୬ ରାଇସ୍‌ ମିଲ୍‌କୁ ବନ୍ଦ ଚେତାବନୀ

ଯାଜପୁର ଅଫିସ,୧୫ା୩:ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିଥିବାରୁ ରାଜ୍ୟର ୬ ରାଇସ୍‌ ମିଲ୍‌ ଓ ଗୋଟିଏ ତେଲ ମିଲ୍‌୍‌କୁ ବନ୍ଦ କରି ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ମର୍ମରେ ୧୫ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ନ ରଖିଲେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍‌ପିସିବି ପକ୍ଷରୁ ସମ୍ପୃକ୍ତ କମ୍ପାନୀଗୁଡ଼ିକ ପାଇଁ ଜାରି କାରଣ ଦର୍ଶାଅ ନୋଟିସରେ ଦର୍ଶାଯାଇଛି।
ରାଇସ୍‌ ମିଲ୍‌୍‌ଗୁଡିକରୁ ନିର୍ଗତ ବିଷାକ୍ତ ପାଣିରେ ସମ୍ପୃକ୍ତ ଅଞ୍ଚଳବାସୀ ଗଭୀର ଭାବେ ପ୍ରଭାବିତ ହେଉଥିବା ନେଇ ପର୍ଯ୍ୟାବରଣ ସୁରକ୍ଷା ସମିତି ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ନଂ. ୩୭୫/୨୦୧୨) ରୁଜୁ ହୋଇଥିଲା। ୨୨ା୨ା୨୦୧୭ରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ରାଇସ୍‌ ମିଲ୍‌୍‌ରେ ଇଟିପି (ଏନ୍‌ଫ୍ଲୁ୍ଲଏଣ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ) ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେଉଥିଲେ ରାଇସ୍‌ ମିଲ୍‌୍‌ ଚଳାଇବାକୁ ଅନୁମତି ଦିଆଯାଇପାରିବ ବୋଲି ଆଦେଶ ଦେଇଥିଲେ। ଏଥିପାଇଁ ଏସ୍‌ପିସିବି କର୍ତ୍ତୃପକ୍ଷଙ୍କୁ ୩ ମାସ ମଧ୍ୟରେ ସମସ୍ତ ରାଇସ୍‌ ମିଲ୍‌୍‌ରେ ଇଟିପି ଲଗାଇବାକୁ ନୋଟିସ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶର ୫ ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ହେଁ ରାଜ୍ୟର ଅଧିକାଂଶ ରାଇସ୍‌ ମିଲ୍‌ରେ ଇଟିପି ଉପଯୁକ୍ତ ଭାବେ ପରିଚାଳନା ହୋଇ ପାରୁନାହିଁ।
ଉଲ୍ଲେଖଯୋଗ୍ୟ ଯେ, ୭୦ ଡିଗ୍ରୀ ତାପମାତ୍ରାରେ ଧାନକୁ ବତୁରା ଯାଇଥାଏ। ଏଥିପାଇଁ ରାଇସ୍‌ ମିଲ୍‌ରେ ୮ରୁ ୨୦ ବଏଲିଂ ଟ୍ୟାଙ୍କ ନିର୍ମାଣ କରାଯାଇଥାଏ। ପ୍ରତି ଟ୍ୟାଙ୍କରେ ପ୍ରାୟ ୩୫ କୁଇଣ୍ଟାଲ ଧାନ ବତୁରା ଯିବାର କ୍ଷମତା ଥାଏ। ସେହି ବଏଲିଂ ଟ୍ୟାଙ୍କରୁ ପ୍ରାୟ ୫୦ହଜାରରୁ ଊର୍ଦ୍ଧ୍ୱ ଲିଟର ବିଷାକ୍ତ ତରଳ ବର୍ଜ୍ୟବସ୍ତୁ ବାହାରିଥାଏ, ଯାହାକି ମାଟିର ଉର୍ବରତାକୁ ନଷ୍ଟ କରିଥାଏ। ଏହି ପାଣିର ସଂସ୍ପର୍ଶରେ ଆସିଲେ ଲୋକେ ରୋଗାକ୍ରାନ୍ତ ହୋଇ ମୃତ୍ୟୁମୁଖରେ ପଡ଼ିବା ଆଶଙ୍କା ରହିଛି। ଫଳରେ ତରଳ ବର୍ଜ୍ୟବସ୍ତୁକୁ ଅତି ସତର୍କତାର ସହ ପରିଚାଳନା କରିବା ପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କିନ୍ତୁ ଏହାର ସମ୍ପୂର୍ଣ୍ଣ ବ୍ୟତିକ୍ରମ ହେଉଛି। ଏସ୍‌ପିସିବି କର୍ତ୍ତୃପକ୍ଷ ଗତ ଫେବୃୟାରୀରେ କେତେକ ରାଇସ୍‌ ମିଲ୍‌କୁ ପରିଦର୍ଶନରେ ଯାଇଥିବା ବେଳେ ସେଠାରେ ଇଟିପି କାର୍ଯ୍ୟକ୍ଷମ ହେଉ ନ ଥିବା ଏବଂ ବିଷାକ୍ତ ପାଣି ବାହାରକୁ ଛଡ଼ାଯାଉଥିବା ଦେଖିବାକୁ ମିଳିଥିଲା। ଏଥିରେ ସମ୍ବଲପୁର ଜିଲା ବରଗାଁ ମା’ ସମଲେଇ ଆଗ୍ରୋ ପ୍ରଡକ୍ଟ, ବରଗଁା ଶାନ୍ତି ରାଇସ୍‌ ମିଲ୍‌, ନୂଅଁା ଲରପଙ୍କ ଶ୍ରୀରାଧାକେଶବ ରାଇସ୍‌ ମିଲ୍‌, ରମ୍ପେଲା ପ୍ରୀତି ଓଏଲ ଲିଃ ଓ ନୂଅଁା ରମ୍ପେଲା ଶ୍ରୀଦୁର୍ଗା ରାଇସ ମିଲ୍‌, ବଲାଙ୍ଗୀର ଜିଲା ଭଦ୍ରାପାଲି ମିନର୍ଭା ପ୍ୟାଡି ପ୍ରୋସେସିଂ ପ୍ରା.ଲି., ବରଗଡ ଜିଲା ବ୍ରହ୍ମଟୁକୁରା ଶ୍ରୀଲକ୍ଷ୍ମୀ ରାଇସ୍‌ ମିଲ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ ରାଶିର ଫିଟିବ ଭାଗ୍ୟ: ଏପ୍ରିଲ ୧୧ରୁ ମିଳିବ ବଡ଼ ସଫଳତା

ନୂଆଦିଲ୍ଲୀ,୧୦।୪: ମୀନ ରାଶିରେ ବୁଧଙ୍କ ଗୋଚର ଏପରି ଏକ ସମୟ, ଯେଉଁଠାରେ ଲୋକଙ୍କର ଚିନ୍ତା ଶକ୍ତି ଭାବନା ଏବଂ କଳ୍ପନା ଦ୍ୱାରା ପ୍ରଭାବିତ ହେବ। ୧୧ ଏପ୍ରିଲ…

କୃଷି ଜମି ବିକ୍ରୟ କଲେ ଦେବାକୁ ପଡିବ କି ଟ୍ୟାକ୍ସ? ଜାଣନ୍ତୁ କଣ ରହିଛି ନିୟମ

ନୂଆଦିଲ୍ଲୀ,୧୦।୪: ଲୋକମାନେ ପ୍ରାୟତଃ ବିବାହ ପାଇଁ ପାଣ୍ଠି ଯୋଗାଡିବା, ଘର ନିର୍ମାଣ କରିବା କିମ୍ବା ଜରୁରୀକାଳୀନ ପରିସ୍ଥିତିର ସମାଧାନ କରିବା ପାଇଁ ନିଜର କୃଷି ଜମି ବିକ୍ରି…

IPL ମଧ୍ୟରେ ଦୁଃଖଦ ଖବର: ପରଲୋକରେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୦।୪: ପୂର୍ବତନ ଭାରତୀୟ କ୍ରିକେଟର ଚିଙ୍ଗଲପୁତ ଦୋରାଇକାନୁ ଗୋପୀନାଥ (ସିଡି ଗୋପୀନାଥ)ଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ସେ ୧୯୫୨ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ…

ସରକାରଙ୍କ ବଡ଼ ଘୋଷଣା: ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା

ଭୁବନେଶ୍ୱର,୧୦।୪: ଏଣିକି ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ମିଳିବ କ୍ୟାସ୍‌ଲେସ ଚିକିତ୍ସା। ପ୍ରଧାନମନ୍ତ୍ରୀ ରାହତ୍‌ ଯୋଜନା ମାଧ୍ୟମରେ ମାଗଣା ଚିକିତ୍ସା ମିଳିବ। ଏନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ଜିଲା SP,…

ଘୋଡାହାଡ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ଥିଲେ ବୃଦ୍ଧ: ଆଜି ମିଳିଲା ମୃତଦେହ, କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ…

ଲୋମଟାଙ୍କୁରା ଘଟଣା; ନିଶାରେ ଯୁବତୀଙ୍କୁ ଗଣବଳାତ୍କାର କଲେ ୪ ଯୁବକ, ପ୍ରମାଣ ନଷ୍ଟ କରିବା ପାଇଁ ଫାଶୀ ଦେଇଦେଲେ

ହାଇଦ୍ରାବାଦ,୧୦।୪: ତେଲଙ୍ଗାନାର ୱାରାଙ୍ଗଲ ଜିଲାରେ ଜଣେ  ୨୧ବର୍ଷୀୟା ଆଦିବାସୀ ଯୁବତୀଙ୍କୁ ଗଣବଳାତ୍କାର ଏବଂ ହତ୍ୟା ମାମଲା ସାମ୍ନାକୁ ଆସିଛି । ଯାହା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅପରାଜିତା, ପ୍ରକଳ୍ପ ବନ୍ଦ ନିଷ୍ପତ୍ତି ନେଇ…

ଭୁବନେଶ୍ୱର,୧୦ା୪: ରାଜ୍ୟରେ ପୁଣି ଜୋର୍‌ ଧରିଛି ମେଟ୍ରୋ ପ୍ରକଳ୍ପ ରାଜନୀତି। ମେଟ୍ରୋ ପ୍ରକଳ୍ପକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଏମ୍‌ପି ଅପରାଜିତା ଷଡ଼ଙ୍ଗୀ। ପ୍ରକଳ୍ପ ବନ୍ଦ ନିଷ୍ପତ୍ତି…

ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଇରାନର ବଡ଼ ନିଷ୍ପତ୍ତି: ରଖିଲା ଏମିତି ସର୍ତ୍ତ, ବିଶ୍ୱ ବଜାରରେ ହଇଚଇ

ଓ୍ବାଶିଂଟନ୍‌,୧୦।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ପରେ ବିଶ୍ୱ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ହର୍ମୁଜ ପ୍ରଣାଳୀ ଦେଇ ତେଲ ଏବଂ ଗ୍ୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri