ନଭେମ୍ବର ପହିଲାରୁ ଲାଗୁ ହେବାକୁ ଯାଉଛି ଟଙ୍କା ସହ ଜଡ଼ିତ ୬ ବଡ଼ ପରିବର୍ତ୍ତନ, ପକେଟ ଉପରେ ପଡ଼ିବ ପ୍ରଭାବ, ଜାଣିନିଅନ୍ତୁ…

ନୂଆଦିଲ୍ଲୀ,୩୧।୧୦: ସାଧାରଣତଃ ପ୍ରତି ମାସ ପହିଲାରେ ଟଙ୍କା ସହ ଜଡ଼ିତ କିଛି ନୂଆ ପରିବର୍ତ୍ତନ ଲାଗୁ ହୋଇଥାଏ। ବୁଧବାରଠାରୁ ନଭେମ୍ବର ମାସ ଆରମ୍ଭ ହେଉଥିବାରୁ କିଛି ପ୍ରମୁଖ ପରିବର୍ତ୍ତନ ହେବାକୁ ଯାଉଛି। ଏହାର ପ୍ରଭାବ ଆପଣଙ୍କ ପର୍ସଠାରୁ ଆରମ୍ଭ କରି ବଜେଟ୍‌ ଉପରେ ପଡ଼ିପାରେ। ଆସନ୍ତୁ ଜାଣିବା…

*ଏଲପିଜି ସିଲିଣ୍ଡର ଦାମ: ତୈଳ କମ୍ପାନୀମାନେ ପ୍ରତିମାସ ପହିଲାରେ ସମୀକ୍ଷା ପରେ ଗ୍ୟାସର ମୂଲ୍ୟ ଘୋଷଣା କରିଥାନ୍ତି। ନଭେମ୍ବର ୧ରୁ ଗ୍ୟାସ ସିଲିଣ୍ଡର ଦାମ୍‌ ଜାରି କରାଯିବ, ଯେଉଁଥିରେ ବୃଦ୍ଧି ଅଥବା ହ୍ରାସ ସ୍ଥିତି ଦେଖାଯାଇପାରେ। ନଚେତ ଦାମ୍‌ ଅପରିବର୍ତ୍ତିତ ରହିପାରେ।

*ଜିଏସ୍‌ଟି ସହ ଜଡ଼ିତ ପରିବର୍ତ୍ତନ:
୧୦୦ କୋଟି ଟଙ୍କା ଅଥବା ଏହାଠାରୁ ଅଧିକ ଟର୍ନଓଭର ଥିବା କମ୍ପାନୀଗୁଡ଼ିକୁ ୩୦ ଦିନ ମଧ୍ୟରେ ଇ-ଚାଲାଣ ପୋର୍ଟାଲରେ ଜିଏସ୍‌ଟି ଚାଲାଣ ଅପଲୋଡ଼ କରିବାକୁ ହେବ। ଏହି ନୂଆ ନିୟମ ପହିଲାରୁ ଲାଗୁ ହେବ।

*ଲାପଟପ-ଟାବଲେଟ୍‌ ଆମଦାନୀ:
ଲାପଟପ-ଟାବଲେଟ୍‌ ଏବଂ ଅନ୍ୟ ଇଲେକ୍ଟୋନିକ୍‌ ଉତ୍ପାଦଗୁଡ଼ିକର ଆମଦାନୀର ନିୟମ ପରିବର୍ତ୍ତିତ ହେବାକୁ ଯାଉଛି। ଅଗଷ୍ଟ ୨୦୨୩ରେ ସରକାର ଲାପଟପ୍‌, ଟାବଲେଟ୍‌ ଏବଂ ବ୍ୟକ୍ତିଗତ କମ୍ପ୍ୟୁଟରର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଘୋଷଣା କରିଥିଲେ। ପରେ ଏହା ଉପରେ ସ୍ପଷ୍ଟୀକରଣ ଦେଇ ବ୍ୟାନ୍‌ ଲାଗୁ ନ ହେଲେ ବି ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ଆମଦାନୀ ଲାଗି କମ୍ପାନୀଗୁଡ଼ିକୁ ଲାଇସେନ୍ସ ଲାଗି ଆବେଦନ କରିବାକୁ ହେବ ବୋଲି କୁହାଯାଇଛି।

*ଶେୟାରରେ ନେଣଦେଣ ଲାଗି କର:
ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ନଭେମ୍ବର ପହିଲାରୁ ନେଣଦେଣ କରକୁ ବଢ଼ାଇବାକୁ ଯାଉଛି।

*କଓ୍ବୋଇସି କରାଇବା ଜରୁରୀ: ଇନ୍‌ସୁରାନ୍ସ ରେଗୁଲେଟୋରୀ ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଅଫ୍‌ ଇଣ୍ଡିଆ ସମସ୍ତ ବୀମାଧାରକଙ୍କ ଲାଗି କଓ୍ବୋଇସି କରାଇବାକୁ ଜରୁରୀ କରିଛନ୍ତି। ନଭେମ୍ବର ପହିଲାରୁ ଏହି ନିୟମ ଲାଗୁ ହେବ।

*ବ୍ୟାଙ୍କ ବନ୍ଦ: ନଭେମ୍ବରରେ ଶନିବାର ଓ ରବିବାରକୁ ମିଶାଇ ମୋଟ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ। ଏଣୁ ବ୍ରାଞ୍ଚ ଯିବା ପୂର୍ବରୁ ଛୁଟି ତାଲିକା ଯାଞ୍ଚ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାଇଁ ‘ହୋର୍ମୁଜ ଦ୍ୱାର’ ଖୋଲିଲା ଇରାନ, ନିଭାଇଲା ବନ୍ଧୁତା, LPG ସଙ୍କଟରୁ ମିଳିବ ମୁକ୍ତି !

ନୂଆଦିଲ୍ଲୀ,୧୩।୩: ଦେଶରେ ରନ୍ଧନ ଗ୍ୟାସର ଅଭାବକୁ ନେଇ ଚିନ୍ତା ବଢୁଥିବା ବେଳେ ଇରାନ ଭାରତକୁ ବନ୍ଧୁତାର ହାତ ବଢ଼ାଇଛି। ହୋର୍ମୁଜ ଷ୍ଟ୍ରେଟ୍‌ରେ ଫସି ରହିଥିବା ଭାରତର ଦୁଇଟି…

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

ପେଟାପାଙ୍ଗା ଗ୍ରାମ ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣ: ୨ ମୃତ

ରାଇକିଆ/ଜି.ଉଦୟଗିରି,୧୩/୦୩(ପ୍ରଦୀପ ବେହେରା/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ରାଇକିଆ ବ୍ଲକ ଅନ୍ତର୍ଗତ ପେଟାପାଙ୍ଗା ଗ୍ରାମ ଡ. ପାହାଡ଼ର ଗୁମିକିଆ ଜଙ୍ଗଲରେ ହାତୀ ଆକ୍ରମଣରେ ଦୁଇ ଜଣ ଗ୍ରାମବାସୀ…

IPL ୨୦୨୬ରୁ ବାଦ୍‌ ପଡ଼ିଲେ ହର୍ଷିତ ରାଣା, ତଥାପି ମିଳିବ ୪ କୋଟି; କାରଣ ଜାଣିଲେ… 

ନୂଆଦିଲ୍ଲୀ,୧୩।୩: ଆଇପିଏଲ୍‌ ୨୦୨୬ ଆରମ୍ଭ ହେବା ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ (KKR)କୁ ଶକ୍ତ ଧକ୍କା ଲାଗିଛି। ଦଳର ତାରକା ଦ୍ରୁତ ବୋଲର ହର୍ଷିତ ରାଣା ଆହତ…

ଚାଷୀଙ୍କ ପାଇଁ ବଡ଼ ଖୁସିଖବର, ପିଏମ୍‌ କିଷାନର ୨୨ତମ କିସ୍ତି ଜାରି, ଆପଣଙ୍କ ଆକାଉଣ୍ଟକୁ ଆସି ନ ଥିଲେ…

ନୂଆଦିଲ୍ଲୀ,୧୩।୩:  କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ (PM-KISAN) ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

‘ହୋର୍ମୁଜ ଷ୍ଟ୍ରେଟ୍‌’ରେ ଭାରତର ଦବଦବା! ଇରାନ ରାଷ୍ଟ୍ରଦୂତ ଦେଲେ ବଡ଼ ସଂକେତ, କିଛି ସମୟରେ ବଡ଼ ଘୋଷଣା…  

ନୂଆଦିଲ୍ଲୀ,୧୩।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ପାରସ୍ୟ ଉପସାଗରରେ ଜାରି…

ଆରଆଇଙ୍କୁ ମାଡ ଘଟଣାରେ: ଜଣେ ଗିରଫ

ନନ୍ଦପୁର,୧୩।୨(ତୁଷାର କାନ୍ତ ମହାନ୍ତି): ଜାତିଗତ ପ୍ରମାଣପତ୍ର ପାଇଁ ନନ୍ଦପୁର ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ମଧୁସୁଦନ ଖେମୁଣ୍ଡୁଙ୍କୁ ଅଶାଳୀନ ବ୍ୟବହାର ଓ ମାଡ ମାରିବା ଘଟଣାରେ ଜଣେ…

ଲାଞ୍ଚନେଇ ବନ୍ଧାହେଲେ ବଡ଼ଗାଁ ଥାନା ଏଏସ୍‌ଆଇ

ସୁନ୍ଦରଗଡ,୧୩।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ବଡ଼ଗାଁ ଥାନା ପୋଲିସ, ଏଏସ୍‌ଆଇ ଅରୂପା ନନ୍ଦ ଦାସ ଗୁରୁବାର ସନ୍ଧ୍ୟାରେ ଜଣେ ଢାବା ମାଲିକଙ୍କଠାରୁ ୨୫,୦୦୦ଟଙ୍କା ଲାଞ୍ଚ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri