୬ ପଞ୍ଚାୟତ ଜଳସେଚନରୁ ବାଦ୍‌

ଲୋଇସିଂହା,୯।୬(ଡି.ଏନ.ଏ.): ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ଚଳିତ ବର୍ଷରୁ ଡ୍ୟାମରେ ବର୍ଷା ଜଳ ସଂରକ୍ଷିତ ରଖାଯିବ ଏବଂ ଭୂତଳ ପାଇପ ଲାଇନ ଜରିଆରେ ଜଳସେଚନ ଲକ୍ଷ୍ୟ ରଖାଯାଇଛି। ଏନେଇ ଭୂତଳ ପାଇପ ଲାଇନ କାମ ଆରମ୍ଭ ହୋଇଛି। ପ୍ରକଳ୍ପର ବାମପାର୍ଶ୍ୱ କେନାଲ ପାଇଁ ଲୋୟର ସୁକତେଲ ଜଳସେଚନ ବିଭାଗ ପକ୍ଷରୁ ମେ ୧୫ରୁ ଜୁନ ୨ପର୍ଯ୍ୟନ୍ତ ଲୋଇସିଂହା ବ୍ଲକର ୧୪ଟି ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ଜଳସେଚନ ହେଉଥିବା ଗ୍ରାମର ଶତ ପ୍ରତିଶତ ଜମିକୁ ଜଳସେଚନ ବ୍ୟବସ୍ଥା ରହି ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଅପରପକ୍ଷେ ଭୂତଳ ପାଇପ ଲାଇନ ବରଗଡ-ବଲାଙ୍ଗୀର ୨୬ ନଂ ଜାତୀୟ ରାଜପଥ ଓ ସମ୍ବଲପୁର-ଟିଟିଲାଗଡ ରେଳପଥ ପାର କରିବାର ନିୟମ ନ ଥିବା ବିଭାଗୀୟ ଅଧିକାରୀ ଗ୍ରାମସଭା ବେଳେ କହିଥିଲେ। ପ୍ରକଳ୍ପରୁ ରାଜପଥର ଡାହାଣ ପାର୍ଶ୍ୱର ଜମିକୁ କେବଳ ଜଳସେଚନ ଯୋଜନା ରହିଛି। ରାଜପଥ ଅପରପାର୍ଶ୍ୱରେ ଥିବା ଜମିକୁ ଜଳ ସେଚନା ବ୍ୟବସ୍ଥା ନ ଥିବାରୁ ବୃହତ ଅଞ୍ଚଳ ଜଳସେଚନରୁ ବଞ୍ଚତ୍ତ ରହିବ। ବ୍ଲକ ସଦର ମହକୁମା ଲୋଇସିଂହା, ବୁର୍ଡା ଓ ହୀରାପୁର ପଞ୍ଚାୟତରେ ଆଂଶିକ ଜମିକୁ ଜଳସେଚନ ବ୍ୟବସ୍ଥା ରହିଛି। ଯୋଗୀସର୍ଡା, ବାଦିବାହାଲ ସମେତ ପ୍ରକଳ୍ପର ଉପରମୁଣ୍ଡରେ ଥିବା ରେଙ୍ଗାଲି, ରତାଖଣ୍ଡି ଓ ଉପରବାହାଲ ପଞ୍ଚାୟତପ ସମ୍ପୂର୍ଣ୍ଣ ଭାବେ ଜଳସେଚନରୁ ବାଦ ପଡୁଛି ା ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି।
ବ୍ଲକର ମାଗୁରବେଡାଠାରେ ଲୋୟର ସୁକତେଲ ପ୍ରକଳ୍ପ ଡ୍ୟାମ କାମ ଚାଲିଛି। ଡ୍ୟାମ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ବ୍ଲକ କୃଷି ବିଭାଗ ୨୦୨୨-୨୩ ଆର୍ଥିକ ବର୍ଷ ତଥ୍ୟ ଅନୁଯାୟୀ ବ୍ଲକରେ ସର୍ବମୋଟ ୨୧ହଜାର ୨୦୦ହେକ୍ଟର ଜମି ରହିଛି। ତନ୍ମ୍ଯଯରୁ ୧୦ହଜାର ୫୯୦ ହେକ୍ଟର ଚାଷ ଉପଯୋଗୀ ଜମିରେ ଖରଫ ଚାଷ କରାଯାଇଥିଲା। ପ୍ରକଳ୍ପର ବାମ କେନାଲର ଭୂତଳ ପାଇପ ଲାଇନ ଜରିଆରେ ବ୍ଲକର ଗଡଶଙ୍କର ଡୁଙ୍ଗରିପାଲି, ବାନିପାଲି, କୁଶମେଲ, ତଲିଉଡାର, ସରଗାଡ, କୁଶଙ୍ଗ, ବାଦିମୁଣ୍ଡା, ଝାରମୁଣ୍ଡା, କନ୍ଦାଜୁରୀ, କୁଟେନପାଲି, ଲୋଇସିଂହା, ବୁର୍ଡା, ବୁଢୀପଦର, ହୀରାପୁର ପଞ୍ଚାୟତ ଅନ୍ତର୍ଗତ ୫୨ଖଣ୍ଡ ଗ୍ରାମର ୧୦ହଜାର ୩୦୩ ହେକ୍ଟରକୁ ଜଳ ସେଚନ ବ୍ୟବସ୍ଥା ରହିଛି। ପୂର୍ବରୁ ଜଳସେଚନ ପାଇଁ ସର୍ଭେ ସରିଥିଲେ ମଧ୍ୟ ବ୍ଲକର ୩୩ ନଂ ଜୋନର ଯୋଗୀସର୍ଡା ଏବଂ ବାଦିବାହାଲ ପଞ୍ଚାୟତ ସମ୍ପୂର୍ଣ୍ଣ ଜଳ ସେଚନରୁ ବାଦ ପଡିଛି। ସେହିପରି ଲୋଇସିଂହା, ବୁର୍ଡା, ବୁଢୀପଦର ପଞ୍ଚାୟତର ସଦର ଗ୍ରାମର ଆଂଶିକ ଜମି ଜଳ ସେଚନ ହେଉଥିବାବେଳେ ଏକତୃତୀୟାଂଶ ଜମି ଜଳସେଚନରୁ ବାଦ୍‌ ପଡୁଛି। ବୁଢୀପଦର ପଞ୍ଚାୟତର ନେଗିପାଲି, ଘୁଷୁରାମୁଣ୍ଡା, ପିପିଲିପାଲି, ପଧାନପାଲି, ଘୁଷୁରାମୁଣ୍ଡା, ଲୁହୁରାପାଲ, ହୀରାପୁର ପଞ୍ଚାୟତର ମାଣ୍ଡିଆପଦର ଗ୍ରାମକୁ ଛାଡି ଦେଲ ହୀରାପୁର, ବାରଡୋଲ, ଟେଭାଡୁଙ୍ଗରୀ, ଗୋପାଳପୁର, ଖରମୁଣ୍ଡା, ସେମେଲମୁଣ୍ଡା ଆଦି ଗାଁ ବାଦ ପଡୁଛି। ୩୪ନଂ ଜୋନର ବାନିପାଲି, ସରଗାଡ, ଠାକୁରପାଲି, ବବଜା ଆଦି ଗ୍ରାମରେ ଅନୁରୂପ ସମସ୍ୟା ଥିବାରୁ ଚାଷୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ନେଇ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ପଚାରିବାରୁ ବୁର୍ଡା ସମେତ ବିଭିନ୍ନ ଗ୍ରାମରୁ ଏହି ସମସ୍ୟା ନେଇ ଚାଷୀ ମୋ ପାଖକୁ ଆସିଥିଲେ। ବିଭାଗୀୟ ମୁଖ୍ୟଙ୍କ ସହ ଆଲୋଚନା କରିଛି। ଏନେଇ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri