ଚଞ୍ଚକତା କରି ୬ଲକ୍ଷ ଟଙ୍କା ଆତ୍ମସାତ

କୋଣାର୍କ,୨୧ା୫(ଡି.ଏନ୍‌.ଏ.): କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟରେ ୨୦୧୭ଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ତତ୍କାଳୀନ କିରାଣିଙ୍କ ଦ୍ବାରା ନକଲି ରସିଦ ବଳରେ ୬ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ନେଇ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ପକ୍ଷରୁ ଗୁରୁବାର ଅଭିଯୋଗ କରାଯାଇଛି। ଏଥିସହ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସଂଗଠନ ପକ୍ଷରୁ ଚିଠି ଜରିଆରେ ଦାବି ଜଣାଇଛନ୍ତି। ପ୍ରକାଶ ଯେ, ଗତ କିଛିମାସ ତଳେ ଭଗବତୀ ମହାବିଦ୍ୟାଳୟରେ ବର୍ତ୍ତମାନ କାର୍ଯ୍ୟରତ ଥିବା କିରାଣି କଲେଜର ରସିଦ ବହି, ଅନ୍ୟାନ୍ୟ ଜରୁରୀ କାଗଜପତ୍ର ତଦାରଖ କରୁଥିବା ବେଳେ ପୂର୍ବ ବର୍ଷଗୁଡ଼ିକର ରସିଦ ବହିର ଟଙ୍କା ସହ ଏବେକାର ରସିଦ ବହିର ଟଙ୍କା ମେଳ ହେଉ ନ ଥିବା ଦେଖିବାକୁ ପାଇଥିଲେ। ଗତ ୫ବର୍ଷ ମଧ୍ୟରେ ପ୍ରାୟ ୬ ଲକ୍ଷ ଟଙ୍କାର ଅର୍ଥ ହେରଫେର ହୋଇଥିବା ଜଣାପଡ଼ିବା ପରେ କଲେଜ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ତେବେ ପୂର୍ବରୁ ଥିବା କିରାଣି ଜଣକ କଲେଜର ନକଲି ରସିଦ ବହି ଛାପିବା ସହ ଏହା ସାହାଯ୍ୟରେ ଛାତ୍ରୀଛାତ୍ରଙ୍କଠାରୁ ଚଞ୍ଚକତା କରି ଟଙ୍କା ଆଦାୟ କରୁଥିଲେ। ଯେପରି କଲେଜର ଛାତ୍ରୀଛାତ୍ରଙ୍କ ସେକ୍ସନ ଚାର୍ଜ ପାଇଁ ରସିଦ ବହିରେ ୨୫୬ ଥିବାବେଳେ ଉକ୍ତ କିରାଣି ଜଣକ ନକଲି ରସିଦ ବହି ଦ୍ୱାରା ୨୦୫୬ ଟଙ୍କା ଆଦାୟ କରୁଥିଲେ। ଏପରି ବିଭିନ୍ନ ଉପାୟରେ ୫ ବର୍ଷ ମଧ୍ୟରେ ପ୍ରାୟ ୬ଲକ୍ଷ ଟଙ୍କା ଆତ୍ମସାତ କରିଥିଲେ। ଏହି ଘଟଣା ବିଷୟରେ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ଜାଣିବା ପରେ ଉଚ୍ଚ ଶିକ୍ଷା ବିଭାଗଙ୍କ ନିକଟରେ ଅଭିଯୋଗ କରିଛି। ଉକ୍ତ କିରାଣି ଜଣକ ଗତ ଜାନୁୟାରୀରେ କାକଟପୁରର ଏକ କଲେଜକୁ ବଦଳି ହୋଇଥିବା ଜଣାପଡିଛି। ଅପରପକ୍ଷେ ଏହି ଘଟଣା ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଅବଗତ ଥିବାବେଳେ କ’ଣ ପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ସମ୍ପୃକ୍ତ କିରାଣି ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି ପୁରାତନ ଛାତ୍ର ସଂଘ, ବୁଦ୍ଧିଜୀବୀ ଓ କୋଣାର୍କ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଏଥିସହ ଏହି ଘଟଣାରେ ସମ୍ପୃକ୍ତ ପୂର୍ବତନ କିରାଣିଙ୍କ ସହ ମହାବିଦ୍ୟାଳୟର ଅନ୍ୟ କେଉଁ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି ନା ନାହିଁ ସେନେଇ ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ସାମାଜିକ କର୍ମୀ, ବୁଦ୍ଧିଜୀବୀ ଓ ପୁରାତନ ଛାତ୍ର ସଂଘ ପକ୍ଷରୁ ଅଭିଯୋଗ ହେଉଛି। ଏ ନେଇ ମହାବିଦ୍ୟାଳୟ ଅଧ୍ୟକ୍ଷ ଅବତାର ମିଶ୍ର କୁହନ୍ତି, ଘଟଣା ବିଷୟରେ ଜାଣିବା ପରେ ସମ୍ପୃକ୍ତ କିରାଣିଙ୍କୁ ଅବଗତ କରାଯାଇଛି। ଏହି ଘଟଣାକୁ ତଦାରଖ କରିବା ପାଇଁ ଏକ କମିଟି ଗଠନ କରାଯାଇ ତାଙ୍କଠାରୁ ସମ୍ପୂର୍ଣ୍ଣ ଟଙ୍କା ଆଦାୟ କରାଯିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

ଶୀତ ମହୋତ୍ସବ ହେବ ଉତ୍ସବମୁଖର: ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକୃଷ୍ଟ ପାଇଁ ଲକ୍ଷ୍ୟ

ଦାରିଙ୍ଗବାଡି,୧୭।୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଶୀତ ମହୋତ୍ସବ ନେଇ ତୃତୀୟଥର ପାଇଁ ପ୍ରସ୍ତୁତି ବୈଠକ ବ୍ଲକ ସଭାଗୃହ ଠାରେ ହୋଇଯାଇଛି। ବିଡ଼ିଓ ତଥା...

୬ ମାସରେ ମାତ୍ର ୨ ପ୍ରତିଶତ ଅଗ୍ରଗତି: ଅନିଶ୍ଚିତତା ଘେରରେ ମେଗା ପାନୀୟ ଜଳ ପ୍ରକଳ୍ପର ଭବିଷ୍ୟତ

ଭଞ୍ଜନଗର,୧୭।୧୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ଅଧୀନରେ ରାଜ୍ୟର ସବୁଠୁ ବଡ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri