ଭଞ୍ଜନଗର,୫ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଘୋଡ଼ାଦାଣ୍ଡି ନିକଟରେ ଏକ ସରକାରୀ ଜମିରେ ଆଜକୁ ୫୦ ବର୍ଷ ହେବ କୁଡ଼ିଆ ଘରେ ସୁକୁଟା ନାଇକ ଓ ବିଜୟ ନାଇକ ବଡ଼କୋଦଣ୍ଡା ଗ୍ରାମରୁ ଆସି ବସବାସ କରୁଥିଲେ। ୫ ବର୍ଷ ପୂର୍ବରୁ ସୁକୁଟାଙ୍କ ମୃତ୍ୟୁ ଘଟିସାରିଛି। ବର୍ତ୍ତମାନ ତାଙ୍କ ସ୍ତ୍ରୀ କୁମାରୀ ଏବଂ ଝିଅ, ଜ୍ୱାଇଁ, ନାତି ଦୁଇଟି ଘରେ ରହୁଛନ୍ତି। ଆଉ ଗୋଟିଏ ଘରେ ବିଜୟ ରହୁଛନ୍ତି। ସେମାନଙ୍କ ନାମରେ ଜମି ନ ଥିବାରୁ ସେମାନେ ସରକାରଙ୍କ ପକ୍କା ଘର ଯୋଜନାରେ ସାମିଲ ହୋଇପାରି ନ ଥିଲେ। ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିକଳ୍ପ ବ୍ୟବସ୍ଥା କରି ସରକାର ବିଜୟ ଏବଂ କୁମାରୀଙ୍କ ଜ୍ବାଇଁ କ୍ୟାମ୍ପଙ୍କୁ ପକ୍କା ଘର ଯୋଜନାରେ ସାମିଲ କରିଥିଲେ। ବର୍ତ୍ତମାନ ଉକ୍ତ ଘର କାମ ଚାଲିଛି। କିନ୍ତୁ କୁମାରୀଙ୍କୁ ପକ୍କା ଘର ମିଳିନାହିଁ। ଅନ୍ୟପଟେ ବିଜୟଙ୍କୁ ୬୭ ବର୍ଷ ହୋଇଥିଲେ ମଧ୍ୟ ତାଙ୍କୁ ଭତ୍ତା ମିଳିନାହିଁ। ବିଜୟଙ୍କ ରାଶନ କାର୍ଡ ଥିବାରୁ ଚାଉଳ ପାଉଛନ୍ତି। କୁମାରୀ ମଧ୍ୟ ଚାଉଳ ଭତ୍ତା ପାଉଛନ୍ତି। କିନ୍ତୁ କୁମାରୀ ଯେଉଁ କୁଡ଼ିଆ ଘରେ ରହୁଛନ୍ତି ତାହା ବିପଦସଙ୍କୁଳ ଅବସ୍ଥାରେ ଅଛି। ତେଣୁ କୁମାରୀଙ୍କୁ ସରକାରୀ ଘର ଓ ବିଜୟଙ୍କୁ ଭତ୍ତା ଯୋଗାଇ ଦେବା ପାଇଁ ଉଭୟ ନିବେଦନ କରିଛନ୍ତି।

