୬ ପଞ୍ଚାୟତ ହିତାଧିକାରୀଙ୍କ ଗୋଟିଏ ମାସର ଚାଉଳ ଗାଏବ

ନବରଙ୍ଗପୁର,୨୯।୬(ସଦାଶିବ ପ୍ରହରାଜ)ନବରଙ୍ଗପୁର ଜିଲାରେ ଲମ୍ବିବାରେ ଲାଗିଛି ସାଧାରଣ ବଣ୍ଟନ ଚାଉଳ ଦୁର୍ନୀତି ଚେର। ପୂର୍ବରୁ ଜିଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅଧୀନ ଅମଲାଭଟ୍ଟା ପଞ୍ଚାୟତରେ ୧୫୦୪ ଗରିବ ହିତାଧିକାରୀଙ୍କ ୮୬୩ କୁଇଣ୍ଟାଲ ଚାଉଳ ହଡ଼ପ ହୋଇଥିବା ଲୋକ ଲୋଚନକୁ ଆସିଥିବା ବେଳେ ବର୍ତମାନ ମଧ୍ୟ ଉକ୍ତ ବ୍ଲକର ୬ଟି ପଞ୍ଚାୟତର ହଜାର ହଜାର ହିତାଧିକାରୀଙ୍କ ଗୋଟିଏ ମାସର ମାଗଣା ଚାଉଳ ଘୋଟଲା ହୋଇଥବା ଦେଖିବାକୁ ମିଳିଛି । ଚାଉଳ ବାଣ୍ଟିବାର ଦାୟିତ୍ୱରେ ଥିବା ଅଧିକାରୀମାନେ ମିଳିମିଶି ବାଣ୍ଟିକୁଣ୍ଟି ଖାଇଥିବା ଅଭିଯୋଗ ଆସିଛି। ଯାହାକୁ ନେଇ ହିତାଧିକାରୀମାନେ ଅସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ଚାଉଳ ପ୍ରଦାନ କରିବାକୁ ଦାବି କରିଛନ୍ତି। ଯୋଗାଣ ବିଭାଗ ଏହାର ତଦନ୍ତ କରିବାକୁ ସମ୍ପୃକ୍ତ ବ୍ଲକ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛି। ପ୍ରାଥମିକ ତଦନ୍ତରୁ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ୬ଟି ପଞ୍ଚାୟତ ପିଇଓ ଏବଂ ଯୋଗାଣ ସହାୟକଙ୍କ ଦରମା ବନ୍ଦ କରାଯାଇଛି। ତଦାରଖରେ ଅବହେଳା ଯୋଗୁ ଯୋଗାଣ ନିରୀକ୍ଷକଙ୍କ ଦରମା ମଧ୍ୟ ବନ୍ଦ କରି ତୁରନ୍ତ ଗରିବ ହିତାଧିକାରୀଙ୍କ ଚାଉଳ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବ୍ଲକ ଅଧୀନ ପୂଜାରୀଗୁଡା ପଞ୍ଚାୟତ ଖୁଣ୍ଟିପଦର ଗ୍ରାମର ହିତାଧିକାରୀ ସରକାର ଦେଇଥିବା ଏପ୍ରିଲ, ମେ ଓ ଜୁନ ମାସର ଫ୍ରି ଚାଉଳ ପାଇଁ ପଞ୍ଚାୟତକୁ ଯାଇ କେବଳ ୨ମାସର ଚାଉଳ ନେଇ ଫେରିଛନ୍ତି। ଗୋଟିଏ ମାସର ଚାଉଳ ଯୋଗାଣ ଦାୟିତ୍ୱରେ ଥିବା ଅଧିକାରୀ ଦେଇନଥିବା ଅଭିଯୋଗ ହୋଇଛି। ଉକ୍ତ ଚାଉଳ ପାଇଁ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡ଼ିଲେ ମଧ୍ୟ ସେମାନଙ୍କ ପାଇଁ ଚାଉଳ ଆସିଲେ ଦିଆଯିବ ବୋଲି ଅଧିକାରୀମାନେ କହୁଥିବା ହିତାଧିକାରୀ ଜଣାଇଛନ୍ତି। ଉକ୍ତ ପଞ୍ଚାୟତରେ ୧୯୭୦ ହିତାଧିକାରୀ ଜୁନ୍‌ ମାସର ଚାଉଳ ପାଇ ନ ଥିବା ଖୁଣ୍ଟିପଦର ଗାଁର ସୁବାସ ହରିଜନ, ଅନଶ ସାନ୍ତା କହିଛନ୍ତି। ତେନ୍ତୁଳୀଖୁଣ୍ଟି ବ୍ଲକ କମତା ପଞ୍ଚାୟତରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ନିଜର ହକ ଚାଉଳ ପାଇଁ ବାରମ୍ବାର କାର୍ଯ୍ୟାଳୟ କୁ ଦୌଡୁଥିଲେ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡୁଛି। ଏହି କାମତା ପଞ୍ଚାୟତରେ ୧୧୫୯ ହିତାଧିକାରୀ ରହିଥିବା ବେଳେ କାହାକୁ ଜୁନ ମାସର ଚାଉଳ ଦିଆଯାଇନାହିଁ ତ, କାହାର ରାସନ କାର୍ଡରେ ୩ ମାସର ଚାଉଳ ନ ଦେଇ ମଧ୍ୟ ଏଣ୍ଟ୍ରି କରି ଚାଉଳ ହଡପ କରାଯାଇଥିବା ଅଭିଯୋଗ ଆସିଛି। ସେହିଭଳି କେତେଜଣ ହିତାଧିକାରୀଙ୍କ ଗୋଟିଏ କିଲୋ ଲେଖାଏ ଚାଉଳ କାଟି ଦିଆଯାଇଛି। ରାସନ କାର୍ଡକୁ ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀ ନେଇ ଆଉ ଫେରାଉନଥିବା ଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କାମତା ପଞ୍ଚାୟତର ଡାଳିମ୍ବ ଗୌଡ଼, ରଶ୍ମିତା ବାଘ। ଅଞ୍ଚଳଗୁମ୍ମା, ଦିଗୀ କଂଗ୍ରା ଓ କଣ୍ଟାଗାଁ ପଞ୍ଚାୟତରେ ଅନେକ ହିତାଧିକାରୀଙ୍କୁ ଗୋଟିଏ ମାସର ଚାଉଳ ମିଳିନାହିଁ। ତୁରନ୍ତ ଚାଉଳ ଦେବାକୁ ହିତାଧିକାରୀ ରାଧାମଣି ବିଷୋୟୀ, ଅଞ୍ଚଳଗୁମ୍ମା ୱାର୍ଡସଭ୍ୟ ଦୁଲ୍ଲଭ ଯାନୀ ଦାବି କରିଛନ୍ତି।
ମେସିନ ଯୋଗୁ ଏହି ଚାଉଳ ଦୁର୍ନୀତି ପଦାକୁ ଆସିଛି। ତେନ୍ତୁଳିଖୁଣ୍ଟି ବ୍ଲକ ଯୋଗାଣ ନିରୀକ୍ଷକ ରୋହିତ ମାଝି ଓ ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀ ହିତାଧିକାରୀଙ୍କୁ ଚାଉଳ ନ ଦେଇ ଅନ୍ୟତ୍ର ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି। ପିଓଏସ୍‌ ମେସିନ ଅନୁଯାୟୀ ଚାଉଳ ଷ୍ଟକ ଥିବାବେଳେ ଗଦାମରେ ଚାଉଳ ନ ଥିବା ଦେଖିବାକୁ ମିଳିଛି। ଜାନୁଆରୀ, ଫେବୃଆରୀ ଓ ମାର୍ଚ୍ଚ ମାସ ପାଇଁ ଉକ୍ତ ପଞ୍ଚାୟତରେ ଯେତିକି ପରିମାଣର ଚାଉଳ ଆସିଥିଲା ଏପ୍ରିଲ, ମେ ଓ ଜୁନ ମାସ ପାଇଁ ମଧ୍ୟ ସମାନ ପରିମାଣର ଆଲଟମେଣ୍ଟ କରିଛନ୍ତି। କିନ୍ତୁ, ପିଓଏସ୍‌ ମେସିନରେ ଚାଉଳ ଷ୍ଟକ ଥିବାରୁ ଆଲାଟମେଣ୍ଟ ହୋଇଥିବା ଚାଉଳର ସମାନ ପରିମାଣ ଉଠାଇ ନ ପାରି କମ ଚାଉଳ ଉଠାଇଥିଲେ। ଚାଉଳ ସଟେଜ୍‌ ହେବାରୁ ଏହି ଦୁର୍ନୀତି ସାମ୍ନାକୁ ଆସିଛି। ଅନ୍ୟପଟେ ଦୁର୍ନୀତିକୁ ଘଣ୍ଟ ଘୋଡାଇବାକୁ ଯାଇ ବଣ୍ଟନ ଦାୟିତ୍ୱରେ ଥିବା ଅଧିକାରୀମାନେ କେଉଁଠି ୨ ମାସର ଚାଉଳ ଦେଇ ଆଉ ଗୋଟିଏ ମାସର ଚାଉଳ ଆସି ନ ଥିବା କହିଛନ୍ତି ତ ଅନ୍ୟ କେଉଁଠି ଚାଉଳ ନ ଦେଇ ମଧ୍ୟ କାର୍ଡରେ ଏଣ୍ଟ୍ରି କରିଥିବା ଦେଖିବାକୁ ମିଳିଛି। ଯାହାକୁ ଯୋଗାଣ ନିରୀକ୍ଷକ ରୋହିତ ମାଝି ସ୍ବୀକାର ମଧ୍ୟ କରିଛନ୍ତି। ଆନୁମାନିକ ହିସାବ କଲେ ୬ ପଞ୍ଚାୟତର ୯୯୮୧ ଜଣ ହିତାଧିକାରୀଙ୍କ ୬୪ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଚାଉଳ ଘୋଟଲା ହୋଇଥିବା ଅଭିଯୋଗ ଆସିଛି। ନବରଙ୍ଗପୁର ଜିଲା ପ୍ରଶାସନ ଘଟଣାର ଏହାର ପ୍ରାଥମିକ ତଦନ୍ତ କରି ୫ ପଞ୍ଚାୟତ ପିଇଓ ଓ ଯୋଗାଣ ସହାୟକଙ୍କ ଦରମା ବନ୍ଦ କରିଛି। ଚାଉଳ ବଣ୍ଟନ ଦାୟିତ୍ୱରେ ଥିବା ଏସଚଜିର ତଦନ୍ତ କରିବାକୁ ଜିଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ତଦାରଖ କରି ନ ଥିବାରୁ ତେନ୍ତୁଳିଖୁଣ୍ଟି ବ୍ଲକ ଯୋଗାଣ ନିରୀକ୍ଷକ ରୋହିତ ମାଝିଙ୍କ ଦରମା ବନ୍ଦ କରାଯାଇଥିବା ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri