୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି।

ଏହି ସମୟ ମଧ୍ୟରେ ୩୯୫ ଜଣ ମୃତ ଶ୍ରମିକଙ୍କର ପାର୍ଥିବ ଶରୀରକୁ ସେମାନଙ୍କ ପୈତୃକ ସ୍ଥାନକୁ ଫେରାଇ ଅଣାଯାଇଛି। କଳାହାଣ୍ଡି ଜିଲାର ସର୍ବାଧିକ ୬୦ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହା ପଛକୁ ଗଞ୍ଜାମର ୫୬ ଜଣ, ବଲାଙ୍ଗୀର ୩୮ ଜଣ, ନବରଙ୍ଗପୁର ୩୫ ଜଣ ରହିଛନ୍ତି।

ଚଳିତ ବର୍ଷ ନଭେମ୍ବର ସୁଦ୍ଧା ୧,୧୦୭ ଜଣ ଠିକାଦାରଙ୍କୁ ଆନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ (ନିଯୁକ୍ତି ଏବଂ ସେବା ସର୍ତ୍ତାବଳୀ ନିୟନ୍ତ୍ରଣ) ଅଧିନିୟମ, ୧୯୭୯ ଅନୁଯାୟୀ ଲାଇସେନ୍ସ ପ୍ରଦାନ କରାଯାଇଛି। ଏହି ଲାଇସେନ୍ସ ଅଧୀନରେ ୭୦,୩୬୦ ଶ୍ରମିକଙ୍କୁ ଅନ୍ୟ ରାଜ୍ୟକୁ ଯିବାରେ ସୁବିଧା ଯୋଗାଇ ଦିଆଯାଇଛି।

୨୦୨୫ ମସିହାରେ ବଲାଙ୍ଗୀର ଜିଲାରୁ ସର୍ବାଧିକ ୫,୪୫,୮୧୬ ଜଣ ଶ୍ରମିକ କାମ ପାଇଁ ଅନ୍ୟ ରାଜ୍ୟକୁ ଯାଇଛନ୍ତି, ଯାହା ପରେ ନୂଆପଡ଼ା (୮,୬୫୫), ଗଞ୍ଜାମ (୨,୫୫୩), ବରଗଡ଼ (୧,୪୫୯) ଏବଂ ଢେଙ୍କାନାଳ (୧,୦୬୪) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲେସ୍‌ ଟେଣ୍ଡର ପକାଇବେ ନାହିଁ ଠିକାଦାର, ନୂଆ ନିୟମ ଅନୁସାରେ ହେବ ଏମିତି…

ଗୁଣପୁର,୨୯ା୧(ସଙ୍କେତ ପାତ୍ର): ରାୟଗଡ଼ା ଜିଲାର ଗୁଣପୁର ଉପଖଣ୍ଡସ୍ତରୀୟ ଠିକାଦାରମାନଙ୍କର ଏକ ସ୍ବତନ୍ତ୍ର ବୈଠକ ଶେଫାଳି ପାହାଡ଼ ନିକଟ ଗଣେଶ-ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ…

ଖଣ୍ଡଗିରିରେ ଜମୁଛି ବାବାଙ୍କ ଆସର: କିଏ ପ୍ରେମରେ ବିଫଳ ତ, ଆଉ କିଏ ମଶାରୀ ଭିତରେ…

ଭୁବନେଶ୍ୱର,୨୯ା୧(ସୌମ୍ୟରଞ୍ଜନ ରାଉତ): ଚାଲିଛି ଖଣ୍ଡଗିରି କୁମ୍ଭମେଳା।  ଦିନ ଯେତେ ଗଡୁଛି, ଜନଗହଳି ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ସାଧୁସନ୍ଥଙ୍କ ଦର୍ଶନ ଲାଗି ଖଣ୍ଡଗିରି ପାହାଡ଼ ଉପରେ ସକାଳୁ…

ମା’ଙ୍କୁ ହତ୍ୟା କଲେ ଜନ୍ମ କଲା ପୁଅ, ଟଙ୍କା ଦେବାକୁ ମନା କରିବାରୁ…

ମୋରଡା,୨୯।୧(ସ୍ମାରକ ମାଜୀ): ମା’ର ହତ୍ୟାକାରୀ ସାଜିଲା ପୁଅ। ଯେଉଁ ପୁଅକୁ ନିଜ ହାତରେ ଖୁଆଇ ପିଆଇ ବଡ଼ କରିଥିଲେ ସେହି ପୁଅ ମା’ର କାଳ ସାଜିଲା। ଏଭଳି…

ସରକାରୀ ବିଭାଗରେ ୩କୋଟିରୁ ଉର୍ଦ୍ଧ୍ବ ବିଦ୍ୟୁତ ବିଲ୍ ବକେୟା, ପଦକ୍ଷେପ…

ରାୟଗଡ଼ା,୨୯।୧:(ଆଶିଷ ରଞ୍ଜନ ପଣ୍ଡା): ସାଧାରଣ ମଧ୍ୟବିତ ଲୋକ ଘରେ ସ୍ମାର୍ଟ ମିଟର ଲଗାଇ ଦୁଇରୁ ତିନି ମାସ ଅଧିକା ସମୟ ବିଲ୍ ବକେୟା ରହିଲେ ବିଦ୍ୟୁତ ବିଭାଗ…

ଏହି ୩ IASଙ୍କୁ ମିଳିବ ଏସିଏସ୍‌ ପାହ୍ୟା: ଖୁବ୍‌ଶୀଘ୍ର IAS ସ୍ତରରେ ହେବ ବଡ଼ଧରଣର ଅଦଳବଦଳ

ଭୁବନେଶ୍ୱର,୨୯ା୧(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୩ ଜଣ ବରିଷ୍ଠ ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ଅଧିକାରୀଙ୍କୁ ଖୁବ୍‌ଶୀଘ୍ର ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ପାହ୍ୟା ମିଳିବ। ଏନେଇ ରାଜ୍ୟ…

କଳିକେଶଙ୍କ ହାତରେ ଦିଆଯାଉ ବିଜେଡି ନେତୃତ୍ୱ: ଜୋର୍‌ ଧରିଲା ଦାବି

ଭୁବନେଶ୍ୱର,୨୯।୧: ବିଜୁ ଜନତା ଦଳ(ବିଜେଡି) ୨୦୦୦ ମସିହାରୁ ଲଗାତାର ୨୦୨୪ ମସିହା ପର୍ଯ୍ୟନ୍ତ ସରକାରରେ ରହି ଆସିଥିଲା। ହେଲେ ୨୪ ବର୍ଷର ସରକାର ଗତ ସାଧାରଣ ନିର୍ବାଚନରେ…

ଟିଭି ଦେଖୁଥିଲେ ମା’, ଆସିଲା ପୁଅ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ଖବର: ଆଉ ତା’ପରେ ପରିବାର ଲୋକେ ନେଲେ ଏମିତି ପଦକ୍ଷେପ

ପୁଣେ,୨୯।୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପୂର୍ବରୁ, ତାଙ୍କ ମାଆ ଆଶାତାଇ ଏକ ମରାଠୀ ନ୍ୟୁଜ ଚ୍ୟାନେଲରେ ଖବର ଦେଖୁଥିଲେ। ଯେତେବେଳେ ଅଜିତ…

ପୁଣି ଏକ ବଡ଼ଧରଣର ବିମାନ ଦୁର୍ଘଟଣା: ଟେକ୍‌ଅଫ୍‌ବେଳେ ଜଳିଗଲା, ସବୁଯାତ୍ରୀ ମୃତ

ଭେନେଜୁଏଲା,୨୯।୧: କଲମ୍ବିଆ ଏବଂ ଭେନେଜୁଏଲା ସୀମା ନିକଟରେ ଥିବା ନର୍ଟ ଡି ସାଣ୍ଟାଣ୍ଡର ପ୍ରଦେଶରେ ସାଟେନା ଏୟାରଲାଇନ୍ସର ଏକ ବାଣିଜି୍ୟକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସମସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri