ଟାୟାର ଜାଳି ୫୯ନଂ. ଜାତୀୟ ରାଜପଥ ଅବରୋଧ

ଦାରିଙ୍ଗବାଡ଼ି,୮ା୧(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସାରିଙ୍ଗିଇର୍ପି ଗ୍ରାମ ନିକଟ ୫୯ନଂ. ଜାତୀୟ ରାଜପଥରେ ଏକ ଟ୍ରାକ୍ଟର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ଉତ୍ତେଜନା ଦେଖାଯାଇଛି। ବ୍ୟବଚ୍ଛେଦ ପରେ ପୋଲିସ ଉପସ୍ଥିତିରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ହେଲେ ମୃତଦେହ ଗାଁରେ ପହଞ୍ଚତ୍ବା ପରେ ଉତ୍ତେଜନା ବୃଦ୍ଧି ପାଇଥିଏେ। ଲୋକେ ୫୯ନଂ. ଜାତୀୟ ରାଜପଥରେ ଟାୟାର ଜାଳି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଧକ୍କା ଦେଇଥିବା ଟ୍ରାକ୍ଟର ମାଲିକ ଏବଂ ଚାଳକଙ୍କୁ ଗିରଫ ଦାବିରେ ବିକ୍ଷୋଭ କରାଯାଇଛି। ଏଣୁ ଦାରିଙ୍ଗବାଡ଼ିଠାରୁ ବାଲିଗୁଡ଼ା, ରାଇପୁର ଆଦି ଅଞ୍ଚଳକୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାଜପଥ ଉପରେ ବହୁ ଗାଡ଼ି ଅଟକି ରହିଛି। ପୋଲିସ ସବ୍‌ଇନ୍ସପେକ୍ଟର ଜିତେନ୍ଦ୍ର ବେହେରା ପହଞ୍ଚତ୍ ଲୋକଙ୍କୁ ବୁଝାଶୁଝା କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ଫଳପ୍ରଦ ହୋଇନାହିଁ । ପରେ ତହସିଲଦାର ପହଞ୍ଚତ୍ବା ପରେ ବୁଝାଶୁଝା କରିବା ପରେ ଆନ୍ଦୋଳନ ହଟିଥିଲା।
ସୂଚନାଯୋଗ୍ୟ, ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଅଞ୍ଚଳର ରତ୍ନାକର ନାୟକ ଶୁକ୍ରବାର ସନ୍ଧ୍ୟାରେ ଦାରିଙ୍ଗବାଡ଼ି ଯାଇ ବିଳମ୍ବିତ ରାତିରେ ସିମନବାଡ଼ି ଫେରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଏକ ଟ୍ରାକ୍ଟର ଆସି ରତ୍ନାକରଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ରତ୍ନାକରଙ୍କ ମୃତ୍ୟୁ ଘଟିଥିଲା। ପୋଲିସ ମୃତଦେହ ଜବତ କରିବା ସହ ଧକ୍କା ଦେଇଥିବା ଟ୍ରାକ୍ଟରକୁ ଜବତ କରିଥିଲା।