କ୍ଷତି ଭରଣା ପାଇଁ ୫୩ ଲକ୍ଷ ଦାଖଲ ନିର୍ଦ୍ଦେଶ

ପରଜଙ୍ଗ, ୧୦।୭(ଡି.ଏନ୍‌.ଏ.): ପରିବେଶକୁ କ୍ଷତି ପହଞ୍ଚାଇ ବେଆଇନ ଭାବେ ମୋରମ ଖନନ କରିବା କୁନାଲ ଷ୍ଟ୍ରକ୍ଚର୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ଠିକାସଂସ୍ଥା ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଏ ସଂକ୍ରାନ୍ତ ଏକ ମାମଲା ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ନିକଟରେ କରାଯାଇଥିବାବେଳେ ପରିବେଶ ସମ୍ପର୍କିତ କ୍ଷତି ଭରଣା ପାଇଁ ୫୩ ଲକ୍ଷ ଦାଖଲ କରିବାକୁ କମ୍ପାନୀକୁ ଯୁଗ୍ମ ତଦନ୍ତ କମିଟି ନିର୍ଦ୍ଦେଶ ଦେଇଛି।
ଢେଙ୍କାନାଳ ଜିଲା ୫୩ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ କୁନାଲ ଠିକାସଂସ୍ଥା ନାମରେ ବେଆଇନ ମୋରମ ଉତ୍ତୋଳନ ଅଭିଯୋଗ ଆସିଥିଲା। ପରଜଙ୍ଗ ଏବଂ କାମାକ୍ଷାନଗର ତହସିଲ ଅଧୀନ ସରକାରୀ, ସଂରକ୍ଷିତ ଏବଂ ଅଣସଂରକ୍ଷିତ ଜଙ୍ଗଲ କିସମ ଜମିରୁ କମ୍ପାନୀ ପକ୍ଷରୁ ବେଆଇନ ଭାବେ ମୋରମ ଉତ୍ତୋଳନ କରାଯାଉ ଥିବା ନେଇ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା ୨୦୨୦ ଡିସେମ୍ବର ୧୪ରେ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ। ଏହାର ତଦନ୍ତ ପାଇଁ ଏନ୍‌ଜିଟି ପକ୍ଷରୁ ଢେଙ୍କାନାଳ ଜିଲାପାଳ, ବନପାଳ, ଓଡ଼ିଶା ସରକାରଙ୍କ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଭାରତ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଏସ୍‌ଆଇଏ, କାମାକ୍ଷାନଗର ଓ ପରଜଙ୍ଗ ତହସିଲଦାରଙ୍କୁ ନେଇ ଯୁଗ୍ମ କମିଟି ଗଠନ କରାଯାଇଥିଲା। ଯୁଗ୍ମ କମିଟି ଜୁଲାଇ ୬ରେ ମୋରମ ଉତ୍ତୋଳନ ସ୍ଥଳ ପରିଦର୍ଶନ କରିଥିଲେ। ପରିବେଶ କ୍ଷତି ଭରଣା ପାଇଁ କମ୍ପାନୀକୁ ୨୦.୩୦ ଲକ୍ଷ ଟଙ୍କା, ପରଜଙ୍ଗ ତହସିଲ ଅନ୍ତର୍ଗତ ବଡ଼ଝରା ଗ୍ରାମର ଖାତା ନମ୍ବର-୧୬୮୪, ପ୍ଲଟ ନମ୍ବର-୪୭୮ ଅଧୀନ ଜଙ୍ଗଲ ଜମିରୁ ମୋରମ ଉତ୍ତୋଳନ ପାଇଁ ୩୧ ଲକ୍ଷ ଟଙ୍କା ପ୍ରଦାନ ଲାଗି ବନ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏଥିସହ ଚାରା ରୋପଣ ଲାଗି ୨ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିବାକୁ ଯୁଗ୍ମ ତଦନ୍ତ କମିଟି ନିର୍ଦ୍ଧାରଣ କରିଛି। ଏହାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧ରେ କରାଯିବ ବୋଲି ଜଷ୍ଟିସ ସାଇବାଲ ଦାସଗୁପ୍ତା, ଜଷ୍ଟିସ ଅମିତ ଷ୍ଟାଲେକର ଧାର୍ଯ୍ୟ କରିଛନ୍ତି। ଅଭିଯୋଗକାରୀଙ୍କ ପକ୍ଷରୁ ପରିବେଶ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲାର ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା, ସାହାଯ୍ୟ କଲେ କାମାକ୍ଷାନଗର ବିଧାୟକ

ଭୁବନ ୧୯/୧୨( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୁଷଳ ପଞ୍ଚାୟତ କିର୍ତ୍ତନ ପୁର ଗ୍ରାମର ଗଙ୍ଗା ମଳିକ ସାହିରେ ଅଗ୍ନିକାଣ୍ଡ ଘଟିଛି...

ପାଟିତୁଣ୍ଡରୁ ତୁମୁଳକାଣ୍ଡ, ଦାଦାକୁ ଠେଙ୍ଗାରେ ପିଟି ହତ୍ୟା କଲା ପୁତୁରା

ଢେଙ୍କାନାଳ,୧୭ା୧୨ (ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ହୁଣ୍ଡି ସାହିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ...

ଭାରସାମ୍ୟ ହରାଇ ରାସ୍ତାରେ ଓଲଟିଲା ଲୁହା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଚାଳକ…

ପରଜଙ୍ଗ୧୨।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର କୁଲେଇ ବଅଁରପାଳ ଛକ ନିକଟରେରେ ଭାରସାମ୍ୟ ହରାଇ...

ପେଟ୍ରୋଲ ପମ୍ପ ପାଇଁ ଶହଶହ  ଟ୍ରିପ୍‌ ବାଲି ଚେରି: ଉପ ଜିଲାପାଳ କହିଲେ…

ପରଜଙ୍ଗ,୧୧।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଦେଇ ଯାଇଥିବା ରେଙ୍ଗାଳି ବାମପାର୍ଶ୍ୱ କେନାଲର ବଡ଼ଝରା ଗାଁ ନିକଟରୁ ଶହଶହ ଟ୍ରିପ୍‌ ମାଟି ଚୋରି ହୋଇଛି। ୫୩...

ତହସିଲଦାରଙ୍କ ସରକାରୀ ଗାଡ଼ି ଜବତ: ସିଲ୍‌ କରିବାକୁ ଯିବାବେଳେ…

ଢେଙ୍କାନାଳ,୧୧।୧୨ (ରତନ ନାୟାର): ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ପ୍ରଦାନ ନିମନ୍ତେ ଅଦାଲତଙ୍କ ନିର୍ଦ୍ଦେଶକୁ ଅବମାନନା କରି ଢେଙ୍କାନାଳ ସଦର ତହସିଲଦାର ସ୍ବାଧୀନ କୁମାର ବେହେରା...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri