ହାତୀ ଆକ୍ରମଣରେ ୬ ପରିବାର କ୍ଷତିଗ୍ରସ୍ତ

କେନ୍ଦୁଝର,୨୨ା୧୨(ସ୍ବ.ପ୍ର.): କେନ୍ଦୁଝର ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନିଶ୍ଚିନ୍ତପୁର ପଞ୍ଚାୟତର ଅମାଣିଗୋଡ଼ା ମୁଣ୍ଡାସାହିରେ ୧୦ରୁ ଊର୍ଦ୍ଧ୍ୱ ହାତୀ ପ୍ରବେଶ କରି ବ୍ୟାପକ ଘରବାଡି ଭଙ୍ଗାରୁଜା କରିବା ସହ ଧାନଚାଉଳ ନଷ୍ଟ କରିଦେଇଛି। ଉକ୍ତ ସାହିର ପ୍ରାୟ ୬ଟି ପରିବାରର ଘର ସବୁକୁ ହାତୀପଲ ନଷ୍ଟ କରିଦେଇଥିବା ବେଳେ ଘରେ ଥିବା ଧାନଚାଉଳ ନଷ୍ଟ କରିଦେଇଛନ୍ତି। ହାତୀପଲ ଗରିବ ଆଦିବାସୀଙ୍କ ଆସବାବପତ୍ର ନଷ୍ଟ କରିଦେଇଥିବା ବେଳେ ପରିବାର ଲୋକ ବେଘର ହୋଇ ପଡ଼ିଛନ୍ତି। ପ୍ରବଳ ଶୀତ ଯୋଗୁ ସେମାନେ କିଭଳି ରାତି କାଟିବେ ଏବଂ କ’ଣ ଖାଇବେ ସେ ନେଇ ଚିନ୍ତାରେ ରହିଛନ୍ତି। ଖବର ପାଇ ତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ଲକ୍ଷ୍ମୀ ନାୟକ ଉକ୍ତ ଗ୍ରାମକୁ ପରିଦର୍ଶନ କରି କ୍ଷୟକ୍ଷତି ଦେଖିଥିଲେ। ହାତୀ ଉପଦ୍ରବ ଯୋଗୁ ଲୋକମାନେ ସର୍ବସ୍ବ ହରାଇଛନ୍ତି। ଏଣୁ ଏନେଇ ତୁରନ୍ତ ସେମାନଙ୍କୁ ସହାୟତା ଦେବା ସହ ଥଇଥାନ କରିବାକୁ ଜିଲାପାଳ ଓ ଡିଏଫ୍‌ଓଙ୍କୁ ଜଣାଇବେ ବୋଲି ଲକ୍ଷ୍ମୀ ନାୟକ କହିଛନ୍ତି। ହାତୀମାନେ ସମସ୍ତଙ୍କ ଘର ଭାଙ୍ଗିଦେଇ ଧାନଚାଉଳ ଖାଇବା ସହ ଗଣେଶ ମୁଣ୍ଡାଙ୍କ ୧୫ ବସ୍ତା ଧାନ ଓ ୨ ବସ୍ତା ଚାଉଳ, ରଞ୍ଜିତ ସର୍ଦ୍ଦାରଙ୍କ ୧୦ ବସ୍ତା ଚାଉଳ ଓ ୨ ବସ୍ତା ଧାନ ଖାଇଦେଇଥିବା ବେଳେ ଜୟସିଂ ଦିଗି, ମାନିଆ ମୁଣ୍ଡା, ଦାରାସିଂ ଦିଗି, ମଣ୍ଟୁ ମୁଣ୍ଡା ଆଦିଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ଖାଇଦେଇଛନ୍ତି। ବହୁ କଷ୍ଟରେ ଧାନ ଚାଷ କରି ଯାହା କିଛି ସଞ୍ଚୟ କରିଥିଲେ ସେସବୁ ହାତୀମାନେ ଖାଇଦେଲେ। ଏବେ ବର୍ଷ ତମାମ କ’ଣ ଖାଇବୁ ଓ କିପରି ଚଳିବୁ ବୋଲି କ୍ଷତିଗ୍ରସ୍ତ ଆଦିବାସୀମାନେ କହିଛନ୍ତି। ଏଣୁ ତୁରନ୍ତ ସେମାନଙ୍କୁ କ୍ଷତିପୂରଣ ଦେବା ସହ ସୁରକ୍ଷା କରିବାକୁ ନିବେଦନ କରିଛନ୍ତି। ଏନେଇ ଡିଏଫ୍‌ଓ ଏଚ୍‌ ଡି ଧନରାଜ କହିଛନ୍ତି, ନିଶ୍ଚିତ ଭାବରେ କ୍ଷୟକ୍ଷତି ଆକଳନ କରି ସେମାନଙ୍କୁ କ୍ଷତିପୂରଣ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ବିଜେଡିକୁ ଶକ୍ତ ଧକ୍କା: ଭାଜପାରେ ମିଶିଲେ ବିଜେଡି ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର

କେନ୍ଦୁଝର,୩୦।୩ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷ ବରୋଦା ପ୍ରସନ୍ନ ଦାସଙ୍କ ସମେତ ଆଠ ଜଣ କାଉନସିଲର ସୋମବାର ବିଧିବଦ୍ଧ ଭାବେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri