ଶ୍ୱେତପତ୍ରରେ ନାହିଁ ତୁଳନାତ୍ମକ ଚିତ୍ର: ନରସିଂହ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ବିଧାନସଭାରେ ସୋମବାର ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯାଇଛି। ଏହି ଅବସରରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଥିବା ସରକାର କହୁଛନ୍ତି। ହେଲେ କେଉଁ ଆଧାରରେ ଏହା କହୁଛନ୍ତି ତାହା କହିବା ଗୃହ ବିଭାଗ ପକ୍ଷରୁ ଗତବର୍ଷ ଶ୍ୱେତପତ୍ରରେ କିଛି ଅଲଗା ଚିତ୍ର ରଖିଥିଲେ। ଏକ ତୁଳନାତ୍ମକ ଚିତ୍ର ଦିଆଯାଇଥିଲା, ଯେଉଁଥିରୁ ରାଜ୍ୟର କେଉଁ ଅପରାଧ ବୃଦ୍ଧି ପାଉଛି ଏବଂ ହ୍ରାସ ପାଉଛି ତାହା ଜଣାପଡୁଥିଲା। ହେଲେ ଏଥର ଶ୍ୱେତପତ୍ରରେ କିଛି ଅଲଗା ଅଛି। ଏଥର କୌଣସି ଅପରାଧର ତୁଳନାତ୍ମକ ଚିତ୍ର ଦର୍ଶାଯାଇନାହିଁ। ଫଳରେ ସେଥିରୁ ସ୍ପଷ୍ଟ କିଛି ବୁଝାପଡୁ ନାହିଁ, ଏଥିରେ କିଛି ଲୁଚାଇବାକୁ ଚେଷ୍ଟା କରାଯାଇଛି। ନାବାଳିକା ବଳାତ୍କାର ସମ୍ପର୍କରେ ଆଲୋଚନା ବେଳେ ଏହା ହ୍ରାସ ପାଇଥିବା ମୁଖ୍ୟମନ୍ତ୍ରୀ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଥିଲେ। ମାତ୍ର ଏହା କେଉଁଠାରେ କମିଲା ତାହା ଜଣାପଡୁନାହିଁ ବୋଲି ନରସିଂହ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ସାଇବର କ୍ରାଇମ ବଢିବାରେ ଲାଗୁଛି। ତେଣୁ ସବୁ ଜିଲାରେ ସାଇବର ପୋଲିସ ଷ୍ଟେଶନ କରାଯିବା ଆବଶ୍ୟକ। ବହୁ ଜାଗାରେ ଗଣବଳାତ୍କାର କରାଯାଉଛି ଏବଂ ଏହାପରେ ତାକୁ ଭାଇରାଲ କରାଯାଉଛି। ରାଜ୍ୟରେ ଯେତେସବୁ ପୋଲିସ ପଦବୀ ଖାଲି ରହିଛି ତାହାକୁ ତୁରନ୍ତ ପୂରଣ କରାଯାଉ। ଯଦି ସରକାର କାଳିଆ ପାଇଁ ସବୁକିଛି କରିପାରୁଛନ୍ତି ତେବେ ମଣିଷର ଜୀବନ ରକ୍ଷା କରିବାକୁ ଯାହା ଆବଶ୍ୟକ ତାହା କାହିଁକି କରିବେ ନାହିଁ ବୋଲି ସେ କହିଛନ୍ତି। ୨୦୦୯ ମସିହାରୁ ଖଣି ଦୁର୍ନୀତି ସମ୍ପର୍କରେ ବହୁ ଆଲୋଚନା ହେଲା। ଏନେଇ ହାଇକୋର୍ଟରେ ପିଆଇଏଲ୍‌ ମଧ୍ୟ ଦାଖଲ କରାଗଲା ଏବଂ ଏହି ଦୁର୍ନୀତିର ସିବିଆଇ ତଦନ୍ତ କରିବା ଲାଗି ଦାବି ହୋଇଥିଲା। ମାତ୍ର ଏହାପରେ ଦିଲ୍ଲୀରୁ ଓକିଲ ଆଣି ଲିଜଧାରୀଙ୍କୁ ବଞ୍ଚାଇବାକୁ ଉଦ୍ୟମ ଚାଲିଲା। ଏଥିପାଇଁ ସେହି ଓକିଲଙ୍କୁ ଦୈନିକ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରାଗଲା। ମାତ୍ର ଏ ପର୍ଯ୍ୟନ୍ତ ରାୟ ପ୍ରକାଶ କରାଗଲାନାହିଁ ବୋଲି ସେ କହିଛନ୍ତି। ଭୁବନେଶ୍ୱରରେ ଏକ ବଡ ଧରଣର ଜମି ଦୁର୍ନୀତି ହୋଇଛି। ଜଣେ ୫ ଏକର ଜମି ସରକାରଙ୍କଠାରୁ ହୋଟେଲ କରିବା ନାଁରେ ନେଇଥିଲେ। ହେଲେ ସେହି ସ୍ଥାନରେ ଏ ପର୍ଯ୍ୟନ୍ତ ହୋଟେଲ କରାଯାଇନାହିଁ। ମୁଖ୍ୟମନ୍ତ୍ରୀ ଏକ ଉତ୍ତରରେ କହିଥିଲେ, ଯଦି କେହି ସରକାରଙ୍କଠାରୁ ହୋଟେଲ କରିବା ପାଇଁ ଜମି ନେଇ ତାହା ନ କରିବେ, ତେବେ ସେହି ଜମି ସରକାରଙ୍କ ନିକଟକୁ ଫେରିଆସିବ। ହେଲେ ତାହା କରାଯାଉ ନାହିଁ। ଜମି ନେଇଥିବା ଲୋକ ହୋଟେଲ ନାଁରେ ସେହି ସ୍ଥାନରେ ଆଉ କିଛି କରିବାକୁ ଚେଷ୍ଟା କରୁଛନ୍ତି, ତେଣୁ ଏଥିରୁ ଭିଜିଲାନ୍ସ କେମିତି କାର୍ଯ୍ୟ କରୁଛି ତାହା ସ୍ପଷ୍ଟ ହୋଇଯାଇଛି ବୋଲି ନରସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ଆନ୍ଦୋଳନ ପରେ ପରୀକ୍ଷା ଘୁଞ୍ଚିଲା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ)- ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆନ୍ଦୋଳନ କରିବା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୂର୍ବ ନିଷ୍ପତ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri