ବରଗଡ଼, ୧୧।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଧୀନରେ ଥିବା ଭୁକ୍ତା ତଲିପଡାସ୍ଥିତ ବିନୋଦ ଡୁଙ୍ଗୁରିଙ୍କ ପୁରୁଣା ଘରେ ବିପୁଳ ପରିମାଣର ବେଆଇନ କଫ ସିରଫ ଗଚ୍ଛିତ ରଖିଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭୁକ୍ତା ତଲିପଡାର ବିନୋଦ ଡୁଙ୍ଗୁରି ଓ ନାରଙ୍ଗପୁର ଗ୍ରାମର ଅଜିତ ନାୟକ। ଚଢ଼ାଉ ସମୟରେ ୫୯୫ବୋତଲ କଫ ସିରଫ ଜବତ ହୋଇଛି। ସେମାନେ ବ୍ୟବହାର କରିଥିବା ୨ମୋଟର ସାଇକେଲ, ୨ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଛି । ଏ ନେଇ ଅମ୍ବାଭୋନା ଥାନାରେ ଏକ ମାମଲା (ନଂ-୪୬/୨୦୨୫) ରୁଜୁ କରି ପୋଲିସ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।


