ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ଅଜଣା ୫୦ ପ୍ରତିଶତ ଯୁବବର୍ଗ…

ଜେନେଭା,୧୦।୧୨ : ପୃଥିବୀର ୫୦ ପ୍ରତିଶତ ପିଲା ଏବଂ ଯୁବବର୍ଗମାନେ ଜଳବାୟୁ ପରିବର୍ତ୍ତନ କ’ଣ ତାହା ପ୍ରକୃତରେ ଜାଣନ୍ତି ନାହିଁ। ଅପରପକ୍ଷରେ ୫୦ ପ୍ରତିଶତ ଜଳବାୟୁ ପରିବର୍ତ୍ତନ ବିଷୟରେ ଶୁଣିଛନ୍ତି, ଏହା କ’ଣ ଜାଣଛନ୍ତି। ମିଳିତ ଜାତିସଂଘର ୟୁନିସେଫ ଏବଂ ୫୫ ଟି ଦେଶର ଶିଶୁ ଏବଂ ଯୁବବର୍ଗମାନଙ୍କ ଉପରେ ଗ୍ୟାଲପ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହା ସାମ୍ନାକୁ ଆସିଛି। ଏହି ସର୍ଭେରେ ୧୫ ରୁ ୨୪ବର୍ଷ ବୟସର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା ।

ସର୍ଭେ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ପାଣିପାଗର ପରିବର୍ତ୍ତନ କିମ୍ବା ଅତ୍ୟଧିକ ପାଣିପାଗ ଘଟଣାର ବୃଦ୍ଧି ଏବଂ ମାନବ କାର୍ଯ୍ୟକଳାପ ଯୋଗୁଁ ବିଶ୍ୱ ତାପମାତ୍ରା ବୃଦ୍ଧି ମଧ୍ୟରେ ଯୁବବର୍ଗମାନଙ୍କୁ ସଠିକ ବିକଳ୍ପ ବାଛିବା ପାଇଁ କୁହାଯାଇଥିଲା। ୧୫ ରୁ ୨୪ ବର୍ଷ ବୟସର ୪୮.୮ ପ୍ରତିଶତ ଯୁବବର୍ଗ ଏହି ପ୍ରଶ୍ନର ସଠିକ ଉତ୍ତର ଦେବାକୁ ବିଫଳ ହୋଇଥିଲେ।

ଦୁର୍ବଳ, ନିମ୍ନ ଏବଂ ମଧ୍ୟବିତ୍ତ ଦେଶରେ ବାସ କରୁଥିବା ଯୁବବର୍ଗମାନେ, ଯେଉଁମାନେ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଅଧିକ ବିପଦରେ ଅଛନ୍ତି, ସେମାନଙ୍କ ପାଖରେ ଏହି ବିଷୟରେ ସର୍ବନିମ୍ନ ସୂଚନା ରହିଛି। ପାକିସ୍ତାନରେ କେବଳ ୧୯ ପ୍ରତିଶତ ଯୁବବର୍ଗ ଏହା ଜାଣନ୍ତି। ସିଏରାଲୋନସରେ ୨୬ ପ୍ରତିଶତ ଏବଂ ବାଂଲାଦେଶରେ ୩୭ ପ୍ରତିଶତ ଯୁବବର୍ଗ ଏହି ବିଷୟରେ ସଠିକ ସୂଚନା ପାଇଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଦେଶର କେବଳ ୪୭ ପ୍ରତିଶତ ଯୁବବର୍ଗ ଜଳବାୟୁ ପରିବର୍ତ୍ତନର ପ୍ରକୃତ ଅର୍ଥ ବୁଝନ୍ତି। ଏଥି ସହିତ, ଏହି ସଂଖ୍ୟା ନିମ୍ନ ମଧ୍ୟବିତ୍ତ ଆୟକାରୀ ଦେଶରେ ୪୪ ପ୍ରତିଶତ, ମଧ୍ୟବିତ୍ତ ଆୟକାରୀ ଦେଶରେ ୫୨ ପ୍ରତିଶତ ଏବଂ ଧନୀ ଦେଶରେ ୮୨ ପ୍ରତିଶତ ରେକର୍ଡ କରାଯାଇଛି।

ତେବେ ପୂର୍ବ ଅପେକ୍ଷା ପରିସ୍ଥିତି ଭଲ ରହିଛି। ୧୫ ବର୍ଷ ପୂର୍ବ ତୁଳନାରେ ଜଳବାୟୁ ପରିବର୍ତ୍ତନ ବିଷୟରେ ସମ୍ପ୍ର୍‌ତି ଅଧିକ ଲୋକ ଅବଗତ ଅଛନ୍ତି। ୨୦୦୮ରେ ଜଳବାୟୁ ପରିବର୍ତ୍ତନ ବିଷୟରେ କେବଳ ୫୬ ପ୍ରତିଶତ ଲୋକ ଜାଣିଥିଲେ, କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ୮୦ପ୍ରତିଶତକୁ ବୃଦ୍ଧି ପାଇଛି, ଯାହା ଏକ ଭଲ ସଙ୍କେତ ଅଟେ। ଜଳବାୟୁ ପରିବର୍ତ୍ତନ ବିଷୟରେ ସେମାନେ କେଉଁଠାରୁ ସୂଚନା ପାଇଛନ୍ତି ବୋଲି ପଚରାଯିବାରୁ ୬୦ ପ୍ରତିଶତ ଯୁବବର୍ଗ କହିଥିଲେ ସୋସିଆଲ ମିଡିଆ ହେଉଛି ଉତ୍ସ। ତଥାପି, କେବଳ ୨୩ ପ୍ରତିଶତ ଯୁବକ ଏହି ଖବରକୁ ବିଶ୍ୱାସ କରୁଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri