ନଭେମ୍ବର ପହିଲାରୁ ଲାଗୁ ହେବାକୁ ଯାଉଛି ଟଙ୍କା ସହ ଜଡ଼ିତ ୬ ବଡ଼ ପରିବର୍ତ୍ତନ, ପକେଟ ଉପରେ ପଡ଼ିବ ପ୍ରଭାବ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୩୧।୧୦: ସାଧାରଣତଃ ପ୍ରତି ମାସ ପହିଲାରେ ଟଙ୍କା ସହ ଜଡ଼ିତ କିଛି ନୂଆ ପରିବର୍ତ୍ତନ ଲାଗୁ ହୋଇଥାଏ। ବୁଧବାରଠାରୁ ନଭେମ୍ବର ମାସ ଆରମ୍ଭ ହେଉଥିବାରୁ କିଛି ପ୍ରମୁଖ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ ଆପଣଙ୍କ ପର୍ସଠାରୁ ଆରମ୍ଭ କରି ବଜେଟ୍‌ ଉପରେ ପଡ଼ିପାରେ। ଆସନ୍ତୁ ଜାଣିବା…

*ଏଲପିଜି ସିଲିଣ୍ଡର ଦାମ: ତୈଳ କମ୍ପାନୀମାନେ ପ୍ରତିମାସ ପହିଲାରେ ସମୀକ୍ଷା ପରେ ଗ୍ୟାସର ମୂଲ୍ୟ ଘୋଷଣା କରିଥାନ୍ତି। ନଭେମ୍ବର ୧ରୁ ଗ୍ୟାସ ସିଲିଣ୍ଡର ଦାମ୍‌ ଜାରି କରାଯିବ, ଯେଉଁଥିରେ ବୃଦ୍ଧି ଅଥବା ହ୍ରାସ ସ୍ଥିତି ଦେଖାଯାଇପାରେ। ନଚେତ ଦାମ୍‌ ଅପରିବର୍ତ୍ତିତ ରହିପାରେ।

*ଜିଏସ୍‌ଟି ସହ ଜଡ଼ିତ ପରିବର୍ତ୍ତନ:
୧୦୦ କୋଟି ଟଙ୍କା ଅଥବା ଏହାଠାରୁ ଅଧିକ ଟର୍ନଓଭର ଥିବା କମ୍ପାନୀଗୁଡ଼ିକୁ ୩୦ ଦିନ ମଧ୍ୟରେ ଇ-ଚାଲାଣ ପୋର୍ଟାଲରେ ଜିଏସ୍‌ଟି ଚାଲାଣ ଅପଲୋଡ଼ କରିବାକୁ ହେବ। ଏହି ନୂଆ ନିୟମ ପହିଲାରୁ ଲାଗୁ ହେବ।

*ଲାପଟପ-ଟାବଲେଟ୍‌ ଆମଦାନୀ:
ଲାପଟପ-ଟାବଲେଟ୍‌ ଏବଂ ଅନ୍ୟ ଇଲେକ୍ଟୋନିକ୍‌ ଉତ୍ପାଦଗୁଡ଼ିକର ଆମଦାନୀର ନିୟମ ପରିବର୍ତ୍ତିତ ହେବାକୁ ଯାଉଛି। ଅଗଷ୍ଟ ୨୦୨୩ରେ ସରକାର ଲାପଟପ୍‌, ଟାବଲେଟ୍‌ ଏବଂ ବ୍ୟକ୍ତିଗତ କମ୍ପ୍ୟୁଟରର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଥିଲେ। ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇ ବ୍ୟାନ୍‌ ଲାଗୁ ନ ହେଲେ ବି ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଆମଦାନୀ ଲାଗି କମ୍ପାନୀଗୁଡ଼ିକୁ ଲାଇସେନ୍ସ ଲାଗି ଆବେଦନ କରିବାକୁ ହେବ ବୋଲି କୁହାଯାଇଛି।

*ଶେୟାରରେ ନେଣଦେଣ ଲାଗି କର:
ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ନଭେମ୍ବର ପହିଲାରୁ ନେଣଦେଣ କରକୁ ବଢ଼ାଇବାକୁ ଯାଉଛି।

*କଓ୍ବୋଇସି କରାଇବା ଜରୁରୀ: ଇନ୍‌ସୁରାନ୍ସ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ ସମସ୍ତ ବୀମାଧାରକଙ୍କ ଲାଗି କଓ୍ବୋଇସି କରାଇବାକୁ ଜରୁରୀ କରିଛନ୍ତି। ନଭେମ୍ବର ପହିଲାରୁ ଏହି ନିୟମ ଲାଗୁ ହେବ।

*ବ୍ୟାଙ୍କ ବନ୍ଦ: ନଭେମ୍ବରରେ ଶନିବାର ଓ ରବିବାରକୁ ମିଶାଇ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଣୁ ବ୍ରାଞ୍ଚ ଯିବା ପୂର୍ବରୁ ଛୁଟି ତାଲିକା ଯାଞ୍ଚ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା…

UGC ନୂଆ ନିୟମ ୨୦୨୬: କ’ଣ ଏହି ସମାନତା ନିୟମାବଳୀ ଏବଂ କାହିଁକି ହେଉଛି ବିରୋଧ?

ନୂଆଦିଲ୍ଲୀ,୨୭।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ନୂତନ ‘ସମାନତା ନିୟମାବଳୀ ୨୦୨୬’କୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବିଶ୍ୱବିଦ୍ୟାଳୟଗୁଡ଼ିକରେ ସଂରକ୍ଷିତ ବର୍ଗର ଛାତ୍ରଛାତ୍ରୀଙ୍କ ପ୍ରତି ହେଉଥିବା ଜାତିଭିତ୍ତିକ…

ଶଙ୍କରାଚାର୍ଯ୍ୟଙ୍କୁ ଛଦ୍ମବେଶୀ ଅସୁର କହିଲେ ଯୋଗୀ ଆଦିତ୍ୟନାଥ! ତେଜିଲା ବିବାଦ

ନୂଆଦିଲ୍ଲୀ,୨୭।୧: ନୂଆମୋଡରେ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ଚାଲିଥିବା ବିବାଦ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି କରାଯାଇଥିବା ମନ୍ତବ୍ୟରେ ମର୍ମାହତ ହୋଇ…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

ଦେଓମାଳୀ ବୁଲିବାକୁ ଗଲାବେଳେ ଆଖିବୁଜିଲେ ଦୁଇ ସାଙ୍ଗ: ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି  ଅନ୍ୟଜଣେ

ପଟ୍ଟାଙ୍ଗି,୨୭।୦୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି ହାଇସ୍କୁଲ ସମୁଖରେ ଏକ ପିକ୍‌ଅପ ଭ୍ୟାନ ସହ ମୋଟର ସାଇକେଲ ଧକ୍କା ହୋଇଛି। ଏଥିରେ …

ଯଦି ପାକିସ୍ତାନ ଟି୨୦ ବିଶ୍ୱକପ୍ ବର୍ଜନ କରେ ତେବେ କ’ଣ ହେବ?

ନୂଆଦିଲ୍ଲୀ,୨୭।୧: ଆଗାମୀ T20 ବିଶ୍ୱକପ୍‌କୁ ନେଇ କ୍ରିକେଟ୍ ଦୁନିଆରେ ଏବେ ଅସ୍ଥିରତା ଦେଖାଦେଇଛି। ବାଂଲାଦେଶ ସହ ଏକତା ପ୍ରଦର୍ଶନ କରି ପାକିସ୍ତାନ ଏହି ମେଗା ଇଭେଣ୍ଟକୁ ସମ୍ପୂର୍ଣ୍ଣ…

କୋର୍ଟରେ ହାଜର ହେଲେ ହାର୍ଡକୋର୍‌ ମାଓବାଦୀ ଆଜାଦ

ମୋହନା୨୭।୧(ମନ୍ମଥ ମିଶ୍ର): ପୋଲିସ ହାର୍ଡକୋର୍‌ ମାଓବାଦୀ ଆଜାଦଙ୍କୁ ରିମାଣ୍ଡରେ ଆଣି ବୁଧବାର ମୋହନା JMFC କୋର୍ଟରେ ହାଜର କରିଛି। ମାଓବାଦୀ ସବ୍ୟସାଚୀ ପଣ୍ଡାଙ୍କ ଡାହାଣ ହାତ କୁହାଯାଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri