୫୧୯୫ ପ୍ରାଥମିକ ସ୍କୁଲର ଭିତ୍ତିଭୂମି ବିକାଶ ହେବ

ଭୁବନେଶ୍ୱର,୧୮ା୭ (ଅନୁରାଧା ମହାରଣା):ତୋଷାଳୀ ଭବନସ୍ଥିତ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପରିଚାଳନା ପରିଷଦର ୧୧ତମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ‘ମୋ ସ୍କୁଲ ଅଭିଯାନ’ ପ୍ରକଳ୍ପଗୁଡି଼କର ସାମାଜିକ ସମୀକ୍ଷା, ରାଜ୍ୟର ୫୧୯୫ ପ୍ରାଥମିକ ବିଦ୍ୟାଳୟର ଉନ୍ନତୀକରଣ, ରାଜ୍ୟର ସମସ୍ତ ବିଦ୍ୟାଳୟରେ ବ୍ୟାପକ ଚାରାରୋପଣ, ଗୁଣାତ୍ମକ ଶିକ୍ଷା ନେଇ ଆଲୋଚନା ହୋଇଥିଲା। ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ସଭାପତିତ୍ୱ କରି ସ୍କୁଲଗୁଡ଼ିକରେ ହେଉଥିବା ବିଭିନ୍ନ ପ୍ରକଳ୍ପର ସାମାଜିକ ସମୀକ୍ଷାକୁ ବ୍ୟାପକ କରିବା ପାଇଁ ଗୁରୁତ୍ୱ ଦେଇଥିଲେ। ସାମାଜିକ ସମୀକ୍ଷା ହିଁ ବିଦ୍ୟାଳୟର ପ୍ରକଳ୍ପଗୁଡ଼ିକର ସ୍ବଚ୍ଛତା ବଜାୟ ରଖିପାରିବ। ସରକାରଙ୍କ ସମୀକ୍ଷା ଅବିରତ ରହିବ ନିଶ୍ଚୟ, କିନ୍ତୁ ସ୍ଥାନୀୟ ଲୋକେ ବିଦ୍ୟାଳୟର ଉନ୍ନତ୍ତି, ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ନେଇ ଅଧିକ ସଚେତନ ରହିପାରିବେ ବୋଲି ବାଗ୍ଚୀ କହିଥିଲେ। ବୈଠକରେ ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟ ଭିତ୍ତିଭୂମିର କିଭଳି ଉନ୍ନତି କରାଯିବା ନେଇ ଆଲୋଚନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୫୧୯୫ ବିଦ୍ୟାଳୟର ଉନ୍ନତ୍ତୀକରଣ କରାଯିବ। ଏଥିପାଇଁ ପୁରାତନ ଛାତ୍ରୀଛାତ୍ର ତଥା ବିଭିନ୍ନ ପ୍ରତିଷ୍ଠାନର ଅନୁଦାନ ସହିତ ସରକାରଙ୍କ ଦୁଇ ଗୁଣ ଆର୍ଥିକ ସହାୟତା ଯୋଡିହୋଇଯିବ। ସମଗ୍ର ଆର୍ଥିକ ଅନୁଦାନରେ ବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। କେବଳ ଭିତ୍ତିଭୂମି ନୁହଁ, ଗୁଣାତ୍ମକ ଶିକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯିବ। ପ୍ରତି ବିଦ୍ୟାଳୟରେ ପ୍ରଚଳନ ହୋଇଥିବା ‘ହାଉସ ସିଷ୍ଟମ’ର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଉଦ୍ୟାନ ବିଭାଗ ଓ ବନ ବିଭାଗର ମିଳିତ ସହଯୋଗରେ ଏବଂ ପୁରାତନ ଛାତ୍ରୀଛାତ୍ରଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆଲୋଚନା କରାଯାଇଛି । ଆସନ୍ତା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ବିଦ୍ୟାଳୟର ସବୁଜିମା ରକ୍ଷଣାବେକ୍ଷଣ ପାଇଁ ଛାତ୍ରୀଛାତ୍ରଙ୍କୁ ନେଇ ଗଢାଯାଇଥିବା ବିଭିନ୍ନ ହାଉସକୁ ପ୍ରୋତ୍ସାହିତ କରାଯିବ। ଅନ୍ୟପଟେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପ୍ରଶଂସାପତ୍ର ଦିଆଯିବ। ପରିଷଦର ଉପସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌ ବିଭିନ୍ନ ବିଦ୍ୟାଳୟରେ ଚାଲିଥିବା ପ୍ରକଳ୍ପଗୁଡି଼କର ସମୀକ୍ଷା କରିବା ସହ ଆରମ୍ଭ ହୋଇନଥିବା ପ୍ରକଳ୍ପ ଶୀଘ୍ର ଆରମ୍ଭ କରିବା ପାଇଁ କହିଥିଲେ। ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ , ‘ମୋ ସ୍କୁଲ ଅଭିଯାନ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ , ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିର୍ଦ୍ଦେଶକ, ବିଭାଗୀୟ ବିତ୍ତ ପରମର୍ଶଦାତା, ଅତିରିକ୍ତ ସଚିବଙ୍କ ସମେତ ଖୋର୍ଦ୍ଧା, ଢେଙ୍କାନାଳ ଓ ଗଞ୍ଜାମର ଜିଲାପାଳ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri