ତେଲଙ୍ଗାନାର ୬ ଶ୍ରମିକ ଉଦ୍ଧାର ପାଇ ଗାଁକୁ ଫେରିଲେ

ଭବାନୀପାଟଣା,୧।୨(ଉମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ବ୍ଲକ ସାଁଦୁଲ ବ୍ୟାରେଜରେ ଗତ ୪ ମାସ ହେବ ତେଲଙ୍ଗାନା ମେହବୁବନଗର ଜିଲା ଶେଖପାଲେ ଓ ନେଇନାନପାଲି ଅଳର ୬ଜଣ ଦାଦନ ଶ୍ରମିକ କାମ କରୁଥିଲେ। ସମସ୍ତେ ଆଦିବାସୀ ସମ୍ପ୍ରଦାୟର ହୋଇଥିବାବେଳେ ସେଥିମଧ୍ୟରୁ ୪ଜଣ ପୁରୁଷ ଓ ୨ ଜଣ ମହିଳା ଥିଲେ। ସେମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଶେଷରେ କଳାହାଣ୍ଡି ଜିଲାପାଳ ଘଟଣାର ହସ୍ତକ୍ଷେପ କରିବା ପରେ ସେମାନେ ଉଦ୍ଧାର ପାଇ ବୁଧବାର ନିଜ ଗାଁକୁ ଫେରିଛନ୍ତି।

ଗୁରୁବାର ଶ୍ରମିକମାନେ ନିଜ ଗାଁରେ ପହି ଥିବା ଜଣାପଡିଛି। ଶ୍ରମିକମାନଙ୍କୁ ନିଜ ରାଜ୍ୟରେ କୌଣସି ସ୍ଥାନରେ କାମ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଦାଦନ ସରଦାର ମାନ୍ୟମକୋଣ୍ଡା ୪ ମାସ ତଳେ ଆଣି ସାଁଦୁଲ ବ୍ୟାରେଜରେ ଠିକାଦାରଙ୍କ ପାଖରେ ଛାଡି ଦେଇଥିଲେ। ସେମାନେ ସରଦାରଠାରୁ ନେଇଥିବା ଋଣ ଶୁଝିବା ସହିତ ମାସକୁ ୬ ହଜାର ଟଙ୍କା ଲେଖାଏ ପାରିଶ୍ରମିକ ପାଇବେ ବୋଲି ପ୍ରତିଶ୍ରୁତି ପାଇଥିଲେ ମଧ୍ୟ କାମ କରିବା ଦିନଠାରୁ ଟଙ୍କାଟିଏ ମଧ୍ୟ ପାଇ ନ ଥିବା ପ୍ରକାଶ କରିଛନ୍ତି।

ଶ୍ରମିକମାନଙ୍କ ମଧ୍ୟରୁ ୩ଜଣ ଶ୍ରମିକ ଦସ୍ତାଗିରି, ଡି. କ୍ରିଷ୍ଣ, ଓ ଡି. ରାମୁଲୁ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ମାନବାଧିକାର କର୍ମୀ ଦିଲୀପ କୁମାର ଦାସ ଓ ବଲାଙ୍ଗୀର ଗୋତି ଶ୍ରମିକ ସଙ୍ଗଠନ କର୍ମର୍କାମାନଙ୍କୁ ଯୋଗାଯୋଗ କରି ନିଜ ସମସ୍ୟା ବିଷୟରେ କହିଥିଲେ। ଏହାସହ ଠିକାଦାରଙ୍କ ଲୋକ ସେମାନଙ୍କୁ ସବୁବେଳେ ଜଗି ରହୁଛନ୍ତି ଓ କୌଣସି ସ୍ଥାନକୁ ଛାଡୁନାହାନ୍ତି, ତାସହିତ ପାରିଶ୍ରମିକ ବାବଦକୁ ଚୁକ୍ତି କରିଥିବା ଅର୍ଥରୁ ଟଙ୍କାଟିଏ ମଧ୍ୟ ଦେଉ ନାହାନ୍ତି ତେଣୁ ସେମାନେ ବହୁ କଷ୍ଟରେ ଜୀବନ ଯାପନ କରୁଛନ୍ତି ବୋଲି କହିଥିଲେ। ଫଳରେ ସେମାନେ କାମ ଛାଡି ନିଜ ଗାଁକୁ ଫେରି ଯିବାକୁ ଚାହିଁଲେ ବି ଠିକାଦାର ସେମାନଙ୍କୁ ଯିବାକୁ ଦେଉନାହିଁ ବୋଲି ଅଭିଯୋଗ ଆଣିଥିଲେ।

ସାମାଜିକ କର୍ମୀ ଏସବୁ ଅବଗତ ହେଲା ପରେ ଗତ ୨୯ ତାରିଖରେ କଳାହାଣ୍ଡି ଜିଲାପାଳଙ୍କୁ ସାକ୍ଷାତ କରି ଅଭିଯୋଗ ଦାଖଲ କରିଥିଲେ। ଏହାସହ ଶ୍ରମିକମାନଙ୍କ ଦୁର୍ଦ୍ଦଶା ବିଷୟରେ ଅବଗତ କରାଇଥିଲେ। ଏହାପରେ ଜିଲାପାଳ, ଶ୍ରମ ବିଭାଗ, ଜଳସମ୍ପଦ ବିଭାଗ ଓ ପାୟତିରାଜ ବିଭାଗର ଜିଲାସ୍ତରୀୟ ଅଧିକାରୀମାନଙ୍କୁ ଏ ଦିଗରେ ପଦକ୍ଷେପ ନେଇ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧିକାରୀମାନେ ଶ୍ରମିକମାନଙ୍କୁ ଉଦ୍ଧାର କରି ନିଜ ନିଜ ଗାଁକୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri