ଗଞ୍ଜେଇ ଭର୍ତ୍ତି ଅଟୋ ଜବତ

ବ୍ରହ୍ମପୁର ଅଫିସ,୯ା୨: ଅବକାରୀ ପୋଲିସ ଗୁରୁବାର ସଦର ଥାନା ଅଧୀନ ଇନ୍ଦିରା ଆବାସ ଛକରୁ ଗଞ୍ଜେଇ ଭର୍ତ୍ତି ଏକ ଅଟୋ ଜବତ କରିଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି ପଚରାଉଚରା କରୁଛି। ଅଭିଯୁକ୍ତ ଜଣଙ୍କ ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ପାଣିଗଣ୍ଡା ଗ୍ରାମର ଅଭିଜିତ ସିଂ(୨୭)। ପୋଲିସ ଉକ୍ତ ଅଟୋରୁ ୫୦ କେଜି ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ଜଣଙ୍କ ଉକ୍ତ ଗଞ୍ଜେଇ ଗଜପତି ଜିଲାରୁ ଆଣି ବ୍ରହ୍ମପୁର ଦେଇ ରେଳରେ ବାହାର ରାଜ୍ୟକୁ ଚାଲାଣ କରିଥାନ୍ତେ ବୋଲି ପୋଲିସ ଜାଣିବାକୁ ପାଇଛି। ଏନେଇୁ ପୋଲିସ ଏକ ମାମଲା(ନଂ.୬୪/୨୨-୨୩)ରୁଜୁ କରିଛି। ଅଭିଯୁକ୍ତଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।