ଗହୀରମଥାରେ ୫୪୦ ଡଲ୍‌ଫିନ୍‌

ରାଜନଗର, ୩୧ା୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଚଳିତବର୍ଷ ଡଲ୍‌ଫିନ୍‌ଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥିବା ରିପୋର୍ଟ ବନ ବିଭାଗ ପକ୍ଷରୁ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ଡଲଫିନ ଗଣନା କରାଯାଇଥିଲା। ଏହି ଗଣନା ସମୟରେ ୫ ପ୍ରଜାତିର ଡଲଫିନ ଦେଖିବାକୁ ମିଳିଥିଲା। ଇରାୱାର୍ଡି ପ୍ରଜାତିର ଡଲ୍‌ଫିନ୍‌ ୪୫ଟି, ବଟଲ ନୋଜ ପ୍ରଜାତିର ୧୩୫ଟି, ହମ୍ପବ୍ୟାକ୍‌ ଜାତୀୟ ଡଲ୍‌ଫିନ୍‌ ୩୩୨ଟି, ଷ୍ଟ୍ରିପେଡ ଜାତୀୟ ଡଲ୍‌ଫିନ୍‌ ୧୩ଟି, ସ୍ପାଇନର ଜାତୀୟ ଡଲ୍‌ଫିନ୍‌ ୧୫ଟି ମୋଟ ୫୪୦ଟି ଡଲଫିନ ଗଣନା ସମୟରେ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଗହୀରମଥା ଓ ଭିତରକନିକା ସାମୁଦ୍ରିକ ଅଭୟାରଣ୍ୟରେ ଗଣନା ସମୟରେ ୩ଟି ପ୍ରଜାତିର ୩୪୨ଟି ଡଲ୍‌ଫିନ୍‌ ଚିହ୍ନଟ ହୋଇଥିଲା। ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଗଣନା ସମୟରେ ଏମାନଙ୍କ ସଂଖ୍ୟା ୧୯୮ଟି ଅଧିକ ଚିହ୍ନଟ କରାଯାଇଛି। ଗତବର୍ଷ ଇରାୱାଡି ପ୍ରଜାତିର ଡଲଫିନ ୩୯ଟି ଥିବା ବେଳେ ଚଳିତବର୍ଷ ୬ଟି ବୃଦ୍ଧି ପାଇ ୪୫ଟି, ବଡଲନୋଜ ଗତବର୍ଷ ୨୨ଟି ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୧୧୩ଟି ବୃଦ୍ଧି ପାଇ ୧୩୫ଟି, ହମ୍ପବ୍ୟାକ୍‌ ଜାତୀୟ ଡଲଫିନ ଗତବର୍ଷ ୨୮୧ଟି ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ୫୧ଟି ବୃଦ୍ଧି ପାଇ ୩୩୨ରେ ପହଞ୍ଚତ୍ଛି। ଗତବର୍ଷ ଡିସେମ୍ବର ୧୬ ଠାରୁ ଭିତରକନିକା ଜାତୀୟ ଉଦ୍ୟାନର ନଦୀ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଡଲଫିନ୍‌ ଗଣନା କରାଯାଇଥିଲା। ଏହି ଗଣନା ପ୍ରକ୍ରିୟାରେ ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ ପତି, ପଶ୍ଚିମବଙ୍ଗର ଅବସରପ୍ରାପ୍ତ ପିସିସିଏଫ୍‌ ଏନ.ଭି. ରାଜଶେଖର, ବୈଜ୍ଞାନିକ ଆଣ୍ଟୋନୀ ଜନସନଙ୍କ ନେତୃତ୍ୱରେ ୯ଟି ଟିମ୍‌ ଏହି ଗଣନାରେ ସାମିଲ ହୋଇଥିଲେ। ଏହି ଗଣନା ଆଉଟର ହୁଲଇର ଦ୍ୱୀପଠାରୁ ଚିଚିଂରି ମୁହାଣ, ବରୁଣେଇ ମୁହାଣରୁ ପାରାଦୀପ, ହଂସିଣା ବ୍ରିଜରୁ ମାଇପୁରା ମାଉଥ୍‌, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମୁହାଣ ଭାୟା ନଳିତାପାଟିଆ, କାଳିଭଞ୍ଜଡିଆ ଦ୍ୱୀପ, ଜମ୍ବୁ ଦ୍ୱୀପ, ଖରନାସୀରୁ ହୁକିଟୋଲା ଦ୍ୱୀପ, ପାରାଦୀପରୁ ଜଟାଧାର ମୁହାଣ ଏବଂ ଜଟାଧାର ମୁହାଣରୁ ଦେବୀ ମୁହାଣ ଯାଏ ୯ଟି ଟିମ୍‌ ଗଣନା କରିଥିଲେ। ଓଡିଶାର ୫ଟି ଡିଭିଜନଠାରୁ ସର୍ବାଧିକ ଏବଂ ସର୍ବକାଳୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ୫୪୦ଟି ଡଲଫିନଙ୍କୁ ଚିହ୍ନଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri