର୍ଗ-୨୨ ଅନ୍ତର୍ଗତ ବିରୂପା, ବଡି, ଗେଙ୍ଗୁଟି ଓ ବ୍ରାହ୍ମଣୀ ନଦୀରେ ଚୌଦ୍ୱାର ବିରୂପା ଆନିକଟଠାରୁ କାଇପଡା ନିକଟସ୍ଥ ବିରୂପା, ବ୍ରାହ୍ମଣୀ ନଦୀର ସଙ୍ଗମସ୍ଥଳ ପର୍ଯ୍ୟନ୍ତ ଓ ବିକଳ୍ପ ମାର୍ଗ ଭାବେ ସାମସପୁର ଗ୍ରାମରୁ ଖଡଗପୁର ଗ୍ରାମ ପର୍ଯ୍ୟନ୍ତ ଏବଂ ବିରୂପା ଓ ବ୍ରାହ୍ମଣୀ ନଦୀର କାଟଣା ପର୍ଯ୍ୟନ୍ତ ୧୫୬ କି.ମି. ପର୍ଯ୍ୟନ୍ତ ଜଳପଥ ନିର୍ମାଣ ହେବ। ସେହିପରି ଜାତୀୟ ଜଳ ମାର୍ଗ-୨୩ ଅଧୀନରେ ବୁଢ଼ାବଳଙ୍ଗ ନଦୀରେ ପାଟଳିପୁତ୍ର ଗ୍ରାମ ନିକଟ ଆନିକଟଠାରୁ ଚାନ୍ଦିପୁର ମାଛଧରା ବନ୍ଦର ନିକଟସ୍ଥ ବୁଢ଼ାବଳଙ୍ଗ ନଦୀ ଓ ବଙ୍ଗୋପସାଗର ସଙ୍ଗମସ୍ଥଳ ପର୍ଯ୍ୟନ୍ତ ୫୬ କି.ମି. ଜଳପଥ ନିର୍ମାଣ ଯୋଜନା କରାଯାଇଛି। ଜାତୀୟ ଜଳ ମାର୍ଗ-୬୪ ଅଧୀନରେ ମହାନଦୀର ସମ୍ବଲପୁର ଆନିକଟଠାରୁ ପାରାଦୀପ ପର୍ଯ୍ୟନ୍ତ ୪୨୫ କି.ମି. ଏବଂ ଜାତୀୟ ଜଳ ମାର୍ଗ-୯୬ ଅଧୀନରେ ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମ୍‌ଠାରୁ ସୁବର୍ଣ୍ଣରେଖା ନଦୀ ଓ ବଙ୍ଗୋପସାଗର ସଙ୍ଗମସ୍ଥଳ ଯାଏ ୩୧୪ କି.ମି. ଜଳପଥ ନିର୍ମାଣ କରିବାକୁ ଘୋଷଣା କରାଯାଇଛି।
ବିଡ଼ମ୍ବନା ଯେ ଗତ ୬ ବର୍ଷ ପରେ ମଧ୍ୟ ରାଜ୍ୟରେ କୌଣସି ଗୋଟିଏ ଜଳ ମାର୍ଗ କାର୍ଯ୍ୟ ଆରମ୍ଭ ହୋଇନାହିଁ। କେବଳ ଜାତୀୟ ଜଳ ମାର୍ଗ -୫ କାର୍ଯ୍ୟକାରୀ କରିବାକୁ ଫିଜିବିଲିଟି ଷ୍ଟଡି ପରେ ଡିପିଆର ପ୍ରସ୍ତୁତ କରାଯାଇଥିବାବେଳେ ଅନ୍ୟ ୫ଟି ଜଳ ମାର୍ଗ ଫିଜିବିଲିଟି ଷ୍ଟଡିରେ ସୀମିତ ରହିଛି। ଜଳ ମାର୍ଗ-୫ ପାଇଁ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏଥିଲାଗି କୌଣସି ବ୍ୟୟବରାଦ ହୋଇନାହିଁ। କେନ୍ଦ୍ରର ଜଳପଥ ଘୋଷଣା ପରେ ଏହା ରାଜ୍ୟର ଆର୍ଥିକ ବିକାଶକୁ ବଳ ଯୋଗାଇବା ନେଇ ଆଶା ସଞ୍ଚାର ହୋଇଥିଲା। ପ୍ରକଳ୍ପ ପାଇଁ ଆବଶ୍ୟକ ଅର୍ଥ କେନ୍ଦ୍ର ସରକାର ଯୋଗାଇ ନ ଥିବାରୁ ଜଳପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ରାଜ୍ୟ ସରକାର ମଧ୍ୟ ଏ ଦିଗରେ ସେତେଟା ଆଗ୍ରହ ଦେଖାଉ ନ ଥିବାରୁ ପ୍ରକଳ୍ପର ଭାଗ୍ୟ ଏକପ୍ରକାର ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଇଛି। ରାଜ୍ୟ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ୬ ବର୍ଷ ବିତିଯାଇଥିଲେ ମଧ୍ୟ ଜାତୀୟ ଜଳ ମାର୍ଗ-୫ ଆରମ୍ଭ ହୋଇପାରି ନାହିଁ। ଅନ୍ୟ ଜଳ ମାର୍ଗ ଫିଜିବିଲିଟି ଷ୍ଟଡିରେ ସୀମିତ ରହିଛି। ରାଜ୍ୟର ଏହି ୬ ଜଳପଥ ପ୍ରକଳ୍ପ ଶେଷ କରିବା ନେଇ କୌଣସି ସମୟ ସୀମା ଧାର୍ଯ୍ୟ କରାଯାଇ ନାହିଁ। କେବେ କାମ ଆରମ୍ଭ ହେବ ଓ ଶେଷ ହେବ ତାହା ମଧ୍ୟ ଜଣାନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri