Posted inଜାତୀୟ

ପାର୍ଲାମେଣ୍ଟ ଅଧିବେଶନ:ଚାଇନା, ଫେସ୍‌ବୁକ୍‌ ପ୍ରସଙ୍ଗ ଉଠାଇବ କଂଗ୍ରେସ

ନୂଆଦିଲ୍ଲୀ, ୨୧ା୮:ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେବା ଆଶା କରାଯାଉଥିବା ବେଳେ ଚାଇନା ସହ ସୀମା ବିବାଦ ଏବଂ ଫେସ୍‌ବୁକ୍‌ ସହ ଶାସକ ଦଳର ସମ୍ପର୍କ ଆଦି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୃହରେ ସରକାରଙ୍କୁ ଅଡୁଆରେ ପକାଇବାକୁ ଉଦ୍ୟମ କରିବ ବୋଲି ଜଣାପଡ଼ିଛି। ଏଥିସହିତ କରୋନା ମହାମାରୀକୁ ନିୟନ୍ତ୍ରଣ କରିବାରେ ବିଫଳତା, ଆର୍ଥତ୍କ ସଙ୍କଟ, ଚାକିରିରୁ ଛଟେଇ ଏବଂ କୃଷି ସମସ୍ୟାକୁ ନେଇ ମଧ୍ୟ କଂଗ୍ରେସ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛି। ଚାଇନା ସହ ସୀମା ବିବାଦ ପ୍ରସଙ୍ଗରେ ବିରୋଧୀ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୃହରେ ବିବୃତି ରଖିବାକୁ ଦାବି କରିବ ବୋଲି ଜଣେ କଂଗ୍ରେସ କାର୍ଯ୍ୟକର୍ତ୍ତା କହିଛନ୍ତି। ଜୁନ୍‌ ୧୯ ସର୍ବଦଳୀୟ ବୈଠକରେ ମୋଦି କହିଥିଲେ, ଭାରତୀୟ ଅଞ୍ଚଳରେ ଚାଇନା ସୈନ୍ୟ ଅନୁପ୍ରବେଶ କରିନାହାନ୍ତି। ଏହା ଉପରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କଠାରୁ ସ୍ପଷ୍ଟୀକରଣ ଚାହିଁବ। ସ୍ବାଧୀନତା ଦିବସ ଅଭିଭାଷଣରେ ମଧ୍ୟ ପ୍ରଧାନମନ୍ତ୍ରୀ ଚାଇନାର ନାଁ ନେଇ ନ ଥିଲେ।
ସୀମାରେ ସ୍ଥିତାବସ୍ଥା ଜାରି ରଖିବା ଲାଗି ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଜୁନ୍‌ ୧୫ରେ ଚାଇନା ସୈନ୍ୟଙ୍କ ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଲଦାଖ ଅନ୍ତର୍ଗତ ବିବାଦୀୟ ସୀମାରେ ଉତ୍ତେଜନା ହ୍ରାସ ଲାଗି ସାମରିକ ସ୍ତରରେ ଆଲୋଚନା ଜାରି ରହିଛି। ସେହିପରି ଫେସ୍‌ବୁକ୍‌ର ଭାରତୀୟ କର୍ମଚାରୀ ଭାଜପା ନେତାମାନଙ୍କ ଘୃଣା ତଥା ହିଂସା ଉଦ୍ରେକକାରୀ ଭାଷଣକୁ ଅଣଦେଖା କରୁଥିବା ଓ୍ବାଲ୍‌ ଷ୍ଟିଟ୍‌ ଜର୍ନାଲରେ ଖବର ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ ସହ ଭାଜପାର ଭିତିରି ସମ୍ପର୍କ ରହିଥିବା କଂଗ୍ରେସ ଅଭିଯୋଗ କରିଥିଲା। ଏହାର ତଦନ୍ତ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଦ୍ୱାରା କରାଯିବାକୁ ବିରୋଧୀ ଦଳ ଦାବି କରିବ।
ଦେଶରେ କରୋନା ମହାମାରୀ ମାଡ଼ି ଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ ସରକାର ବିଫଳ ହୋଇଛନ୍ତି। ଲକ୍‌ଡାଉନ୍‌ ଲାଗୁ କରିବାରେ ଭୁଲ୍‌ ନିଷ୍ପତ୍ତି ଯୋଗୁ ଲକ୍ଷ ଲକ୍ଷ ଲୋକ ନିଯୁକ୍ତି ହରାଇଛନ୍ତି ଓ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇଛି। ଏନେଇ ବିରୋଧୀ ଦଳ ସରକାରଙ୍କୁ ଜବାବ ମାଗିବ । ଏହାବ୍ୟତୀତ ପିଏମ୍‌ କେୟାର୍ସ ପାଣ୍ଠି ସମ୍ପର୍କିତ ତଥ୍ୟ ଦେବାକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ମନା କରୁଥିବାରୁ ଏହା ଉପରେ ଆଲୋଚନା ଦାବି କରିବ କଂଗ୍ରେସ। ଏହା ଦେଶର ପାଣ୍ଠି ହୋଇଥିବାରୁ ଏଥିରେ ସ୍ବଚ୍ଛତା ପାଇଁ ଦଳ ଦାବି କରିବ ବୋଲି ନେତା ଜଣକ କହିଛନ୍ତି। କରୋନା ମହାମାରୀ ଭଳି ବିପର୍ଯ୍ୟୟର ମୁକାବିଲା ଓ ଜନସାଧାରଣଙ୍କୁ ସହାୟତା ଲାଗି ମାର୍ଚ୍ଚ ୨୮ରେ ପ୍ରଧାନମନ୍ତ୍ରୀ ଏହି ପାଣ୍ଠି ଘୋଷଣା କରିଥିଲେ। ବର୍ତ୍ତମାନ ସୁଦ୍ଧା ଏହି ପାଣ୍ଠିରେ କେତେ ଅର୍ଥ ସଂଗ୍ରହ ହେଲାଣି ତାହା ଜଣାପଡୁନାହିଁ। ଏନ୍‌ଡିଆର୍‌ଏଫ୍‌ ଥିଲାବେଳେ ପିଏମ୍‌ କେୟାର୍ସ ପାଣ୍ଠି ଗଠନର ଆବଶ୍ୟକତା କ’ଣ ଥିଲା ବୋଲି କଂଗ୍ରେସ ପ୍ରଶ୍ନ କରିଛି। ସେହିପରି ୩୨ଟି ରାଷ୍ଟ୍ରାୟତ୍ତ କମ୍ପାନୀର ବିକ୍ରି ଏବଂ ରେଲଓ୍ବେ ଓ ବିମାନବନ୍ଦରକୁ ଘରୋଇ ସଂସ୍ଥାକୁ ହସ୍ତାନ୍ତର ପ୍ରସଙ୍ଗ ମଧ୍ୟ ବିରୋଧୀ ଦଳ ଉଠାଇବ। ଉପରୋକ୍ତ ପ୍ରସଙ୍ଗରେ ସରକାରଙ୍କୁ ପାର୍ଲାମେଣ୍ଟରେ ମିଳିତ ଭାବେ ଘେରିବା ପାଇଁ କଂଗ୍ରେସ ସମଭାବାପନ୍ନ ଦଳଗୁଡ଼ିକ ସହ ଆଲୋଚନା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri