କର୍ଲାମୁଣ୍ଡା/ରିଷିଡା,୧୪/୫(ପ୍ରଦୀପ କୁମାର ସାହୁ/ସୁଶାନ୍ତ କୁମାର ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ଫାଣ୍ଡି ଅଧିନସ୍ଥ କଂସିଲ ଛକଠାରେ ବେଆଇନ ଭାବେ ଚାଲାଣ ହେଉଥିବା ୫୯ଲିଟର ବିଦେଶୀ ମଦକୁ ରିଷିଡା ପୋଲିସ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି l କୌଣସି ସୂତ୍ରରୁ ଖବର ପାଇ କେସିଙ୍ଗା ଏସଡିପି ଓ ସନ୍ଦୀପ କୁମାର ମାଝୀ ଓ ମରାମପୁର ଆଇଆଇସି ସୁଦର୍ଶନ ନାଏକଙ୍କ ନିର୍ଦ୍ଦେଶ କ୍ରମେ ରିଷିଡା ଫାଣ୍ଡି ଅଧିକାରୀ ମନୁଆ ବିଡ଼ିକାଙ୍କ ନେତୃତ୍ୱରେ ପୋଲିସ ଟିମ ଛପିଥାଇ ମ ରାମପୁର ପଟରୁ ବେଆଇନ ଭାବରେ ଆଣୁଥିବା ଶିବ କୁମାର ନାମକ ବ୍ୟକ୍ତିଙ୍କଠାରୁ ୫୯ ଲିଟର ବିଦେଶୀ ମଦ ଓ ବାଇକ (ଓ ଡି ୧୭ଏଲ ୫୨୫୧)ଜବତ କରିଛି l ଏଥିସହିତ ଶିବ କୁମାରଙ୍କୁ ଗିରଫ କରିଥବା ଫାଣ୍ଡିଅଧିକାରୀ ସୂଚନା ଦେଇଛନ୍ତି। ପୋଲିସ ଟିମରେ କନେଷ୍ଟବଳ ରାମଲାଲ ମଲ୍ଲିକ,ସୁନୀଲ କୁମାର ବାଗ, ସଂଜୀବ ସାହୁ ହୋମଗାର୍ଡ ଚକାମନ ଭୋଇ ସାମିଲ ଥିଲେ l

