ଦୁର୍ଦ୍ଦିନରେ ୫୦୦ ବୁଣାକାର ପରିବାର

ଖୋର୍ଦ୍ଧା ଅଫିସ,୨୧ା୩: କରୋନା ମହାମାରୀ ଯୋଗୁ ଏକ ବର୍ଷ ହେବ ଖୋର୍ଦ୍ଧା ଜିଲା ବେଗୁନିଆ ଏବଂ ବୋଲଗଡ଼ ବ୍ଲକର ୫୦୦ରୁ ଊର୍ଦ୍ଧ୍ୱ ବୁଣାକାରଙ୍କ ପରିବାର ହାତ ବାନ୍ଧି ବସିଛନ୍ତି। କଞ୍ଚାମାଲ ଅଭାବ, ପ୍ରସ୍ତୁତ ସାମଗ୍ରୀ ବିକ୍ରି ନ ଥିବାରୁ ବୁଣାକାରଙ୍କ ସମସ୍ୟାକୁ ଏହା ଦ୍ୱିଗଣିତ କରିଛି। ବୁଣାକାରଙ୍କ ଜୀବନ ଜୀବିକା ଦୁର୍ବିଷହ ହୋଇପଡିଛି। ସରକାର ସମସ୍ତଙ୍କ ଲାଗି ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ବୁଣାକାରଙ୍କ ଲାଗି କୌଣସି ଘୋଷଣା କରି ନ ଥିବା ଏକାଧିକ ବୁଣାକାର କହିଛନ୍ତି।
ବେଗୁନିଆ ବ୍ଲକର ରାଉତପଡ଼ାରେ ୨୫୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ରହିଛନ୍ତି। ବର୍ଷସାରା ଏମାନେ ତନ୍ତ ସାହାର୍ଯ୍ୟରେ ସୂତା ଲୁଗା, ପାଟବସ୍ତ୍ର, ଗାମୁଛା, ଶାଢ଼ି ପ୍ରସ୍ତୁତ କରି ପରିବାର ଚଳାଇଥାନ୍ତି। ତେବେ କରୋନା ଯୋଗୁ ଏମାନଙ୍କ କାମ ଠପ୍‌ ହୋଇଯାଇଛି। ଏହି ଗ୍ରାମର ବରିଷ୍ଠ ବୁଣାକାର ଗୋପୀନାଥ ଦାସ କୁହନ୍ତି, କରୋନା ସମୟରେ ଲକ୍‌ଡାଉନ, ଶଟ୍‌ଡାଉନ ଯୋଗୁ ବେପାର ଠପ ହୋଇଗଲା। କଞ୍ଚାମାଲ ଆସିପାରିଲା ନାହିଁ। ଫଳରେ ବହୁ ବୁଣାକାର କାମଧନ୍ଦା ହରାଇଲେ। ପୂର୍ବରୁ ଯାହା ବୁଣା ଲୁଗା ଥିଲା, ତାହାର ବିକ୍ରି ହୋଇପାରିଲା ନାହିଁ। ଏବେ କଞ୍ଚାମାଲ ଦର ଉଚ୍ଚା ରହିଛି। ସରକାରୀ ସହାୟତା ନ ମିଳିଲେ, ବୁଣା କାରିଗରି ବନ୍ଦ ହୋଇଯିବ। ସେହିପରି ସାନପଦର, ସିମର, ଡାଳତୋଳା, ବାରବାଟି ଅଠରାଙ୍ଗ, ବୋଲଗଡ ବ୍ଲକ ଧଳାପଥର ଆଦି ଗ୍ରାମର ୨୫୦ରୁ ଊର୍ଦ୍ଧ୍ୱ ବୁଣାକାର ପରିବାର ଜୀବନ ଦୁର୍ବିଷହ ହୋଇପଡିଛି। ବୁଣାକାର ନିମାଇ ଚରଣ କୁଣ୍ଡୁ କୁହନ୍ତି, ଫନୀ ପରେ କରୋନା ବୁଣାକାର ପରିବାରଙ୍କ ଦୁଃଖକୁ ଦ୍ୱିଗଣିତ କରିଛି। ପ୍ରସ୍ତୁତ ଲୁଗା ବିକ୍ରି ହୋଇପାରୁ ନ ଥିବା ବେଳେ ଆର୍ଥିକ ଅଭାବ ଯୋଗୁ କଞ୍ଚାମାଲ କିଣିପାରୁ ନାହିଁ। ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଅନ୍ୟପଟେ ଗ୍ରାମରେ ଲବ୍ଧ ପ୍ରତିଷ୍ଠିତ ହସ୍ତ୍ର ତନ୍ତ ବୁଣାକାର ସମିତି ଥିଲେ ମଧ୍ୟ ବୁଣାକାରଙ୍କୁ ଉପଯୁକ୍ତ ମଜୁରି ଦେବାରେ ସକ୍ଷମ ନୁହଁ ବୋଲି କେତେଜଣ ବୁଣାକାର କହିଛନ୍ତି। କୌଳାସ ପାତ୍ର କୁହନ୍ତି, ପୂର୍ବରୁ ବିଭିନ୍ନ ଡିଜାଇନର ଶାଢ଼ି ଅର୍ଡର ମିଳିଥିଲା। କାମ ସରିବା ବେଳେ ଲକ୍‌ଡାଉନ, ଶଟ୍‌ଡାଉନ ହୋଇଗଲା। ଅର୍ଡର ଦେଇଥିବା ବେପାରି ଆସିପାରିଲେ ନାହିଁ। ଦୋକାନ ବଜାର ବନ୍ଦ ହୋଇଗଲା। ବିକ୍ରି ହେଲେ ଟଙ୍କା ମିଳିବ। ପୂର୍ବରୁ ବିକ୍ରିିରୁ ଯାହା ମିଳିଥିଲା, ତାହା ପରିବାର ଚଳିବା କଷ୍ଟକର। ବୁଣାକାର ରବୀନ୍ଦ୍ର ଦାସ କୁହନ୍ତି, ବୁଣାଲୁଗା ବିକ୍ରି ନ ହେଲେ, ପରିବାର କିପରି ଚଳିବ ସେ ନେଇ ଚିନ୍ତା ବଢିଛି। ବର୍ତ୍ତମାନ ହାତରେ କାମଧନ୍ଦା ନାହିଁ। କଞ୍ଚାମାଲ ଆସିପାରୁ ନ ଥିବାରୁ ପୂର୍ବରୁ ଅର୍ଡର ଥିବା ସାମଗ୍ରୀ ମଧ୍ୟ ପ୍ରସ୍ତୁତ ହୋଇପାରୁନାହିଁ। ବୁଣାକାର ରମେଶ ଦାସ କୁହନ୍ତି, କଞ୍ଚାମାଲ ପୂର୍ବାପେକ୍ଷା ଦର ବୃଦ୍ଧି ଘଟିଛି। ପୂର୍ବରୁ ପ୍ରସ୍ତୁତ କରିଥିବା ସାମ୍ରଗୀ ସମିତିରେ ପଡି ରହିଛି। ମଜୁରି ମିଳିନାହିଁ। ସରକାରୀ ସହାୟତା ନ ମିଳିଲେ, ଆଗକୁ ବଢିବା କଷ୍ଟକର ହୋଇପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri