Posted inଜାତୀୟ

ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ଆବଶ୍ୟକ ୫୭ ହଜାର କୋଟି…

ଲକ୍ଷ୍ନୌ,୨୦।୩ : ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ ଇନିଂସରେ କିଏ ନୂତନ ଅର୍ଥମନ୍ତ୍ରୀ ହେବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିନ୍ତୁ ନୂତନ ସରକାରଙ୍କ ପ୍ରଥମ ବଜେଟ ପାଇଁ ପ୍ରସ୍ତୁତ ହେଉଥିବା ଅର୍ଥ ବିଭାଗ ଭାଜପାର ଲୋକ କଲ୍ୟାଣ ସଂକଳ୍ପ ପତ୍ର ଯୋଜନା ଉପରେ କାର୍ଯ୍ୟ ଆରମ୍ଭ କରିଛି। ଏହା କୁହାଯାଉଛି ଯେ ନିର୍ବାଚନରେ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ୫୭ ହଜାର କୋଟି ଟଙ୍କାରୁ ଅଧିକ ବଜେଟ ଆବଶ୍ୟକ।

ପୂର୍ବରୁ ରିଲିଜ ହୋଇଥିବା ଯୋଜନାଗୁଡିକର ଆକାର ଏବଂ ପ୍ରକାରର ବୃଦ୍ଧି ଏବଂ ଅନେକ ନୂତନ ଯୋଜନା ଉପରେ ବଜେଟ ଭାର ଏହାଠାରୁ ଭିନ୍ନ ହେବ। ନୂଆ ସରକାରଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିବାକୁ ପଡିବ।

ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ ଶାସକ ଦଳ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ସହାୟତାକୁ ୧୫ ହଜାରରୁ ୨୫ହଜାର ଟଙ୍କାକୁ ବୃଦ୍ଧି କରିବା ସହିତ ସାମୁହିକ ବିବାହ ଅନୁଦାନ ଯୋଜନାରେ ଆର୍ଥିକ ସହାୟତାକୁ ୧ ଲକ୍ଷକୁ ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ଗୋଟିଏ ବର୍ଷରେ ଦୁଇଟି ମାଗଣା ଏଲପିଜି ସିଲିଣ୍ଡର ଦେବା, ୬୦ ବର୍ଷରୁ ଅଧିକ ବୟସ୍କ ମହିଳାଙ୍କୁ ସର୍ବସାଧାରଣ ପରିବହନରେ ମାଗଣା ଯାତ୍ରା, କଲେଜ ଯାଉଥିବା ଛାତ୍ରୀମାନଙ୍କୁ ମାଗଣା ସ୍କୁଟି ଏବଂ ସ୍ବାମୀ ବିବେକାନନ୍ଦ ଯୁବା ସଶକ୍ତିକରଣ ଯୋଜନା ଅନ୍ତର୍ଗତରେ ୨ କୋଟି ଟାବଲେଟ କିମ୍ବା ସ୍ମାର୍ଟଫୋନ ଦେବା ଆଦି ଘୋଷଣା ପତ୍ରରେ ଉଲ୍ଲେଖ କରାଯାଇଛି। ଏଥିପାଇଁ ବଡ଼ ବଜେଟର ଅବଶ୍ୟକତା ରହିଛି।

ଏହା ବ୍ୟତୀତ କୃଷକମାନଙ୍କୁ ମାଗଣା ବିଦ୍ୟୁତ ଘୋଷଣା କରାଯାଇଛି। ଯେଉଁଥିପାଇଁ ବାର୍ଷିକ ୨୨୦୦ କୋଟି ଟଙ୍କା ଆବଶ୍ୟକ ହେବ। ଏହି ଯୋଜନାଗୁଡିକରେ ଖର୍ଚ୍ଚର ଆବଶ୍ୟକତା ଅନୁଯାୟୀ ବଜେଟ ବ୍ୟବସ୍ଥା କରିବାକୁ ପଡିବ। କିନ୍ତୁ ସମସ୍ତ ଘୋଷଣା ଏପରି ଯେ ଏହାର କାର୍ଯ୍ୟକାରିତା ପାଇଁ ପାଣ୍ଠି ସୃଷ୍ଟି କରିବାକୁ ପଡିବ। ଏହି ପାଣ୍ଠି ୫୦୦ କୋଟିରୁ ୨୫ ହଜାର କୋଟି ପର୍ଯ୍ୟନ୍ତ କରିବାକୁ କୁହାଯାଇଛି।

ପ୍ରମୁଖ ଘୋଷଣା ପାଇଁ ବଜେଟରେ ୫୭ ହଜାର କୋଟିରୁ ଅଧିକ ପାଣ୍ଠିର ଏକକାଳୀନ ଆବଶ୍ୟକତା ରହିବ।

ସଂକଳ୍ପ ପତ୍ରରେ ୨୫,୦୦୦କୋଟିର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏଗ୍ରି-ଇନଫ୍ରାଷ୍ଟ୍ରକଚର ମିଶନ, ୧୦,୦୦୦ କୋଟିର ମହର୍ଷି ସୁଶ୍ରୁତ ଭିତ୍ତିଭୂମି ମିଶନ, ୫୦୦୦ କୋଟିରୁ ମୁଖମନ୍ତ୍ରୀ କୃଷି ସିଞ୍ଚନ ଯୋଜନା, ୫୦୦୦ କୋଟିର ଚିନି ମିଲ ନବୀକରଣ ମିଶନ, ୫୦୦୦ କୋଟିର ଅବନ୍ତୀବାଈ ଲୋଧି ସ୍ବୟଂ ସହାୟକ ଗୋଷ୍ଠୀ ମିଶନ ନବୀକରଣ କାର୍ଯ୍ୟକ୍ରମ, ୨୫,୦୦ କୋଟିର ବିଶ୍ୱକର୍ମା ବୈଷୟିକ ବିକାଶ ଯୋଜନା, ୧୦୦୦ କୋଟିର ଭୀମଶାହା ଭାବ ସ୍ଥିରତା ପାଣ୍ଠି, ୧୦୦୦ କୋଟିର ନନ୍ଦ ବାବା ଦୁଗ୍ଧ ମିଶନ, ୧୦୦୦ କୋଟିର ମିଶନ ପିଙ୍କ୍‌ ଟଏଲେଟ, ୧୦୦୦ କୋଟିର ଆତ୍ମନିର୍ଭରଶୀଳ ଏସଏଚଜି କ୍ରେଡିଟ କାର୍ଡ, ୭୨୦ କୋଟିର ଫସଲ ସହାୟତା, ୫୦୦ କୋଟିର ରାଜ୍ୟ ପ୍ରତିଭା ସନ୍ଧାନ ଏବଂ ବିକାଶ ପାଣ୍ଠି ଆଦି ରହିଛି।

ଏବେ ଏହାର ପୂରଣ ପାଇଁ ବିପୁଳ ପାଣ୍ଠି ନୂଆ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ICC: T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତି ଉପରେ ନେଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ,୯।୨: ପୁରୁଷ T20 ବିଶ୍ୱକପ୍‌ରେ ବାଂଲାଦେଶର ଅନୁପସ୍ଥିତିକୁ ନେଇ ICC ଦୁଃଖ ପ୍ରକାଶ କରିଛି। ତେବେ ଏହି ଘଟଣା ପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଉପରେ…

T20 ବିଶ୍ୱକପ୍‌: ଭାରତ ବିପକ୍ଷରେ ମ୍ୟାଚ୍ ଖେଳିବାକୁ ପାକିସ୍ତାନକୁ ଅନୁରୋଧ କଲା ବାଂଲାଦେଶ

ନୂଆଦିଲ୍ଲୀ,୯।୨: ଭାରତ-ପାକିସ୍ତାନ T20 ବିଶ୍ୱକପ୍ ମ୍ୟାଚ୍‌କୁ ନେଇ ସୃଷ୍ଟି ହୋଇଥିବା ଅନିଶ୍ଚିତତା ମଧ୍ୟରେ ଏକ ନୂଆ ମୋଡ଼ ଆସିଛି। ବାଂଲାଦେଶ କ୍ରିକେଟ ବୋର୍ଡ (BCB) ପାକିସ୍ତାନକୁ ଏହି…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

ପ୍ରେମ ସପ୍ତାହରେ ରକ୍ତରଂଜିତ କାହାଣୀ: ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ

ଭୁବନେଶ୍ୱର,୯।୨: ରାଜଧାନୀ ଭୁବନେଶ୍ୱରରେ ଏକ ସିନେମା ଷ୍ଟାଇଲ୍‌ରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ। ‘ଚକୋଲେଟ୍ ଡେ’ ପାଳନ ପରେ ପ୍ରେମିକର ବେକ କାଟି ହତ୍ୟା କରିବା ସହ ପ୍ରମାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri