Posted inଜାତୀୟ

ସ୍ବର ବଦଳାଇ ପଡୋଶୀଙ୍କଠୁ ୬ ଲକ୍ଷ ଲୁଟ୍‌: ଅପରାଧରେ ସହାୟକ ହେଲା ଏଆଇ ଟେକ୍ନୋଲୋଜି

ଠାଣେ,୩୦।୬: ମହାରାଷ୍ଟ୍ରର ଠାଣେରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍‌ନାକୁ ଆସିଛି। ଜଣେ ମହିଳା କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ତାଙ୍କ ପଡ଼ୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କା ଲୁଟିବାରେ ସଫଳ ହୋଇଛନ୍ତି। ତେବେ ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ ଶନିବାର ଏହି ଅଭିଯୁକ୍ତ ମହିଳାଙ୍କୁ ପୋଲିସ ଗିରଫ କରିଛି।
ମହାରାଷ୍ଟ୍ରର ଠାଣେ ଜିଲାର କାଶିମିରା ଅଞ୍ଚଳର ରଶ୍ମି କର ନାମ୍ନୀ ଜଣେ ମହିଳା ଏଆଇ ଭଏସ ଟେକ୍ନୋଲୋଜିକୁ ବ୍ୟବହାର କରି ନିଜ ପଡୋଶୀଙ୍କଠାରୁ ୬.୬ ଲକ୍ଷ ଟଙ୍କାର ଠକେଇ କରିଥିଲେ। ରଶ୍ମି ନିଜ ମହିଳା ପଡୋଶୀଙ୍କୁ କଲ୍‌ କରି ନିଜକୁ ଜଣେ ପୁରୁଷ ଭାବରେ ପରିଚିତ କରାଇଥିଲେ। କଲ୍‌ ସମୟରେ ରଶ୍ମି ଏଆଇ ଟେକ୍ନୋଲୋଜିକୁ ବ୍ୟବହାର କରି ନିଜ ସ୍ବରକୁ ଜଣେ ପୁରୁଷଙ୍କ ସ୍ବରରେ ପରିବର୍ତ୍ତନ କରିଥିଲେ। କଲ୍‌ରେ କଥାବାର୍ତ୍ତା ସମୟରେ ସେ ତାଙ୍କ ମହିଳା ପଡୋଶୀଙ୍କୁ ବିଭିନ୍ନ କିସ୍ତିରେ ଲକ୍ଷାଧିକ ଟଙ୍କା ଦେବାକୁ ଧମକ ଦେଇଥିଲେ। ପୀଡ଼ିତା ମହିଳା ଜଣକ ଜଣେ ପୁରୁଷଙ୍କ ସହ କଥା ହେଉଥିବା ଭାବି ଭୟରେ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ମାଧ୍ୟମରେ ବିଭିନ୍ନ କିସ୍ତିରେ ରଶ୍ମିଙ୍କୁ ୬.୬ ଲକ୍ଷ ଟଙ୍କା ଦେଇଥିଲେ। ତେବେ କଲ୍‌ ଯୋଗେ କଥା ହେଉଥିବା ଉକ୍ତ ପୁରୁଷଙ୍କୁ କେବେ ମଧ୍ୟ ଭେଟି ନ ଥିବା ପୋଲିସ ସମ୍ମୁଖରେ ଉକ୍ତ ପୀଡ଼ିତା କହିଛନ୍ତି। ରବିବାର ପଚରାଉଚରାବେଳେ ରଶ୍ମି ପୋଲିସକୁ କହିଛନ୍ତି, ତାଙ୍କୁ ତୁରନ୍ତ ୬ ଲକ୍ଷ ଟଙ୍କା ଦରକାର ଥିଲା, ତେଣୁ ସେ କଲ୍‌ ସମୟରେ ସ୍ବର ବଦଳାଇବା ପାଇଁ ଏଆଇ ଟେକ୍ନୋଲୋଜି ବ୍ୟବହାର କରି ନିଜ ପଡୋଶୀଙ୍କୁ ଠକି ଚାଲିଥିଲେ। ପୀଡିତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ରଶ୍ମିଙ୍କୁ ଶନିବାର ଗିରଫ କରିଛି। ସୂଚନା ପ୍ରଯୁକ୍ତି ବିଦ୍ୟା(ଆଇଟି) ଅଧିନିୟମ ଅନୁଯାୟୀ ପୋଲିସ ରଶ୍ମିଙ୍କ ବିରୋଧରେ ମାମଲା ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା ବଜାରରେ ନିଆଁ: ହଠାତ ଏତିକି ବଢ଼ିଗଲା ସୁନା ଦର, ରୂପା ବି… ଏକ୍ସପର୍ଟ ଚକିତ!

ନୂଆଦିଲ୍ଲୀ, ୨୫।୩: ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପା ଦରରେ ବୃଦ୍ଧି ଯୋଗୁ ଘରୋଇ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଦିଲ୍ଲୀ ସର୍ରଫା ବଜାରରେ ବୁଧବାର…

ଜୀବନ ବଞ୍ଚାନ୍ତୁ, ପୁରସ୍କାର ପାଆନ୍ତୁ: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କଲେ ସରକାର ଦେବେ ୨୫,୦୦୦ ଟଙ୍କା!

ନୂଆଦିଲ୍ଲୀ,୨୫।୩: ସାଧାରଣତଃ ସଡ଼କ ଦୁର୍ଘଟଣା ସମୟରେ ପୋଲିସ କିମ୍ବା ଆଇନଗତ ଝାମେଲାରେ ପଡ଼ିବା ଭୟରେ ଲୋକମାନେ ଆହତଙ୍କୁ ସାହାଯ୍ୟ କରିବାକୁ ପଛଘୁଞ୍ଚା ଦିଅନ୍ତି। କିନ୍ତୁ ଏବେ ସରକାର…

ଟ୍ରମ୍ପ ଛାନିଆ! ଯୁଦ୍ଧ ବନ୍ଦ କରିବା ପାଇଁ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ଇରାନ, ରଖିଲା ୫ ସର୍ତ୍ତ

ନୂଆଦିଲ୍ଲୀ,୨୫।୩:  ଇରାନ ଆମେରିକାର ୧୫-ସୂତ୍ରୀ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି । ଇରାନର ସରକାରୀ ଟେଲିଭିଜନ ପକ୍ଷରୁ ଏହି ଦାବି କରାଯାଇଛି । ଆମେରିକା ଦେଇଥିବା ପ୍ରସ୍ତାବକୁ ଇରାନ…

ସର୍ବଦଳୀୟ ବୈଠକ ସମୟରେ ପାକିସ୍ତାନ ଉପରେ ବର୍ଷିଲେ ବୈଦେଶିକ ମନ୍ତ୍ରୀ, ‘ଆମେ ଦଲାଲ ଦେଶ ହୋଇପାରିବୁନି’

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଙ୍କଟ ଉପରେ ଆଲୋଚନା କରିବା ପାଇଁ ବୁଧବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା। ବୈଠକ ସମୟରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଇରାନ…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri