ଭୁଜାଲିରେ ହାଣି ଲୁଟିନେଲେ ୬ ଲକ୍ଷ

ଅନୁଗୋଳ ଅଫିସ, ୩୦ା୮: ପାର୍ବଣକୁ ନଜରରେ ରଖି ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ କରାଯାଉଥିବା ଆଇନଶୃଙ୍ଖଳା ପ୍ରସ୍ତୁତିକୁ ସୋମବାର ଚ୍ୟାଲେଞ୍ଜ ଦେଇଛନ୍ତି ୪ ଜଣ ଦୁର୍ବୃତ୍ତ। ଅନୁଗୋଳ ସହର ଉପକଣ୍ଠ କୁରୁଡ଼ୁଲୁ ଅଞ୍ଚଳରେ ମଦ ବ୍ୟବସାୟୀଙ୍କ କର୍ମଚାରୀଙ୍କୁ ଭୁଜାଲିରେ ହାଣି ଲୁଟି ନେଇଛନ୍ତି ୬ ଲକ୍ଷ ଟଙ୍କା। ଏପରିକି ଘଟଣାସ୍ଥଳରେ ସେମାନେ ବନ୍ଧୁକରୁ ଗୁଳି ଫୁଟାଇଥିବା ଅଭିଯୋଗ ହୋଇଛି। ଆକ୍ରମଣର ଶିକାର ହୋଇଥିବା କର୍ମଚାରୀ ଶେଷନାଥ ପ୍ରସାଦ ଗୁପ୍ତା(୪୨)ଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବରପାଇ ଅନୁଗୋଳ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଥିଲେ ହେଁ ଉକ୍ତ ଅଞ୍ଚଳ ନାଲ୍‌କୋ ଥାନା ଅଞ୍ଚଳରେ ଆସୁଥିବାରୁ ନାଲ୍‌କୋ ପୋଲିସ ଘଟଣାର ତଦନ୍ତ କରୁଛି।
ସୂଚନା ମୁତାବକ, ଅନୁଗୋଳର ଜଣେ ମଦ ବ୍ୟବସାୟୀଙ୍କ କର୍ମଚାରୀ ଶେଷନାଥ ପ୍ରସାଦ ଗୁପ୍ତା ଓ ରୂପେଶ କୁମାର ପ୍ରତ୍ୟେକ ଦିନ ପରି ତାଳଚେରସ୍ଥିତ ମଦ ଦୋକାନକୁ ଟଙ୍କା ପାଇଁ ଯାଇଥିଲେ। ସେମାନେ ତାଳଚେର ଶର୍ମାଛକରେ ଥିବା ମଦ ଦୋକାନରୁ ଟଙ୍କା ଧରି ବାଇକ୍‌ରେ ଅନୁଗୋଳ ଆସୁଥିଲେ। ହେଲେ ସେମାନଙ୍କୁ ଏକ କାର୍‌ରେ ପିଛା କରୁଥିବା ୪ ଜଣ ଦୁର୍ବୃତ୍ତ କୁରୁଡ଼ୁଲୁ ଠାରେ ଅତର୍କିତ ଆକ୍ରମଣ କରିଥିଲେ। ବାଇକ୍‌ରେ ଟଙ୍କା ଧରି ବସିଥିବା ଶେଷନାଥଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ଗୁଳି କରିଥିଲେ। ତେବେ ଗୁଳିଟି ଶେଷନାଥଙ୍କ ଦେହରେ ବାଜି ନ ଥିଲା। ତେବେ ଦୁର୍ବୃତ୍ତମାନେ ଭୁଜାଲିରେ ତାଙ୍କ ହାତକୁ ହାଣି ଟଙ୍କା ବ୍ୟାଗ ଲୁଟି ନେଇ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ଶେଷନାଥଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ। ଖବରପାଇ ଅନୁଗୋଳ ପୋଲିସ ପହଞ୍ଚତ୍ଥିଲେ ହେଁ ଘଟଣାସ୍ଥଳ କେଉଁ ଥାନା ଅଧୀନରେ ଆସୁଛି ତାହା ଜଣାପଡ଼ି ନ ଥିଲା। ପରେ ଉକ୍ତ ସ୍ଥାନ ନାଲ୍‌କୋ ଥାନା ଅଧୀନ ହୋଇଥିବାରୁ ନାଲ୍‌କୋ ଥାନାରେ ଅଭିଯୋଗ କରାଯାଇଥିଲା। ଏହାପରେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରାଯାଉଥିବା ଜଣାପଡ଼ିଛି। ତେବେ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡ଼ି ଯାଞ୍ଚ କରାଯାଉଥିବା ବେଳେ ଦୁର୍ବୃତ୍ତମାାନେ କିପରି ଆକ୍ରମଣ କରି ୬ ଲକ୍ଷ ଟଙ୍କା ଧରି ଖସିଗଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣା ସମ୍ପର୍କରେ ନାଲ୍‌କୋ ଥାନା ଆଇଆଇସିଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ମତାମତ ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ କରୁଥିଲେ ଝିଅ; ମାଡ଼ ଖାଇଲେ ମା’-ମାଉସୀ

ଭଦ୍ରକ,୯।୨(ସନାତନ ରାଉତ):ପ୍ରେମ ବିବାହକୁ ବିରୋଧ କରିବାରୁ ଝିଅର ଶାଶୁଘର ଲୋକଙ୍କଠାରୁ ମାଡ଼ ଖାଇଲେ ମା’ ଓ ମାଉସୀ। ଅକ୍ରମଣରେ ମା’, ମାଉସୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।…

ଲଗାତାର ଖସୁଛି ସୁନା-ଚାନ୍ଦିର ଦାମ୍‌, ଜାଣନ୍ତୁ ଏବେ କେତେ ହେଲାଣି

ନୂଆଦିଲ୍ଲୀ,୯।୨: ସୁନା ମୂଲ୍ୟରେ ହ୍ରାସ ଧାରା ଜାରି ରହିଛି। ନୂତନ ସପ୍ତାହର ପ୍ରଥମ ଦିନ, ଫେବୃଆରୀ ୯ ତାରିଖ ସୋମବାର ସକାଳେ, ରାଜଧାନୀ ଦିଲ୍ଲୀରେ ୨୪କ୍ୟାରେଟ ସୁନାର…

ସଡ଼କ ଦୁର୍ଘଟଣାରେ ଧରିତ୍ରୀ କର୍ମଚାରୀ ମୃତ

ରାୟଗଡ଼ା,୯।୨(ଆଶିଷ ରଞ୍ଜନ ପଣ୍ଡା):ସଡ଼କ ଦୁର୍ଘଟଣାରେ ଧରିତ୍ରୀ ରାୟଗଡ଼ା ସଂସ୍କରଣର ପ୍ରିଣ୍ଟ ଷ୍ଟେଶନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ରବିବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ମୃତକ ହେଲେ ରାୟଗଡା ସଦର…

ଭାରତ-ନାମିବିଆ ମ୍ୟାଚ ପୂର୍ବରୁ ବଡ଼ ଅପଡେଟ, ଟିମ ଇଣ୍ଡିଆର ପ୍ଲେଇଂ XIରେ ହେବ ଏହି ପରିବର୍ତ୍ତନ

ନୂଆଦିଲ୍ଲୀ,୯।୨: ଭାରତ ୨୦୨୬ ଟି୨୦ ବିଶ୍ୱକପରେ ବିଜୟ ସହିତ ଖାତା ଖୋଲିଥିଲା। ତଥାପି, ପ୍ରଥମ ମ୍ୟାଚ ଏହା ମଧ୍ୟ ଦେଖାଇଥିଲା ଯେ ଦଳକୁ ଏବେ ମଧ୍ୟ କିଛି…

ହଠାତ୍‌ ପାରଦ ତଳମୁହାଁ: ରାତିରେ ଖସୁଛି, ଦିନରେ ତାତି

ଭୁବନେଶ୍ୱର, ୯ା୨ (ବନ୍ଦନା ସେଠୀ):ରାଜ୍ୟରେ ହଠାତ୍‌ ପାରଦ ତଳମୁହାଁ ହୋଇଛି। ଫଳରେ ଏବେ ରାତିରେ ଶୀତ ଓ ଦିନରେ ଖରାତାତି ଅନୁଭୂତ ହେଉଛି। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର…

IND vs PAK ମ୍ୟାଚ ବୟକଟ ଶେଷ କରିବାକୁ ICC ସାମ୍ନାରେ ୩ଟି ବଡ଼ ଦାବି ରଖିଲା ପାକିସ୍ତାନ, ଏହାକୁ ମାନିବ କି ଭାରତ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୯।୨: ICC ପୁରୁଷ T20 ବିଶ୍ୱକପ 2026 ରେ ଭାରତ ବନାମ ପାକିସ୍ତାନ ମ୍ୟାଚ ଉପରେ କଳାବାଦଲ ଘୋଡ଼ାଇ ହୋଇ ରହିଛି। ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ଭାରତ…

ମିଠା ପ୍ରସ୍ତୁତ ମେଶିନରେ ପଶିଗଲା ନାବାଳକଙ୍କ ହାତ, ଆଉ ତା’ ପରେ…

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ରେଡ୍ଡୀ ସାହିରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ରେଡ୍ଡୀ ସାହିରେ ଥିବା ସିଙ୍ଗପୁର ଗ୍ରାମର…

ଚେନ୍ନାଇରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ମୃତଦେହ ବ୍ୟବଚ୍ଛେଦ କରା ନ ଯିବାରୁ…

ଦିଗପହଣ୍ଡି,୯ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ.ସନ୍ତୋଷ ରେଡ୍ଡୀ(୩୨) ନାମକ ଜଣେ ଦାଦନ ଶ୍ରମିକଙ୍କ ଚେନ୍ନାଇରେ ସନ୍ଦେହଜନକ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri