Categories: ବାଣିଜ୍ୟ

ଅପେକ୍ଷାର ଅନ୍ତ! ଅକ୍ଟୋବର ପହିଲାରୁ ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ,୨୪।୯: ୫ଜିକୁ ନେଇ ଅପେକ୍ଷାର ହେବାକୁ ଯାଉଛି ଅନ୍ତ। ଆସନ୍ତା ମାସ ଅର୍ଥାତ ଅକ୍ଟୋବରରେ ଭାରତରେ ୫ଜି ସେବା ରୋଲ୍‌ଆଉଟ୍‌ ହେବ। ଟେଲିକମ୍‌ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୂର୍ବରୁ ଏ ବିଷୟରେ ସୂଚନା ଦେଇଛନ୍ତି। ଏବେ ଏହାର ତାରିଖ ମଧ୍ୟ ସ୍ଥିର କରାଯାଇଛି। ଅକ୍ଟୋବର ପହିଲାରେ ହିଁ ୫ଜି ସେବା ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ରୋଲଆଉଟ୍‌ କରିବେ।

ଇଣ୍ଡିଆନ ମୋବାଇଲ କଂଗ୍ରେସର ଆୟୋଜନ ଡିପାର୍ଟମେଣ୍ଟ ଅଫ୍‌ ଟେଲିକମ୍ୟୁନିକେଶନ ଏବଂ ସିଓଏଆଇ ମିଳିତ ଭାବେ କରୁଛନ୍ତି। ୫ଜି ଅକ୍ସନ ପରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ, ଅକ୍ଟୋବର ୧୨ ସୁଦ୍ଧା ଦେଶରେ ୫ଜି ସେବା ଆରମ୍ଭ ହୋଇଯିବ। ସେହିଭଳି ଜିଓ ଏବଂ ଏୟାରଟେଲ ଉଭୟ ୫ଜି ରୋଲଆଉଟ୍‌ର ପ୍ରସ୍ତୁତି ପୂରଣ କରିନେବେ। ଉଭୟ ଅକ୍ଟୋବରରେ ନିଜର ସେବା ଆରମ୍ଭ କରିପାରିବେ।

ପ୍ରାରମ୍ଭରେ ଟେଲିକମ୍‌ କମ୍ପାନୀଗୁଡ଼ିକ ବଡ଼ ବଡ଼ ସହରରେ ୫ଜି ସେବା ଆରମ୍ଭ କରିବେ। ଦିଲ୍ଲୀ, କୋଲକାତା, ଚେନ୍ନାଇ ଏବଂ ମୁମ୍ବାଇରେ ଏହା ପ୍ରଥମେ ଆରମ୍ଭ ହେବ। ପରେ ଏହା ଅନ୍ୟ ସହରରେ ପହଞ୍ଚିବ। ବିଶେଷକରି ଜିଓ ଦୁଇ ବର୍ଷ ମଧରେ ସାରା ଦେଶରେ ୫ଜି ସେବା ଯୋଗାଇବ ବୋଲି କହିଛି। ତେବେ ଏହି ପ୍ଲାନ ଲାଗି ଗ୍ରାହକଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିପାରେ ବୋଲି କୁହାଯାଉଛି।

Share