‘ସାଧୁସନ୍ଥଙ୍କ ଦର୍ଶନ ପାଇ ନିଜକୁ ଧନ୍ୟ ମନେ କରୁଛି’

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ସଦର ବ୍ଲକ ଆମସେନାଠାରେ ଥିବା ଗୁରୁକୁଳ ଆଶ୍ରମର ୫୮ ତମ ବାର୍ଷିକ ମହୋତ୍ସବ, ୨୦୧ କୁଣ୍ଡିୟ ବୈଦିକ ମହାଯଜ୍ଞ ଓ ଆର୍ଯ୍ୟ ସମ୍ମିଳନୀ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଓଡ଼ିଶା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଦିନିକିଆ ଗସ୍ତରେ ଆସି ଏହି ମହୋତ୍ସବରେ ଯୋଗଦାନ କରିଥିଲେ। ଭୁବନେଶ୍ୱରରୁ ସ୍ବତନ୍ତ୍ର ବିମାନ ଯୋଗେ ଆସି ଖରିଆର ରୋଡ ଗୋତମା ଏୟାର ଷ୍ଟ୍ରିପରେ ଅବତରଣ କରି ସଡକ ପଥରେ ସେ ଆମସେନା ଯାଇଥିଲେ। ଗତ ୩ଦିନ ଧରି କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ସୋମବାର ଉପ ମୁଖ୍ୟମନ୍ତ୍ରୀ ସିଂ ଦେଓଙ୍କ ଦ୍ୱାରା ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଛି। ଏହି ଅବସରରେ ଏକ ଛାତ୍ରାବାସର ଭୂମିପୂଜନ କରି ସେ କହିଥିଲେ, ୧୯୯୧ରେ ଗୁରୁକୁଳ ଆଶ୍ରମ ଆସିଥିଲି। ଦ୍ୱିତୀୟ ଥର ପାଇଁ ଆସିବା ଅବସରରେ ଦେଶ ବିଦେଶରୁ ଆସିଥିବା ବ୍ରହ୍ମଚାରୀ, ସାଧୁସନ୍ଥ, ତପସ୍ବୀ, ମୁନିଋଷିଙ୍କ ଦର୍ଶନ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି ବୋଲି କହିଥିଲେ। ପରେ ଆଶ୍ରମର ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ପୂର୍ବତନ କଳାହାଣ୍ଡି ଏମ୍‌ପି ବସନ୍ତ ପଣ୍ଡା, ଖରିଆର ରୋଡ ଏନ୍‌ଏସି ଅଧ୍ୟକ୍ଷା ସୋନିଆ ଜୈନ, ଗୁରୁକୁଳ ସଂସ୍ଥାପକ ସ୍ବାମୀ ଧର୍ମାନନ୍ଦ ସରସ୍ବତୀ, ଗୁରୁକୂଳ ଆଚାର୍ଯ୍ୟ ବ୍ରତାନନ୍ଦ ସରସ୍ବତୀ, ଦିଲ୍ଲୀର ସ୍ବାମୀ ଆର୍ଯ୍ୟବେଶ ଜୀ, ଆଦିତ୍ୟ ବେଶ, ରାଜସ୍ଥାନର ସ୍ବାମୀ ସଚ୍ଚିଦାନନ୍ଦ ଯୋଗୀ, ଆଚାର୍ଯ୍ୟ କୋମଳ ଜୀ, ସ୍ବାମୀ ରାମବୀର ଶାସ୍ତ୍ରୀ ପ୍ରମୁଖ ମଞ୍ଚାସୀନ ଥିଲେ। ଗୁରୁକୁଳ ଆଶ୍ରମ ଆଚାର୍ଯ୍ୟ ଡ. କୁଞ୍ଜଦେବ ମନିସି ମଞ୍ଚ ପରିଚାଳନା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କାଲି ନିଖୋଜ, ଆଜି ମିଳିଲା ବୃଦ୍ଧଙ୍କ ମୃତଦେହ; କେନାଲରେ ଗୋଟିଏ ପରେ ଗୋଟିଏ ଅଘଟଣକୁ ନେଇ… 

କୋକସରା,୧୮।୩(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବୁଧବାର ଦିନ ଇନ୍ଦ୍ରାବତୀ ଉଠା ଜଳସେଚନ…

ନିଶା ନିବାରଣ ପାଇଁ ବାହାରିଲେ ଛାତ୍ରୀଛାତ୍ର, ସ୍କୁଲରେ ହେଲା….

ବରଗଡ଼,୧୮।୩(ପ୍ରେମାନନ୍ଦ ଖମାରୀ): ନିଶା ମଣିଷକୁ ବିବେକ ଶୂନ୍ୟ କରି ଦିଏ । ନିଶାସକ୍ତ ବ୍ୟକ୍ତି ନିଜ ପରିବାର ସହିତ ସମାଜର ମଧ୍ୟ ଅନେକ କ୍ଷତି ପହଞ୍ଚାଇଥାଏ ।…

ଜମିପଟ୍ଟା ପ୍ରଦାନ ଦାବି, କୃଷକ ସଭା ପକ୍ଷରୁ ତହସିଲ ଅଫିସ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୧୮।୩(ସବିତାମିଶ୍ର): ଜମିହୀନଙ୍କୁ ଜମିପଟ୍ଟା ପ୍ରଦାନ ଦାବିରେ ଓଡିଶା କ୍ରୁଷକସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ପି ହରିକ୍ରୁଷ୍ଣରେଡୀଙ୍କ ନେତୃତ୍ବରେ ପୁରୁଷୋତ୍ତମପୁର ତହସିଲ କାର୍ଯ୍ଯାଳୟ ସମ୍ମୁଖରେ ପ୍ରତିବାଦ ସହ…

ଯୋଗାଣ ବିଭାଗର ଚଢ଼ାଉ, ୧୨ ଗ୍ୟାସ ସିଲିଣ୍ଡର ସହିତ ୨୮୩….

ଅତାବିରା,୧୮।୩(ଯୁଧିଷ୍ଠିର ମହାପାତ୍ର ): ମଧ୍ୟପ୍ରାଚ୍ୟରେ ଗୋଟିଏ ପଟେ ଯୁଦ୍ଧ ଲାଗିରହିଥିବା ବେଳେ ଅନ୍ୟପଟରେ ସାରା ଭାରତ ଓ ଓଡ଼ିଶାରେ ମଧ୍ୟ ଗ୍ୟାସ ବା LPG ର ସଙ୍କଟ…

SCB ଅଗ୍ନିକାଣ୍ଡ: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀ ନିଲମ୍ବିତ

ଭୁବନେଶ୍ୱର,୧୮।୩(ସୁନିତ୍‌ ମିଶ୍ର): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍‌ପିଟାଲରେ ଗତ ୧୬ ତାରିଖ ଦିନ ହୋଇଥିବା ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଅନେକ ଜୀବନ ନଷ୍ଟ…

ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଜେଲ୍‌ ଗଲେ ବାପ-ପୁଅ, ରକ୍ତଭିଜା କାଠଫାଳିଆ ଜବତ

ଦିଗପହଣ୍ଡି,୧୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମର ସାମାଜିକ କର୍ମୀ ମାନସ ରଞ୍ଜନ ପଟ୍ଟନାୟକ ଓରଫ ମନୋଜଙ୍କୁ ମଙ୍ଗଳବାର ରାତିରେ ସଂଘବଦ୍ଧ…

ଗଞ୍ଜାମ ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭାବେ ଦାୟିତ୍ବ ନେଲେ ସମୀର କୁମାର ଜେନା

ଛତ୍ରପୁର,୧୮।୩(ଦିଲ୍ଲୀପ ସାମଲ) : ଦୀର୍ଘ ୮ ମାସ ପରେ ଆଜି ଗଞ୍ଜାମ ଜିଲାପରିଷଦର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସମୀର…

ବାସନ୍ଦ, ଜରିମାନାକୁ ନେଇ ଗୋଷ୍ଠୀ ସଂଘର୍ଷ, ୫ ଆହତ

ହିଞ୍ଜିଳିକାଟୁ,୧୮ା୩(ଦ୍ୱିତୀକୃଷ୍ଣ ପଣ୍ଡା):ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ନନ୍ଦିତା ଗାଁରେ ମଙ୍ଗଳବାର ରାତିରେ କୁଳରୁ ବାସନ୍ଦ, ଜରିମାନା ଆଦାୟକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri