ଅପରାହ୍ନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ

ଝାରସୁଗୁଡ଼ା ଅଫିସ,୧୦ା୫: ବୁଧବାର ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ ସକାଳ ୭ଟାରୁ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ତେବେ ଅପରାହ୍ନ ୩ଟା ସୁଦ୍ଧା ୫୫.୨୦ ପ୍ରତିଶତ ମତଦାନ ହୋଇଥିବା ପ୍ରେସ୍‌ମିଟ୍‌ରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଦେଇଛନ୍ତି। ଏହି ମତଦାନ ପ୍ରକ୍ରିୟା ସନ୍ଧ୍ୟା ୬ଟା ଯାଏ ଚାଲିବ।

ସୂଚନାଯୋଗ୍ୟ, ମୋଟ୍‌ ୨୫୩ଟି ବୁଥ୍‌ରୁ ୧୪୪ଟି ବୁଥ୍‌ ଉତ୍ତେଜନାପ୍ରବଣ ଓ ସମ୍ବେଦନଶୀଳ ରହିଥିବା ବେଳେ ପ୍ରଥମଥର ପାଇଁ ସବୁ ବୁଥ୍‌ରେ ଓ୍ବେବ୍‌କାଷ୍ଟିଂ କରାଯାଇଛି । ବୁଥ୍‌ଗୁଡ଼ିକରେ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ୨୬ଟି ପିଙ୍କ୍‌ ଓ ମ୍ୟୁନିସିପାଲିଟି ଅଞ୍ଚଳକୁ ଛାଡ଼ି ବିଭିନ୍ନ ପଞ୍ଚାୟତରେ କରାଯାଇଛି ୪୦ଟି ମଡେଲ ବୁଥ୍‌। ପିଙ୍କ୍‌ ବୁଥ୍‌ରେ କେବଳ ମହିଳା ପୋଲିଂ ଅଧିକାରୀ ଓ ମହିଳା ପୋଲିସ ଅଧିକାରୀ ରହିଛନ୍ତି।