କାର ସହ ୫୦ କେଜି ଗଞ୍ଜେଇ ଜବତବ: ଚାଲାଣକାରୀ ଗିରଫ

ବ୍ରହ୍ମପୁର ଅଫିସ,୨୯।୫: ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଡେପୁଟିକମିଶନର ଡ଼ମ୍ବୁରଧର ଖଣ୍ଡାଙ୍କ ନିର୍ଦ୍ଦେଶରେ ଏକ ଟିମ୍‌ ଫାଷ୍ଟଗେଟ୍‌ ଛକରେ ଗାଡ଼ି ଚେକିଂ କରିଥିଲା। ଏକ ଗଞ୍ଜେଇ ଭର୍ତ୍ତି କାର ଜବତ ସହ ଚାଲାଣକାରୀଙ୍କୁ କାବୁ କରାଯାଇଛି। ଅଭିଯୁକ୍ତ ଜଣଙ୍କ ପୁରୀ ଅମଲା କ୍ଲବ ନିକଟ କଲେଜ ରୋଡର ସିରିଷ ଚନ୍ଦ୍ର ବେହେରାଙ୍କ ପୁଅ ହିମାଂଶୁ ବେହେରା(୨୮)। ଟିମ ଉକ୍ତ କାର ଭିତରୁ ୫୦ କେଜି ଗଞ୍ଜେଇ ଜବତ କରିଥିଲା। ହିମାଂଶୁ କନ୍ଧମାଳ ଜିଲାରୁ ଗଞ୍ଜେଇ ବେଆଇନ ଭାବେ ଆଣି ବ୍ରହ୍ମପୁର ୃ ପୁରୀ ଚାଲାଣ କରୁଥିଲେ ବୋଲି ଅବକାରୀ  ଡେପୁଟି ସୁପେରଟେଣ୍ଡେଣ୍ଟ କୁବେର ସେଠୀ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇ ଓ କାରର ମୂଲ୍ୟ ଆନୁମାନିକ ୧୫ଲକ୍ଷ ଟଙ୍କା ହେବ ବୋଲି ସେ କହିଛନ୍ତି। ଗିରଫ  ଅଭିଯୁକ୍ତଙ୍କୁ ମାମଲା ନମ୍ବର ୯୬/୨୩-୨୪ ରେ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବ୍ରହ୍ମପୁର ଦେଇ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଅବକାରୀ ବିଭଗକୁ ଖବର ମିଳିଥିଲା। ସୋମବାର ବଢି ଭୋର ଡେପୁଟି ସୁପେରଟେଣ୍ଡେଣ୍ଟ ସେଠୀଙ୍କ ନେତୃତ୍ୱରେ ଏକ ଟିମ ଫାଷ୍ଟଗେଟ ଛକରେ ଯାନବାହନ ଯାଞ୍ଚ କରୁଥିଲା। ସେହି ସମୟରେ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଏକ ହୋଣ୍ଡା କାର ନମ୍ବର (ଓ -୦୨ଏଜାଡ଼ – ୮୨୦୧ )କୁ ଅଟକାଇ ଯାଞ୍ଚ କରାଯାଇଥିଲା। କାର ଭିତରେ ୫୦ କେଜି ଗଞ୍ଜେଇ ରହିଥିବା ଦେଖିବାକୁ ମିଳିଥିଲା। ବେଆଇନ ଭାବେ ଗଞ୍ଜେଇ ଚାଲାଣ ଅଭିଯୋଗରେ ଅବକାରୀ ଟିମ ଚାଲାଣକାରୀ ହିମାଂଶୁଙ୍କୁ ଗିରଫ କରିଥିଲା।  ଡେପୁଟି ସୁପେରଟେଣ୍ଡେଣ୍ଟ ସେଠୀଙ୍କ  ନେତୃତ୍ୱରେ ଏକ ଟିମ ଏହି ଚଢ଼ାଉ କରାଯାଇଥିଲା। ଏଥିରେ ଏସଆଇ ଆଜିତ କୁମାର ନାୟକ, କନେଷ୍ଟେବଳ କପିଳାଶ ଭତ୍ରା, କୁମୁଦ ପ୍ରଧାନ, ବଳରାମ ଜେନା, ସୁବ୍ରତ ବେହେରା, ସନ୍ତୋଷ ନାୟକ ଭଗବାନ ହେମ୍ରମ ପ୍ରମୁଖ ସାମିଲ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

ଧର୍ମଗଡ଼ ଉପଖଣ୍ଡରେ କୁଆପଥର ବର୍ଷା: ଯାତାୟାତ ବାଧାପ୍ରାପ୍ତ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଧର୍ମଗଡ଼ ଉପଖଣ୍ଡରେ ସୋମବାର ମଧ୍ୟାହ୍ନରେ ପ୍ରବଳ ଝଡ଼ ତୋଫାନ ସହ କୁଆପଥର ବର୍ଷା ହୋଇଛି। ବିଶେଷ କରି ଉପଖଣ୍ଡର ଧର୍ମଗଡ଼…

ପୋଲିସକୁ ଭୁଆଁ ବୁଲାଇ ନୂଆ ତରିକାରେ ହେଉଥିଲା ଗଞ୍ଜେଇ ଚାଲାଣ, ଖବରପାଇ ପହଞ୍ଚିଗଲା ପୋଲିସ

ମୋହନା,୬।୪( ମନ୍ମଥ ମିଶ୍ର ): ଗଜପତି ଜିଲାର ଭୂସ୍ବର୍ଗ ପାଲଟିଥିବା ଅଡବା ଥାନା ଅଞ୍ଚଳରେ ପୋଲିସର ଘନଘନ ଚଢ଼ାଉ ଜାରି ରହିଛି। ଗତ କିଛି ଦିନ ଭିତରେ…

କଣ୍ଟେନରରେ ଆନ୍ଦ୍ରପ୍ରଦେଶକୁ ହେଉଥିଲା ଗୋ ଚାଲାଣ, ହଠାତ୍‌ ପହଞ୍ଚିଗଲା ପୋଲିସ, ତା’ପରେ…

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ରିଷଗାଁ ବାଇପାସ ରାସ୍ତାରେ ସୋମବାର ବେଆଇନ ଭାବେ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri