ଗହୀରମଥାରେ ୫୪୦ ଡଲ୍‌ଫିନ୍‌

ରାଜନଗର, ୩୧ା୩ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଚଳିତବର୍ଷ ଡଲ୍‌ଫିନ୍‌ଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥିବା ରିପୋର୍ଟ ବନ ବିଭାଗ ପକ୍ଷରୁ ବୁଧବାର ପ୍ରକାଶ ପାଇଛି। ଚଳିତବର୍ଷ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଏବଂ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ଡଲଫିନ ଗଣନା କରାଯାଇଥିଲା। ଏହି ଗଣନା ସମୟରେ ୫ ପ୍ରଜାତିର ଡଲଫିନ ଦେଖିବାକୁ ମିଳିଥିଲା। ଇରାୱାର୍ଡି ପ୍ରଜାତିର ଡଲ୍‌ଫିନ୍‌ ୪୫ଟି, ବଟଲ ନୋଜ ପ୍ରଜାତିର ୧୩୫ଟି, ହମ୍ପବ୍ୟାକ୍‌ ଜାତୀୟ ଡଲ୍‌ଫିନ୍‌ ୩୩୨ଟି, ଷ୍ଟ୍ରିପେଡ ଜାତୀୟ ଡଲ୍‌ଫିନ୍‌ ୧୩ଟି, ସ୍ପାଇନର ଜାତୀୟ ଡଲ୍‌ଫିନ୍‌ ୧୫ଟି ମୋଟ ୫୪୦ଟି ଡଲଫିନ ଗଣନା ସମୟରେ ଚିହ୍ନଟ ହୋଇଛନ୍ତି। ଗତବର୍ଷ ଗହୀରମଥା ଓ ଭିତରକନିକା ସାମୁଦ୍ରିକ ଅଭୟାରଣ୍ୟରେ ଗଣନା ସମୟରେ ୩ଟି ପ୍ରଜାତିର ୩୪୨ଟି ଡଲ୍‌ଫିନ୍‌ ଚିହ୍ନଟ ହୋଇଥିଲା। ଚଳିତବର୍ଷ ପାଗ ଅନୁକୂଳ ଥିବାରୁ ଗଣନା ସମୟରେ ଏମାନଙ୍କ ସଂଖ୍ୟା ୧୯୮ଟି ଅଧିକ ଚିହ୍ନଟ କରାଯାଇଛି। ଗତବର୍ଷ ଇରାୱାଡି ପ୍ରଜାତିର ଡଲଫିନ ୩୯ଟି ଥିବା ବେଳେ ଚଳିତବର୍ଷ ୬ଟି ବୃଦ୍ଧି ପାଇ ୪୫ଟି, ବଡଲନୋଜ ଗତବର୍ଷ ୨୨ଟି ଚିହ୍ନଟ ହୋଇଥିବା ବେଳେ ଚଳିତ ବର୍ଷ ୧୧୩ଟି ବୃଦ୍ଧି ପାଇ ୧୩୫ଟି, ହମ୍ପବ୍ୟାକ୍‌ ଜାତୀୟ ଡଲଫିନ ଗତବର୍ଷ ୨୮୧ଟି ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ୫୧ଟି ବୃଦ୍ଧି ପାଇ ୩୩୨ରେ ପହଞ୍ଚତ୍ଛି। ଗତବର୍ଷ ଡିସେମ୍ବର ୧୬ ଠାରୁ ଭିତରକନିକା ଜାତୀୟ ଉଦ୍ୟାନର ନଦୀ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଡଲଫିନ୍‌ ଗଣନା କରାଯାଇଥିଲା। ଏହି ଗଣନା ପ୍ରକ୍ରିୟାରେ ରାଜନଗର ଡିଏଫ୍‌ଓ ଡ. ଯଜ୍ଞଦତ ପତି, ପଶ୍ଚିମବଙ୍ଗର ଅବସରପ୍ରାପ୍ତ ପିସିସିଏଫ୍‌ ଏନ.ଭି. ରାଜଶେଖର, ବୈଜ୍ଞାନିକ ଆଣ୍ଟୋନୀ ଜନସନଙ୍କ ନେତୃତ୍ୱରେ ୯ଟି ଟିମ୍‌ ଏହି ଗଣନାରେ ସାମିଲ ହୋଇଥିଲେ। ଏହି ଗଣନା ଆଉଟର ହୁଲଇର ଦ୍ୱୀପଠାରୁ ଚିଚିଂରି ମୁହାଣ, ବରୁଣେଇ ମୁହାଣରୁ ପାରାଦୀପ, ହଂସିଣା ବ୍ରିଜରୁ ମାଇପୁରା ମାଉଥ୍‌, ରାଜନଗର ହଂସୁଆ ନଦୀରୁ ଖୋଳା, ଖୋଳାରୁ ଧାମରା ମୁହାଣ ଭାୟା ନଳିତାପାଟିଆ, କାଳିଭଞ୍ଜଡିଆ ଦ୍ୱୀପ, ଜମ୍ବୁ ଦ୍ୱୀପ, ଖରନାସୀରୁ ହୁକିଟୋଲା ଦ୍ୱୀପ, ପାରାଦୀପରୁ ଜଟାଧାର ମୁହାଣ ଏବଂ ଜଟାଧାର ମୁହାଣରୁ ଦେବୀ ମୁହାଣ ଯାଏ ୯ଟି ଟିମ୍‌ ଗଣନା କରିଥିଲେ। ଓଡିଶାର ୫ଟି ଡିଭିଜନଠାରୁ ସର୍ବାଧିକ ଏବଂ ସର୍ବକାଳୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ୫୪୦ଟି ଡଲଫିନଙ୍କୁ ଚିହ୍ନଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri