ଆଇପିଏଲ୍‌ ପାଇଁ ୟୁଏଇ ଯିବେ ୫୦ ନେଟ୍‌ ବୋଲର

ନୂଆଦିଲ୍ଲୀ, ୧୨ା୮ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୦ ସଂସ୍କରଣ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ହେବ। ଏହା ପାଖାପାଖି ଅନ୍ୟ ୫୦ କ୍ରିକେଟରଙ୍କ ଲାଗି ପରୋକ୍ଷରେ ଆଶୀର୍ବାଦ ଭଳି ହୋଇ ପାରେ। ଏହି ଖେଳାଳିମାନେ ୮ଟି ଦଳର ନେଟ୍‌ ବୋଲର ଭାବେ ୟୁଏଇ ଗସ୍ତ କରିବେ। ଅତିକମ୍‌ରେ ତିନୋଟି ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ), କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଓ ଦିଲ୍ଲୀ କ୍ୟାପିଟାଲ ନେଟ୍‌ ବୋଲରମାନଙ୍କ ଏକ ରୋଷ୍ଟର ତାଲିକା ପ୍ରସ୍ତୁତ କରିସାରିଛନ୍ତି। ତାଲିକାରେ ପ୍ରାୟତଃ ପ୍ରଥମ ଶ୍ରେଣୀ, ୧୯ ବର୍ଷରୁ କମ୍‌ ଏବଂ ୨୩ ବର୍ଷରୁ କମ୍‌ ରାଜ୍ୟସ୍ତରୀୟ କ୍ରିକେଟର ସ୍ଥାନ ପାଇଛନ୍ତି। ଏମ୍‌.ଏସ୍‌. ଧୋନୀ, ସୁରେଶ ରାଇନା, ରିଷଭ ପନ୍ତ୍‌ଙ୍କ ଭଳି ଖେଳାଳିଙ୍କୁ ବୋଲିଂ କରିବେ। ଭାରତରେ ଫ୍ରାଞ୍ଚାଇଜ୍‌ଗୁଡ଼ିକ ସାଧାରଣତଃ ସ୍ଥାନୀୟ ଜୁନିୟର ବୋଲରଙ୍କୁ ନେଟ୍‌ ବୋଲର ଭାବେ ବ୍ୟବହାର କରିଥାନ୍ତି। କିନ୍ତୁ ଟୁର୍ନାମେଣ୍ଟ ପାଇଁ ଜୈବ ସୁରକ୍ଷିତ ପଦକ୍ଷେପ ନିଆଯାଇଥିବାରୁ ସମସ୍ତ ଫ୍ରାଞ୍ଚାଇଜଗୁଡ଼ିକୁ ପ୍ରାକ୍ଟିସ ସେସନ ପାଇଁ କ୍ୱାଲିଟି ବୋଲର ଯୋଗାଡ଼ କରିବାକୁ ପଡ଼ିବ। ଆଇପିଏଲ୍‌ ପାଇଁ ପ୍ରତିଟି ଫ୍ରାଞ୍ଚାଇଜ୍‌ ସେମାନଙ୍କ ଖେଳାଳି ସଂଖ୍ୟା ୨୪ରେ ସୀମିତ ରଖିବେ। ୟୁଏଇରେ ପ୍ରତିଟି ଫ୍ରାଞ୍ଚାଇଜ୍‌ ନେଟ୍‌ ବୋଲର ପାଇପାରିବେ ନାହିଁ। ସବୁ ଯଦି ଠିକ୍‌ଠାକ୍‌ ଚାଲେ ତେବେ ଯୋଜନା ମୁତାବକ ଚେନ୍ନାଇ ସୁପର କିଙ୍ଗ୍ସ ୧୦ ବଲ୍‌ ବୋଲରଙ୍କୁ ନେବା ପାଇଁ ସ୍ଥିର କରିଥିବା ଏହାର ସିଇଓ କାଶୀ ବିଶ୍ୱନାଥନ ପ୍ରକାଶ କରିଛନ୍ତି। କୋଲକାତା ନାଇଟ ରାଇଡର୍ସ ଇତିମଧ୍ୟରେ ସେମାନଙ୍କୁ ଏକ ୧୦ ଜଣିଆ ନେଟ୍‌ ବୋଲର ତାଲିକା ପ୍ରସ୍ତୁତ କରି ସାରିଛି। ଦିଲ୍ଲୀ କ୍ୟାପିଟାଲ ୬ଜଣ ନେଟ୍‌ ବୋଲରଙ୍କୁ ନେବା ଲାଗି ସ୍ଥିର କରିଛନ୍ତି। ରାଜସ୍ଥାନ ରୟାଲ୍ସ ଏହାର ନେଟ ବୋଲରଙ୍କ ତାଲିକା ଚୂଡ଼ାନ୍ତ କରି ନାହିଁ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସେମାନଙ୍କ ନିଜସ୍ବ ଏକାଡେମୀରୁ ବୋଲର ନେଇପାରନ୍ତି। ଆରସିବି ଯଦି ପସନ୍ଦ କରେ ତେବେ ଆଦିତ୍ୟ ତାରେଙ୍କ ଭଳି ଭାରତର ପୂର୍ବତନ ୧୯ବର୍ଷରୁ କମ୍‌ କ୍ରିକେଟର ବିଶେଷ ଉପକୃତ ହୋଇ ପାରିବେ। ନେଟ ସେସନରେ ସେ ବିରାଟ କୋହଲିଙ୍କୁ ବୋଲିଂ କରିପାରିବେ। ଆଦିତ୍ୟ ଆରସିବି ଡେଭଲପମେଣ୍ଟାଲ ସ୍କ୍ବାଡ୍‌ର ସଦସ୍ୟ ରହିଛନ୍ତି। ନେଟ୍‌ ବୋଲର ତାଲିକାରେ ସ୍ପିନରମାନଙ୍କ ସଂଖ୍ୟା ମଧ୍ୟ ଭଲ ରହିବ। କାରଣ ଦୁବାଇର ମନ୍ଥର ଟ୍ରାକ୍‌ରେ ବିଶେଷ କରି ଆର୍ଦ୍ର ପରିବେଶରେ ଦଳଗୁଡ଼ିକ ଅଧିକ ସ୍ପିନ୍‌ ବୋଲର ନେବାକୁ ଚାହିଁବେ।


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri