୫୦୦ ଆଦିବାସୀ ଗାଁକୁ ଆଦର୍ଶ ଗ୍ରାମ କରାଯିବ: ମନ୍ତ୍ରୀ ନିତ୍ୟାନନ୍ଦ

ଭୁବନେଶ୍ୱର, ୨୨।୮(ସୁନିତ୍‌ ମିଶ୍ର): ଆସନ୍ତା ୫ ବର୍ଷରେ ୫ ଶହ ଆଦିବାସୀ ଗ୍ରାମକୁ ଆଦର୍ଶ ଆଦିବାସୀ ଗ୍ରାମରେ ପରିଣତ କରାଯିବ। ସେହିପରି ଆଦିବାସୀ ବହୁଳ ଜିଲା ଯଥା କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଗଜପତି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରିରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମାଧ୍ୟମରେ ଆଦିବାସୀ ସଂଗ୍ରହାଳୟ ସ୍ଥାପନ କରିବାର ଯୋଜନା ରହିଛି। ୧୬ ଶହ ପ୍ରାଥମିକ ସ୍କୁଲରେ ନୂଆ ହଷ୍ଟେଲ ନିର୍ମାଣ କରାଯିବ। ପ୍ରତି ହଷ୍ଟେଲ ପିଛା ୨ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରଥମ ପର୍ଯ୍ୟାୟରେ ୩୦୧ଟି ହଷ୍ଟେଲର ଉନ୍ନତୀକରଣ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ନୂଆ ୫ ଶହ ପ୍ରାଥମିକ ସ୍କୁଲରେ ହଷ୍ଟେଲ ନିର୍ମାଣ ହେବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇଛନ୍ତି। ରାଜ୍ୟରେ ୧୩ ପ୍ରକାରର ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ(ପିଭିଟିଜି) ଲୋକ ୧୪ ଜିଲାର ୧୬୭୯ଟି ଗଁାରେ ବସବାସ କରୁଛନ୍ତି। ତେବେ ସେମାନେ ରହୁଥିବା ଗଁାଗୁଡ଼ିକ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ଓ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନରେ ସାମିଲ ହେବ। ଚଳିତ ଆର୍ଥିକ ବର୍ଷରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଛାତ୍ରୀଛାତ୍ରଙ୍କ ପ୍ର୍ରାକ୍‌ ମାଟ୍ରିକ୍‌ ଛାତ୍ରବୃତ୍ତି ପରିମାଣ ବୃଦ୍ଧି ପାଇବ। ସେଥିଲାଗି ୫୩୨ କୋଟି ୪୮ ଲକ୍ଷ ୭୬ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ଦୈନିକ ମିଲ୍‌ ବାବଦରେ ଅର୍ଥରାଶିକୁ ବୃଦ୍ଧି କରାଯିବ। ୫୦ ଟଙ୍କାରୁ ଅଧିକ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଡ୍ରପ୍‌ଆଉଟ୍‌ ରୋକିବାକୁ ଶହୀଦ ମାଧୋ ସିଂହ ହାତ ଖର୍ଚ୍ଚ ଯୋଜନା ସମେତ ଦ୍ୱାଦଶ ପର୍ଯ୍ୟନ୍ତ ଅନ୍ବେଷା ଯୋଜନା ବୃଦ୍ଧି ପାଇବ। ରାଜ୍ୟର ବିଭିନ୍ନ ସ୍ଥାନରେ ସଂଖ୍ୟାଲଘୁ ସଂସ୍କୃତି କେନ୍ଦ୍ର ନିର୍ମାଣ କରାଯିବା ସହ ଓବିସି ହଷ୍ଟେଲ ମଧ୍ୟ ଗଢ଼ାହେବ। ଶହେ ସ୍କୁଲରେ ଦ୍ୱାଦଶ ପର୍ଯ୍ୟନ୍ତ ପାଠପଢ଼ା ନେଇ ବ୍ୟବସ୍ଥା କରାଯିବ। ତେବେ ଚଳିତ ଆର୍ଥିକ ବର୍ଷରେ ଏହି ବିଭାଗର କାର୍ଯ୍ୟକ୍ରମ ବ୍ୟୟ ଅଟକଳ ବାବଦରେ ୪୫୫୭ କୋଟି ୩୩ ଲକ୍ଷ ୧ ହଜାର ଟଙ୍କା, ପ୍ରଶାସନିକ ବ୍ୟୟ ବାବଦରେ ୧୧୯୨ କୋଟି ୪୪ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟବରାଦ କରାଯାଇଛି। ମୋଟ ୫୭୪୯ କୋଟି ୭୯ ଲକ୍ଷ ୯୧ ହଜାର ଟଙ୍କାର ବ୍ୟୟବରାଦ ହୋଇଛି; ଯାହା ଗତ ଆର୍ଥିକ ବର୍ଷର ମୂଳ ବଜେଟ ଅଟକଳର ପରିମାଣରୁ ୨୩ ପ୍ରତିଶତ ଅଧିକ। ଗତବର୍ଷ ଏହା ୪୬୫୧.୭୭ କୋଟି ଥିବା ମନ୍ତ୍ରୀ ଗଣ୍ଡ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ରେ ଦମ୍‌ ଦେଖାଇଲା ଶ୍ରୀଲଙ୍କା

କଲମ୍ବୋ,୮ା୨- ଟି୨୦ ବିଶ୍ୱକପ୍‌ରେ ରବିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ୨୦ ରନରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଦ୍ୱାରା ପ୍ରଦତ୍ତ ୧୬୪ ରନର ଟାର୍ଗେଟକୁ ପିଛା…

ସଭା ମଞ୍ଚରେ ମନ୍ତ୍ରୀ-ବିଧାୟକଙ୍କ ଆଲୋଚନା: ବଲାଙ୍ଗୀରରେ ବଢ଼ିଲା ଚର୍ଚ୍ଚା…

ବଲାଙ୍ଗୀର,୮।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜର ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମଞ୍ଚ ଉପରେ ବସିଥିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼.ମୁକେଶ ମହାଲିଙ୍ଗ ଏବଂ ସମ୍ବଲପୁର…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ଜାପାନ ନିର୍ବାଚନ: ଆସିଲା ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ, ଜାଣନ୍ତୁ କେଉଁ ଦଳ…

ଟୋକିଓ,୮ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ସରକାର ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ବିଜୟୀ ହେବା…

୧୨ରେ ଧର୍ମଘଟକୁ ସମର୍ଥନ କରିବ କଂଗ୍ରେସ: ଭକ୍ତ

ଭୁବନେଶ୍ୱର,୮।୨: କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ୪ଟି ଶ୍ରମ କୋଡ୍‌ ବାତିଲ ସହିତ  ବିଭିନ୍ନ ଜନବିରୋଧୀ ନୀତିକୁ ନେଇ ୧୦ଟି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଆସନ୍ତା…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

ସରକାରୀ ବସ୍‌ ଧକ୍କାରେ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଦିଗପହଣ୍ଡି,୮।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଜାପଲ୍ଲୀ ଗାଁ ଛକ ନିକଟରେ ରବିବାର ଏକ ମୁଖ୍ୟମନ୍ତ୍ରୀ ସରକାରୀ ବସ୍‌(ନଂ. ଓଡ଼ି୩୨କେ -୧୮୦୯) ଧକ୍କାରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri