୫୧୯୫ ପ୍ରାଥମିକ ସ୍କୁଲର ଭିତ୍ତିଭୂମି ବିକାଶ ହେବ

ଭୁବନେଶ୍ୱର,୧୮ା୭ (ଅନୁରାଧା ମହାରଣା):ତୋଷାଳୀ ଭବନସ୍ଥିତ ‘ମୋ ସ୍କୁଲ ଅଭିଯାନ’ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ପରିଚାଳନା ପରିଷଦର ୧୧ତମ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ‘ମୋ ସ୍କୁଲ ଅଭିଯାନ’ ପ୍ରକଳ୍ପଗୁଡି଼କର ସାମାଜିକ ସମୀକ୍ଷା, ରାଜ୍ୟର ୫୧୯୫ ପ୍ରାଥମିକ ବିଦ୍ୟାଳୟର ଉନ୍ନତୀକରଣ, ରାଜ୍ୟର ସମସ୍ତ ବିଦ୍ୟାଳୟରେ ବ୍ୟାପକ ଚାରାରୋପଣ, ଗୁଣାତ୍ମକ ଶିକ୍ଷା ନେଇ ଆଲୋଚନା ହୋଇଥିଲା। ‘ମୋ ସ୍କୁଲ ଅଭିଯାନ’ର ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ସଭାପତିତ୍ୱ କରି ସ୍କୁଲଗୁଡ଼ିକରେ ହେଉଥିବା ବିଭିନ୍ନ ପ୍ରକଳ୍ପର ସାମାଜିକ ସମୀକ୍ଷାକୁ ବ୍ୟାପକ କରିବା ପାଇଁ ଗୁରୁତ୍ୱ ଦେଇଥିଲେ। ସାମାଜିକ ସମୀକ୍ଷା ହିଁ ବିଦ୍ୟାଳୟର ପ୍ରକଳ୍ପଗୁଡ଼ିକର ସ୍ବଚ୍ଛତା ବଜାୟ ରଖିପାରିବ। ସରକାରଙ୍କ ସମୀକ୍ଷା ଅବିରତ ରହିବ ନିଶ୍ଚୟ, କିନ୍ତୁ ସ୍ଥାନୀୟ ଲୋକେ ବିଦ୍ୟାଳୟର ଉନ୍ନତ୍ତି, ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ନେଇ ଅଧିକ ସଚେତନ ରହିପାରିବେ ବୋଲି ବାଗ୍ଚୀ କହିଥିଲେ। ବୈଠକରେ ଗ୍ରାମାଞ୍ଚଳରେ ଥିବା ପ୍ରାଥମିକ ବିଦ୍ୟାଳୟ ଭିତ୍ତିଭୂମିର କିଭଳି ଉନ୍ନତି କରାଯିବା ନେଇ ଆଲୋଚନା ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ୫୧୯୫ ବିଦ୍ୟାଳୟର ଉନ୍ନତ୍ତୀକରଣ କରାଯିବ। ଏଥିପାଇଁ ପୁରାତନ ଛାତ୍ରୀଛାତ୍ର ତଥା ବିଭିନ୍ନ ପ୍ରତିଷ୍ଠାନର ଅନୁଦାନ ସହିତ ସରକାରଙ୍କ ଦୁଇ ଗୁଣ ଆର୍ଥିକ ସହାୟତା ଯୋଡିହୋଇଯିବ। ସମଗ୍ର ଆର୍ଥିକ ଅନୁଦାନରେ ବିଦ୍ୟାଳୟର ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ। କେବଳ ଭିତ୍ତିଭୂମି ନୁହଁ, ଗୁଣାତ୍ମକ ଶିକ୍ଷା ପ୍ରତି ମଧ୍ୟ ଧ୍ୟାନ ଦିଆଯିବ। ପ୍ରତି ବିଦ୍ୟାଳୟରେ ପ୍ରଚଳନ ହୋଇଥିବା ‘ହାଉସ ସିଷ୍ଟମ’ର କାର୍ଯ୍ୟକାରିତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ରାଜ୍ୟର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଉଦ୍ୟାନ ବିଭାଗ ଓ ବନ ବିଭାଗର ମିଳିତ ସହଯୋଗରେ ଏବଂ ପୁରାତନ ଛାତ୍ରୀଛାତ୍ରଙ୍କ ସହାୟତାରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆଲୋଚନା କରାଯାଇଛି । ଆସନ୍ତା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ମଧ୍ୟରେ ବିଦ୍ୟାଳୟର ସବୁଜିମା ରକ୍ଷଣାବେକ୍ଷଣ ପାଇଁ ଛାତ୍ରୀଛାତ୍ରଙ୍କୁ ନେଇ ଗଢାଯାଇଥିବା ବିଭିନ୍ନ ହାଉସକୁ ପ୍ରୋତ୍ସାହିତ କରାଯିବ। ଅନ୍ୟପଟେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପ୍ରଶଂସାପତ୍ର ଦିଆଯିବ। ପରିଷଦର ଉପସଭାପତି ତଥା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଅଶ୍ୱଥୀ ଏସ୍‌ ବିଭିନ୍ନ ବିଦ୍ୟାଳୟରେ ଚାଲିଥିବା ପ୍ରକଳ୍ପଗୁଡି଼କର ସମୀକ୍ଷା କରିବା ସହ ଆରମ୍ଭ ହୋଇନଥିବା ପ୍ରକଳ୍ପ ଶୀଘ୍ର ଆରମ୍ଭ କରିବା ପାଇଁ କହିଥିଲେ। ଓଡି଼ଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ପ୍ରକଳ୍ପ ନିର୍ଦ୍ଦେଶକ , ‘ମୋ ସ୍କୁଲ ଅଭିଯାନ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ , ଅନୁସୂଚିତ ଜାତି ଓ ଜନଜାତି ବିଭାଗ ନିର୍ଦ୍ଦେଶକ, ବିଭାଗୀୟ ବିତ୍ତ ପରମର୍ଶଦାତା, ଅତିରିକ୍ତ ସଚିବଙ୍କ ସମେତ ଖୋର୍ଦ୍ଧା, ଢେଙ୍କାନାଳ ଓ ଗଞ୍ଜାମର ଜିଲାପାଳ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri