୧୭ ଥର ଗର୍ଭବତୀ ଥିବା କହି ଲକ୍ଷ ଲକ୍ଷ ଟଙ୍କା ପାଉଥିଲେ ସରକାରୀ ଲାଭ, ସତ ଜଣାପଡିଲା ପରେ…

ରୋମ,୧୯।୨: ଇଟାଲୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ମାତୃତ୍ୱ ସୁବିଧା ପାଇବା ପାଇଁ ପାଞ୍ଚଟି ସନ୍ତାନ ଏବଂ ୧୨ଟି ଗର୍ଭପାତ କରାଇଥିବା ମିଥ୍ୟା ଦାବି କରିଛନ୍ତି। ଏହି ଜାଲିଆତି ସାମ୍ନାକୁ ଆସିବା ପରେ ମହିଳା ଜଣଙ୍କ ୧୧୦,୦୦୦ ୟୁରୋ ଅର୍ଥାତ ପ୍ରାୟ ୯୮ ଲକ୍ଷ ଟଙ୍କା ସରକାରୀ ସୁବିଧା ପାଇ ସାରିଥିଲେ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ୫୦ ବର୍ଷିୟ ବାରବରା ଇଓଲେ ପ୍ରାୟ ୨୪ବର୍ଷ ଧରି ଏହି ଠକେଇ ଚଳାଇଆସୁଥିଲେ ଏବଂ ସରକାରଙ୍କୁ ପ୍ରତାରଣା କରି ଲାଭ ମଧ୍ୟ ଜାରି ରଖିଥିଲେ। ବାରବରା ଦାବି କରିଛନ୍ତି, ସେ ପାଞ୍ଚଟି ସନ୍ତାନ ଜନ୍ମ ଦେଇଛନ୍ତି ଏବଂ ୧୨ ଟି ଗର୍ଭପାତ କରିଛନ୍ତି। ଏଥିପାଇଁ ତାଙ୍କୁ ସରକାରୀ ସୁବିଧା ଭାବରେ ୯୫ ଲକ୍ଷରୁ ଅଧିକ ଟଙ୍କା ମିଳିଛି। ଏହା ବ୍ୟତୀତ ସେ ପ୍ରତ୍ୟେକ ଗର୍ଭଧାରଣ ଏବଂ ଗର୍ଭପାତ ନାମରେ ମାତୃତ୍ୱ ଛୁଟି ମଧ୍ୟ ନେଉଥିଲେ। ଅଭିଯୁକ୍ତ ମହିଳା ଜଣଙ୍କ କହିଛନ୍ତି, ଯେ ସେ ଗତ ବର୍ଷ ଡିସେମ୍ବରରେ ଏକ ଶିଶୁକୁ ଜନ୍ମ ଦେଇଛନ୍ତି ଏବଂ ଏହି ମହିଳା ଜଣଙ୍କ ପ୍ରକୃତରେ ଏକ ସନ୍ତାନକୁ ଜନ୍ମ ଦେଇଛନ୍ତି କି ନାହିଁ ତାହା ଜାଣିବା ପାଇଁ ଅଧିକାରୀମାନେ ଅନୁସନ୍ଧାନ ଆରମ୍ଭ କରିବା ପରେ ଏହି ଠକେଇ ସାମ୍ନାକୁ ଆସିଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ, ମହିଳା ଜଣଙ୍କ ଗର୍ଭବତୀ ଦେଖାଇବା ପାଇଁ ତକିଆ ବ୍ୟବହାର କରୁଥିଲେ। ଯାହାଫଳରେ କେହି ତାଙ୍କୁ ସନ୍ଦେହ କରୁନଥିଲେ। କିନ୍ତୁ ପଞ୍ଚମ ଥର ପାଇଁ ତାଙ୍କର ମିଥ୍ୟା ଧରାପଡିଗଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri