୨୨ ଟେଲିକମ୍‌ ସର୍କଲରେ ୫ଜି ପ୍ଲସ୍‌ ସେବା

ଭୁବନେଶ୍ୱର,୨୦।୮: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ କମ୍ପାନୀ ଭାରତୀ ଏୟାରଟେଲ ନିକଟରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି ବୋଲି ଏୟାରଟେଲ ପକ୍ଷରୁ କୁହାଯାଇଛି। ଏପରିକି ଟେଲିକମ୍‌ ବିଭାଗ (ଡିଓଟି)ର ମାନଦଣ୍ଡ ଅନୁଯାୟୀ ଭାରତର ସମସ୍ତ ୨୨ ଟେଲିକମ୍‌ ସର୍କଲରେ କମ୍ପାନୀ ୨୬ ଜିଏଚ୍‌ଜେଡ୍‌ ସ୍ପେକ୍ଟ୍ରମ୍‌ରେ ୫ଜି ସେବା ଆରମ୍ଭ କରିବାର ସର୍ବନିମ୍ନ ରୋଲ୍‌ଆଉଟ୍‌ କାର୍ଯ୍ୟକୁ ସଫଳତା ସହ ସମ୍ପୂର୍ଣ୍ଣ କରିଛି। ବିଶେଷକରି ୨୬ ଜିଏଚ୍‌ଜେଡ୍‌ ସ୍ପେକ୍ଟ୍ରମ୍‌ ଦ୍ୱାରା ସକ୍ଷମ ହୋଇଥିବା ବ୍ୟାପକ ୫ଜି ସୁଯୋଗ ସହ କମ୍ପାନୀ ତା’ର ଗ୍ରାହକଙ୍କ ପାଇଁ ଉନ୍ନତମାନର ଏୟାରଟେଲ୍‌ ୫ଜି ପ୍ଲସ୍‌ ଅନୁଭୂତି ସୃଷ୍ଟି କରିବା ଲାଗି ଉଦ୍ଭାବନକୁ ନିରବଚ୍ଛିନ୍ନ ଭାବେ ପରିଚାଳନା କରିବା ପାଇଁ ପ୍ରସ୍ତୁତ ରହିଛି। ସେହିଭଳି ଭିତ୍ତିଭୂମିସ୍ତରରେ ପ୍ରଦର୍ଶନ ଉଲ୍ଲେଖନୀୟ ସମ୍ଭାବନା ଓ ୫ଜି ଗ୍ରହଣୀୟତାର ବଢୁଥିବା ବେଗକୁ ଦର୍ଶାଉଛି। ଅପରପକ୍ଷରେ ଏୟାରଟେଲ୍‌ର ୫ଜି ସେବା ବର୍ତ୍ତମାନ ଦେଶର ୫୦୦୦ରୁ ଅଧିକ ସହର ଓ ଟାଉନ୍‌ରେ ଉପଲବ୍ଧ ହୋଇଥିବାବେଳେ କମ୍ପାନୀ ଜାତୀୟ ସ୍ତରରେ ୧୦ମିଲିୟନ ସ୍ବତନ୍ତ୍ର ଗ୍ରାହକ ଚିହ୍ନକୁ ଅତିକ୍ରମ କରିଛି। ଏପରିକି ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏୟାରଟେଲ ୫ଜି ସେବା ସହିତ ପ୍ରତ୍ୟେକ ଟାଉନ୍‌ ଓ ପ୍ରମୁଖ ଗ୍ରାମାଞ୍ଚଳ କ୍ଷେତ୍ରଗୁଡିକୁ ଅନ୍ତର୍ଭୁକ୍ତ କରିବା ପାଇଁ କମ୍ପାନୀ ସୁବ୍ୟବସ୍ଥିତ ରହିଛି। କମ୍ପାନୀ ତା’ର ଗ୍ରାହକଙ୍କୁ ଏୟାରଟେଲ୍‌ ୫ଜି ପ୍ଲସ୍‌ ନେଟ୍‌ୱର୍କର ଶକ୍ତିକୁ ଅନୁଭବ କରିବା ପାଇଁ ସକ୍ଷମ କରିବା ଲକ୍ଷ୍ୟ ସହ ସେମାନଙ୍କ ପାଇଁ ଅସୀମିତ ୫ଜି ଡାଟା ଉନ୍ମୋଚନ କରିଛି। ସେହିପରି ଡାଟା ଶେଷ ହେବାର ଚିନ୍ତା ବିନା ଗ୍ରାହକମାନେ ବର୍ତ୍ତମାନ ଅଲ୍‌ଟ୍ରାଫାଷ୍ଟ୍‌, ନିର୍ଭରଯୋଗ୍ୟ ଓ ସୁରକ୍ଷିତ ୫ଜି ପ୍ଲସ୍‌ ସେବାଗୁଡିକର ଅନୁଭୂତି ପାଇବାକୁ ସକ୍ଷମ ହେବେ କାରଣ ଏୟାରଟେଲ୍‌ ସମସ୍ତ ବିଦ୍ୟମାନ ପ୍ଲାନ୍‌ରେ ଡାଟା ବ୍ୟବହାର ଉପରେ କ୍ୟାପିଙ୍ଗ୍‌କୁ ଉଚ୍ଛେଦ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

ଜଳିଗଲା ୩ ଭାଇଙ୍କ ଘର

ବେଲଗୁଣ୍ଠା,୧୨ା୪(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ୍‌ ଅନ୍ତର୍ଗତ ଟିକରପଡା ମିଲ ସାହିରେ ଅଗ୍ନିକାଣ୍ଡ ଘଟି ୩ଭାଇଙ୍କ ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।…

ଶାନ୍ତି ଆଲୋଚନା ବିଫଳ ହେବା ପରେ ରାଗିଗଲେ ଟ୍ରମ୍ପ! ଇରାନକୁ ଚରମବାଣୀ, ‘ପରମାଣୁ ବୋମା…’

ଓ୍ବାଶିଂଟନ,୧୨ା୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷକୁ ବନ୍ଦ କରିବା ଉଦ୍ଦେଶ୍ୟରେ ପାକିସ୍ତାନର ଇସଲାମାବାଦରେ ଇସ୍ରାଏଲ, ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଆଲୋଚନା ବୈଠକ ସମ୍ପୁର୍ଣ୍ଣ ଭାବେ ଫେଲ୍…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

ଲକ୍ଷ୍ନୌକୁ ହରାଇଲା ଗୁଜରାଟ

ଲକ୍ଷ୍ନୌ,୧୨ା୪: ପ୍ରସିଦ୍ଧ କ୍ରିଷ୍ଣାଙ୍କ ଦମ୍‌ଦାର ବୋଲିଂ ବଳରେ ଗୁଜରାଟ ଟାଇଟନ୍ସ ୭ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ(ଏଲ୍‌ଏସ୍‌ଜି)କୁ ପରାସ୍ତ କରିଛି। ଏହା ଗୁଜରାଟର ୪ ମ୍ୟାଚ୍‌ରେ ଦ୍ୱିତୀୟ…

ଜଳିଗଲା ୩ ପରିବାରର ଗୁହାଳ ଘର, ୨ ବଳଦ ଜୀବନ୍ତ ଦଗ୍ଧ 

ଦିଗପହଣ୍ଡି,୧୨।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ବୋରିପଦର ଗ୍ରାମରେ ଅଗ୍ନିକାଣ୍ଡ । ରବିବାର ଅପରାହ୍ନରେ ନିଆଁ ଲାଗି ୩ଟି ପରିବାରର ଗୁହାଳ…

ଭୀମ ଭୋଇ ମେଡିକାଲରେ ରୋଗୀଙ୍କ ମୋବାଇଲ୍ ଚୋରି କରୁଥିଲା ଚୋର, ହାତ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ଲୋକେ

ବଲାଙ୍ଗୀର,୧୨।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଦିନକୁ ଦିନ ଚୋରି ଘଟଣା ବଢିବାରେ ଲାଗିଛି । ନିଶାସେବନ କରି କିଛି ଅସାମାଜିକ…

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri