୫ଟି ସଚିବଙ୍କ ଖୋର୍ଦ୍ଧା ଗସ୍ତ: ପାଇକଙ୍କ ଉନ୍ନତି ପାଇଁ ଗବେଷଣା ପ୍ରତିଷ୍ଠାନ, ଖୋର୍ଦ୍ଧାଗଡର ହେବ ପୁନରୁଦ୍ଧାର

ଖୋର୍ଦ୍ଧା,ବେଗୁନିଆ୨୨।୮(ପ୍ରଭାତପାଣିଗ୍ରାହୀ, ହରପ୍ରସନ୍ନ ପଣ୍ଡା) : ୫ଟି ସଚିବ ଭି କେ ପାଣ୍ଡିଆନ ଦୁଇ ଦିନିଆ ଖୋର୍ଦ୍ଧା ଜିଲା ଗସ୍ତରେ ଆସିଛନ୍ତି। ପ୍ରଥମ ଦିନରେ ବେଗୁନିଆ ବ୍ଲକ ଅନ୍ତର୍ଗତ ବେଗୁନିଆ ମିନି ଷ୍ଟାଡିୟମରେ ଆୟୋଜିତ ସମାବେଶରେ ଲୋକମାନଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଲୋକଙ୍କ ଠାରୁ ୪୩୦ ଅଭିଯୋଗ ଗ୍ରହଣ କରିଥିଲେ। ଆସନ୍ତା ସପ୍ତାହ ମଧ୍ୟରେ ଏହାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବେଗୁନିଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଉଭୟ ବେଗୁନିଆ ଓ ବୋଲଗଡ ବ୍ଳକ ଅଞ୍ଚଳର ୧୨ଗୋଟି ମସଜିଦ, ୫ଗୋଟି ଚର୍ଚ୍ଚ, ୧୨ଗୋଟି କମ୍ୟୁନିଟ ସେଣ୍ଟର ଏବଂ ୨୫ଗୋଟି ମନ୍ଦିର ପାଇଁ ଆସନ୍ତା ୨୯ ତାରିଖ ଦିନ ପ୍ରଥମ ପର୍ଯ୍ୟାୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁଦାନ ମଞ୍ଜୁର କରିବେ । ଏଥିସହ ବୋଲଗଡ ବ୍ଳକର ୧୯ ଓ ବେଗୁନିଆ ବ୍ଳକର ୨୧ ପଞ୍ଚାୟତ ମଧ୍ୟରୁ ୧୬ଟି ପଞ୍ଚାୟତର ସମସ୍ତ ଗାଁ କୁ ଆସନ୍ତା ଦୁଇ ମାସ ମଧ୍ୟରେ ମେଗା ପାନୀୟ ଜଳ ଯୋଗାଣ ନିଶ୍ଚୟ ମିଳିବ ବୋଲି ସେ ଘୋଷଣା କରିଥିଲେ। ସେହିପରି ମିଶନ ଶକ୍ତି ଜରିଆରେ ପ୍ରତ୍ୟେକ ମହିଳା ମଣ୍ଡଳ ଗ୍ରୁପ ପାଇଁ ବିନା ସୁଧରେ ମିଳିଥିବା ୪ଲକ୍ଷ ୧୦ ହଜାର ଟଙ୍କା ଋଣକୁ ବୃଦ୍ଧି କରାଯାଇ ୧୦ ଲକ୍ଷ ଟଙ୍କା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ସ୍ଥିର କରାଯାଇଛି। ଜିଲା ପ୍ରଶାସନ ଜରିଆରେ ମାସକ ମଧ୍ୟରେ ସମସ୍ୟାର ସମାଧାନ ହେବ।

ଏହାପରେ ଖୋର୍ଦ୍ଧା ହାବେଳି ପଡିଆରେ ଆୟୋଜିତ ସମାବେଶରେ ଭି.କେ ପାଣ୍ଡିଆନ ଯୋଗ ଦେଇଥିଲେ। ସେଠାରୁ ୪୧୦ଟି ଅଭିଯୋଗ ଗ୍ରହଣ କରିଥିଲେ। ପାଇକ ଗବେଷଣା ପ୍ରତିଷ୍ଠାନ, ଖୋର୍ଦ୍ଧାଗଡର ପୁନରୁଦ୍ଧାର କରାଯିବ। ମଠ ମନ୍ଦିର ସହ ସମସ୍ତ ଧାର୍ମିକ ଅନୁଷ୍ଠାନର ଉନ୍ନତିକରଣ କରାଯିବ। ଭିଟାମାଟି ସ୍ଥିତିବାନ ପାଇଁ ୧୦ହଜାର ଦାବିଦାର ଅଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୫ଶହଙ୍କୁ ଭୂମିପଟା ଦିଆଯିବ। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଶାସନ ଭାର ନେବା ସମୟରେ ମହିଳାଙ୍କ ବିକାଶ କଥା ଚିନ୍ତା କରିଥିଲେ। ବିକାଶରେ ମହିଳାଙ୍କ ସହଭାଗିତାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଉଛନ୍ତି। ମହିଳାଙ୍କ ବିକାଶରେ ଓଡିଶାର ସମୃଦ୍ଧି । ଆନ୍ତରିକତାର ସହ କାର୍ଯ୍ୟ କରିଲେ ଓଡିଶା ପ୍ରଗତି ପଥରେ ଆଗେଇ ଯିବ। ଖୋର୍ଦ୍ଧା ଜିଲା ୧୬ହଜାର ମହିଳା ଏସଏଚଜି ଗ୍ରୁପକୁ ୬୫୦କୋଟିର ଋଣ ଦିଆଯାଇଛି। ବିଜୁ ସ୍ବାସ୍ଥ୍ୟ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ। ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକ ୧୫ଟି ଗ୍ରାମର ଏଗାରଜାତ ମାହଲ ସମସ୍ୟା ସମାଧାନ କରାଯିବ। ଖୋର୍ଦ୍ଧା ଜିଲା୍‌ର ୧୦୮ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଋପାନ୍ତରିତ ପାଇଁ ମୁଖ୍ୟମନ୍ତ୍ରୀ ୬୦ କୋଟି ଘୋଷଣା କରିଛନ୍ତି ।

ତେବେ ପାଣ୍ଡିଆନଙ୍କ ଗସ୍ତ ହେତୁ ପ୍ରବଳ ବର୍ଷା ସତ୍ତ୍ବେ ଶତାଧିକ ମହିଳା, ପୁରୁଷଙ୍କ ସମାଗମ ହୋଇଥିଲା। ଏଠାରୁ ସେ ଖୋର୍ଦ୍ଧା ବ୍ଲକ କାଫେରେ ପରିଦର୍ଶନ ସହ ସେଠାରେ ମିଶନଶକ୍ତି ମହିଳାଙ୍କ ସହ ଆଲୋଚନା କରଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri