ଭିତରକନିକାରେ ୪ ପ୍ରଜାତିର ୫୦୫ ଡଲ୍‌ଫିନ୍‌

ରାଜନଗର, ୧୨ା୩(ଭାସ୍କର ରାଉତରାୟ):ଚଳିତ ବର୍ଷ ଡଲ୍‌ଫିନ୍‌ ଗଣନା ରିପୋର୍ଟ ମଙ୍ଗଳବାର ପ୍ରକାଶ ପାଇଛି। ଏହି ଅନୁଯାୟୀ ସାରା ଓଡ଼ିଶାରେ ୭୧୦ଟି ଦେଖିବାକୁ ମିଳିଛି। କେବଳ ଭିତରକନିକରେ ୪ ପ୍ରଜାତିର ୫୦୫ଟି ଡଲ୍‌ଫିନ୍‌ ଚିହ୍ନଟ କରାଯାଇଛି। ୨୦୨୪ ରେ ୫୦୨ଟି ଡଲ୍‌ଫିନ୍‌ ଥିବାବେଳେ ଚଳିତବର୍ଷ ୩ଟି ବଢିଛନ୍ତି।
ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଓ ଗହୀରମଥାରେ ସାମୁଦ୍ରିକ ଅଭୟାରଣ୍ୟରେ ଜାନୁଆରୀ ୨୭ରୁ ୨୯ତାରିଖ ଯାଏ ଡଲ୍‌ଫିନ ଗଣନା କରାଯାଇଥିଲା। ଧାମରା ମୁହାଣଠାରୁ ଦେବୀ ମୁହାଣ ଯାଏ ସମୁଦ୍ର ମଧ୍ୟରେ ଓ ଭିତରକନିକା ମଧ୍ୟରେ ଥିବା କ୍ରିକ୍‌ ଓ ନଦୀରେ ୯ଟି ଗଣନାକାରୀ ଟିମ୍‌ ଡଲ୍‌ଫିନ୍‌ ଗଣନା କରିଥିଲେ। ଭିତରକନିକା ସହ ଚିଲିକା, ପୁରୀ, ବ୍ରହ୍ମପୁର, ଭଦ୍ରକ ଓ ବାଲେଶ୍ୱରରେ ଡଲ୍‌ଫିନ୍‌ଙ୍କ ଗଣନା କରାଯାଇଥିଲା। ରିପୋର୍ଟ ଅନୁସାରେ ଭିତରକନିକରେ ଇରାୱାର୍ଡ ଡଲ୍‌ଫିନ୍‌ ୨୨ଟି , ବଟରନୋଜ୍‌ ୫ଟି, ହମ୍ପବ୍ୟାକ୍‌ ୪୭୦ଟି, ସ୍ପିନର ୮ଟିକୁ ମିଶାଇ ୫୦୫ଟି ଡଲ୍‌ଫିନ୍‌ ଦେଖିବାକୁ ମିଳିଛି। ଚିଲିକାରେ ଇରାୱାର୍ଡ ଡଲ୍‌ଫିନ୍‌ ୧୫୯ଟି, ହମ୍ପବ୍ୟାକ ୧୫ଟି ମୋଟ ୧୭୪ଟି ଚିହ୍ନଟ କରାଯାଇଛି। ଏଥିସହ ପୁରୀରେ ୭ଟି , ବ୍ରହ୍ମପୁର ୧୩ଟି, ଭଦ୍ରକରେ ୪ଟି ଓ ବାଲେଶ୍ୱରରେ ୭ଟି ଡଲ୍‌ଫିନ୍‌ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ପୂର୍ବରୁ କେବଳ ଚିଲିକାରେ ଡଲ୍‌ଫିନ୍‌ ଗଣନା କରାଯାଉଥିଲା। ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିଷ୍ପତ୍ତିକ୍ରମେ ୨୦୧୫ ମସିହାଠାରୁ ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା କରାଯାଉଛି। ଭିତରକନିକା ଅଞ୍ଚଳରେ ଡଲ୍‌ଫିନ୍‌ ଗଣନା ପାଇଁ ଚଳିତବର୍ଷ ୯ଟି ଟିମ୍‌ ଗଣନା କରିଥିଲେ। ସମୁଦ୍ର ମଧ୍ୟରେ ୫ଟି ଟିମ୍‌ ଓ ନଦୀ, କ୍ରିକ୍‌ ୪ଟି ଟିମ୍‌ ଡଲ୍‌ଫିନ୍‌ମାନଙ୍କର ଗଣନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri