୫୦ କୋଟି ଟିକାକରଣ: ଐତିହାସିକ ସଫଳତା

ଭୁବନେଶ୍ୱର,୧୩।୮( ଧରିତ୍ରୀ): ୨୦୨୧ ଅଗଷ୍ଟ ୭ ତାରିଖ ସୁଦ୍ଧା ଭାରତର ୫୦ କୋଟି ନାଗରିକଙ୍କୁ କରୋନା ଟିକା ପ୍ରଦାନ କରାଯାଇଛି। କରୋନା ଭଳି ମାରାତ୍ମକ ଭାଇରସ୍‌କୁ ହରାଇବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ଏବଂ ନକାରାତ୍ମକ ପ୍ରଚାର ସତ୍ତ୍ୱେ ଭାରତ ବିଶ୍ୱର ସର୍ବବୃହତ୍‌ ତଥା ଦ୍ରୁତତମ ଟିକାକରଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ଷମ ହୋଇଛି। ଟିକାକରଣ କାର୍ଯ୍ୟକ୍ରମ ସଫଳତାର ସମସ୍ତ ଶ୍ରେୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଆମ କୋଭିଡ୍‌ ଯୋଦ୍ଧା ଡାକ୍ତର, ନର୍ସ, ବୈଜ୍ଞାନିକ ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ପାଖକୁ ଯାଉଛି। କୋଭିଡ୍‌ ଯୋଦ୍ଧାମାନଙ୍କର ଉତ୍ସର୍ଗୀକୃତ ସେବା, ଧୈର୍ଯ୍ୟ ଏବଂ ସାହସ ପାଇଁ ଏହା ସମ୍ଭବ ହୋଇପାରିଛି। ବିଶ୍ୱର ଏତେ ବଡ଼ ଜନବହୁଳ ରାଷ୍ଟ୍ର ହୋଇ ବି କରୋନା ମହାମାରୀ ଚ୍ୟାଲେଞ୍ଜକୁ ମୁକାବିଲା କରିବାରେ ଭାରତ ଯେଉଁଭଳି ଟିକାକରଣ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଛି, ତାହା ଏବେ ସାରା ବିଶ୍ୱକୁ ଚକିତ କରିଛି।
ଯେତେବେଳେ ସବୁଆଡ଼େ କରୋନା ମହାମାରୀକୁ ନେଇ ଆତଙ୍କ ଖେଳି ଯାଇଥିଲା, ସେତେବେଳେ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭାରତ ସ୍ବଦେଶୀ ଟିକା ବିକଶିତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। କୋଭିଡ୍‌ ମହାମାରୀ ବ୍ୟାପିବାର ଏକ ରେକର୍ଡ ୯ ମାସ ମଧ୍ୟରେ ଭାରତ ଗୋଟିଏ ନୁହେଁ, ଦୁଇଟି ସ୍ବଦେଶୀ ଟିକା ବିକଶିତ କରିବାରେ ସକ୍ଷମ ହୋଇ ପାରିଥିଲା। ଏହା ନିଶ୍ଚିତ ଭାବେ ଏକ ବିରଳ ସଫଳତା, ଯାହାର ସମସ୍ତ ଶ୍ରେୟ ଆମ ଡାକ୍ତର ଏବଂ ବୈଜ୍ଞାନିକମାନଙ୍କ ପାଖକୁ ଯାଉଛି। ବିରୋଧୀ ଦଳଙ୍କ ନକାରାତ୍ମକ ମନ୍ତବ୍ୟ ଏବଂ କାଦୁଅଫିଙ୍ଗା ରାଜନୀତିରେ ଆଦୌ ପ୍ରଭାବିତ ନ ହୋଇ ପ୍ରଧାନମନ୍ତ୍ରୀ ୧୩୫ କୋଟି ନାଗରିକଙ୍କୁ ସୁରକ୍ଷା ଢାଲ ଯୋଗାଇ ଦେବା ଉଦ୍ଦେଶ୍ୟରେ ଟିକାକରଣ କାର୍ଯ୍ୟକ୍ରମକୁ ଜାରି ରଖିଥିଲେ। କୋଭିଡ୍‌ ବିରୋଧରେ ସେ ଯେଉଁଭଳି ଭାରତର ନେତୃତ୍ୱ ନେଇଥିଲେ, ତାହା ସମସ୍ତଙ୍କ ପାଇଁ ଏକ ଦୃଷ୍ଟାନ୍ତ।
୨୦୨୧ ଜାନୁୟାରୀ ୧୬ରେ ଭାରତ କୋଭିଡ୍‌ ବିରୋଧରେ ବିଶ୍ୱର ସର୍ବବୃହତ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ଟିକାକରଣ ପ୍ରାରମ୍ଭରେ କିଛି ଚ୍ୟାଲେଞ୍ଜ ଆସିଥିଲା, କିନ୍ତୁ ସେଗୁଡ଼ିକୁ ଅତିକ୍ରମ କରିବା ପାଇଁ ପ୍ରଥମ ୧୦ କୋଟି ଟିକାକରଣ ପାଇଁ ଭାରତ ୮୫ ଦିନ ସମୟ ନେଇଥିଲା। ୨୧ ଜୁନ୍‌ ୨୦୨୧ରେ ନରେନ୍ଦ୍ର ମୋଦି ସରକାର ଟିକାକରଣ କାର୍ଯ୍ୟକ୍ରମକୁ ନିଜ ତତ୍ତ୍ୱାବଧାନକୁ ନେଇଥିଲେ ଏବଂ ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଟିକାକରଣକୁ ମାଗଣା କରିବାକୁ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀଙ୍କର ଏହି ଘୋଷଣାକୁ ଖୁବ୍‌ ପ୍ରଶଂସା କରାଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ଲୋକଙ୍କ ପାଇଁ ଚିନ୍ତା କରନ୍ତି ବୋଲି ବାର୍ତ୍ତା ଯାଇଥିଲା। ଏହା ପରଠାରୁ ସେ ଆଉ ପଛକୁ ଚାହିଁ ନ ଥିଲେ। ଟିକାକରଣ କାର୍ଯ୍ୟକ୍ରମ କିଭଳି ଶୀଘ୍ର ଓ ପ୍ରଭାବଶାଳୀ ଢଙ୍ଗରେ ସଂଗଠିତ ହୋଇପାରିବ, ସେଥିପାଇଁ ଆରମ୍ଭରୁ ପ୍ରଧାନମନ୍ତ୍ରୀ ଏହାର ନିରୀକ୍ଷଣ କରିଛନ୍ତି। ଏହାଯୋଗୁ ୨୦ କୋଟି ଲୋକଙ୍କୁ ଟିକା ଦେବା ଲକ୍ଷ୍ୟରେ ପହଞ୍ଚତ୍ବା ଲାଗି ମାତ୍ର ୪୫ ଦିନରେ ଭାରତ ୧୦ କୋଟି ଲୋକଙ୍କୁୁ ଟିକା ଦେବାକୁ ସକ୍ଷମ ହେଲା। ତା’ ପରଠାରୁ ଏହି ଅଭିଯାନ ଜୋର୍‌ସୋର୍‌ରେ ଚାଲିଛି। ପରେ ଭାରତ ଆଉ ୧୦ କୋଟି ଲୋକଙ୍କୁ ମାତ୍ର ୨୯ ଦିନରେ ଟିକାକରଣରେ ସାମିଲ କରିପାରି ୩୦ କୋଟିରେ ପହଞ୍ଚତ୍ପାରିଲା। ପୁନଶ୍ଚ ଆଉ ୧୦ କୋଟି ଲୋକଙ୍କୁ ୨୪ ଦିନରେ ଟିକା ଦିଆଗଲା ଓ ଶେଷ ୧୦ କୋଟି ଟିକାକରଣ ଶେଷ ହେଲା ମାତ୍ର ୨୦ ଦିନରେ ଏବଂ ଏହା ୫୦ କୋଟି ଲକ୍ଷ୍ୟ ହାସଲ କଲା। ଦେଶରେ ଚଳିତବର୍ଷ ଶେଷ ସୁଦ୍ଧା ଟିକାକରଣ ଶେଷ କରିବାକୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତିି। ଆମକୁ ଏହି ଲକ୍ଷ୍ୟ ହାସଲ କରିବାକୁ ପଡ଼ିବ। ଟିକା ଉପତ୍ାଦନ ବଢ଼ିଥିବାରୁ ଚଳିତବର୍ଷ ଶେଷ ସୁଦ୍ଧା ମଧ୍ୟ ୧୩୬ କୋଟି ଡୋଜ୍‌ରୁ ଅଧିକ ଟିକା ଆମେ ପାଇପାରିବୁ। ନରେନ୍ଦ୍ର ମୋଦି ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଗୁଡ଼ିକ ମଧ୍ୟରୁ ବାଧ୍ୟତାମୂଳକ ଲାଇସେନ୍ସ ନୀତିର ସରଳୀକରଣ କରାଯାଇଛି, ଫଳରେ ଟିକା ଉପତ୍ାଦନ ଶୀଘ୍ର ବୃଦ୍ଧି ଘଟିଛି। ଏହାଯୋଗୁ କୋଭିଶିଲ୍ଡ ଓ କୋଭାକ୍ସିିନ ଟିକା ଯୋଗାଇବା ସୁଗମ ହୋଇପାରିଛି। ଦେଶରେ ରୁଷିଆ ଟିକା ସ୍ଫୁଟ୍‌ନିକ ଟିକା ଉପତ୍ାଦନ ନିିଶ୍ଚିତ ହୋଇଛି ଓ ନିକଟରେ ଜନ୍‌ସନ୍‌ ଜନ୍‌ସନ୍‌ ଟିକା ଦେଶରେ ବ୍ୟବହାର କରିବା ନିମନ୍ତେ ସବୁଜ ସଙ୍କେତ ଦିଆଯାଇଛି। ଆଗାମୀ ଦିନରେ ଆହୁରି ଅଧିତ୍କ ଟିକା ଭାରତରେ ଉପଲବ୍ଧ ହେବ।
ଭାରତର ଟିକାକରଣ ଅଭିଯାନ ଏକ ଆହ୍ବାନ ହୋଇଆସିଛି। ଏହା ୫୦ କୋଟି ଲୋକଙ୍କୁ ଟିକାକରଣରେ ସାମିଲ କରିଛି ଓ ଏହି ଲକ୍ଷ୍ୟରେ ପହଞ୍ଚତ୍ବା ପାଇଁ ବହୁ ଘାତ ପ୍ରତିଘାତ ଅତିକ୍ରମ କରିଛି। ୧୪ ଏପ୍ରିଲ ୨୦୨୦ରେ ପ୍ରଧାନମନ୍ତ୍ରୀ ‘ଭାକ୍ସିନ ଟାକ୍ସ ଫୋର୍ସ’ ଗଠନ କରିଥିଲେ। ଏହା ମାତ୍ର ୧୫ ଦିନ ମଧ୍ୟରେ ଟିକା ବିକାଶ ପଥରେ ଥିବା ସବୁୁ ବାଧା ଅତିକ୍ରମ କରିଗଲା ଓ ଟିକା ଉପତ୍ାଦନ କରୁଥିତ୍ବା ଦେଶଗୁଡ଼ିକର ନୂଆ ମେଣ୍ଟରେ ପ୍ରବେଶ କରିପାରିଲା। ନିଜେ ପ୍ରଧାନମନ୍ତ୍ରୀ ମୋଦି ସମସ୍ତ ପ୍ରକ୍ରିୟାକୁ ନିୟନ୍ତ୍ରଣ କଲେ ଏବଂ ଯେଉଁଠାରେ ଟିକା ପ୍ରସ୍ତୁତ ହେଉଥିଲା, ସେଠାକୁ ଯାଇ ଆମ ଡାକ୍ତର ଓ ବୈଜ୍ଞାନିକମାନଙ୍କର ସାହସ ବଢ଼ାଇଥିଲେ। ଏହା ଏକ ମହତ୍ତ୍ୱପୂର୍ଣ୍ଣ ଅଭିଯାନ। କିନ୍ତୁ କେତେକ ବିରୋଧୀ ଦଳ ନୈରାଶ୍ୟପୂର୍ଣ୍ଣ ମନୋଭାବ ନେଇ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ବିପଥଗାମୀ କରିବାକୁ ପ୍ରୟାସ କରିଥିଲେ। ପ୍ରଧାନମନ୍ତ୍ରୀ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଜାରି ରଖିଥିବାବେଳେ ବିରୋଧୀମାନେ ଟିକା ସମ୍ପର୍କରେ ଗୁଜବ ପ୍ରଚାର କରିବାରେ ବ୍ୟସ୍ତ ଥିଲେ ଏବଂ ଏହା ଉପରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଏକ ବିରୋଧୀ ଦଳ ‘ମେଡ୍‌ ଇନ୍‌ ଇଣ୍ଡିଆ’ ଟିକାକୁ ‘ଭାଜପା ଟିକା’ ମାର୍କ ଲଗାଇଥିଲା। ବିରୋଧୀମାନଙ୍କର ଏଭଳି ନୈରାଶ୍ୟତା ଭାରତ ଏବଂ ତାହାର ବୈଜ୍ଞାନିକମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରିଥିଲା। ଏହିସବୁ ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସରକାରଙ୍କୁ ସହଯୋଗ କରି ନ ଥିଲେ। କୋଭିଡ୍‌ ଭୂତାଣୁ ବିରୋଧରେ ଭାରତର ଲଢ଼େଇକୁ ପଥଚ୍ୟୁତ କରିବା ଲାଗି ସେମାନଙ୍କର ଏହା ଏକ କାର୍ଯ୍ୟସୂଚୀ ଥିଲା।
କଂଗ୍ରେସ ପାର୍ଟି ଥିଲା ଏହାର ମୁଖ୍ୟ ଷଡ଼ଯନ୍ତ୍ରକାରୀ। ଏହାର ବରିଷ୍ଠ ନେତା ଓ ମୁଖ୍ୟମନ୍ତ୍ରୀମାନେ ଲଗାତର ଟିକାର କ୍ଷମତା ଉପରେ ପ୍ରଶ୍ନ ଉଠାଇଥିଲେ। କେବଳ ଏତିକି ନୁହେଁ, ସେମାନେ ଏହାର ପାର୍ଶ୍ୱପ୍ରତିକ୍ରିୟା ସମ୍ପର୍କରେ ମଧ୍ୟ ଗୁଜବ ପ୍ରଚାର କରିଥିଲେ। କଂଗ୍ରେସଶାସିତ କେତେକ ରାଜ୍ୟ ଟିକାକରଣ ଅଭିଯାନ ଚଳାଇବା ଲାଗି ମନା କରି ଦେଇଥିଲେ। ଫଳସ୍ବରୂପ ସମ୍ପୂର୍ଣ୍ଣ ଅଭିଯାନ ଧିମା ପଡ଼ିଗଲା। ଏପରି କି ଟିକା ଅଭାବ ଥିବା ମିଛ କଥା କହି ଟିକାକରଣ ପ୍ର୍ରକ୍ରିିୟାକୁ ପଥଚ୍ୟୁତ କରିବାକୁ ମଧ୍ୟ ଚେଷ୍ଟା କଲା। ଏମିତି କି କେତେକ କଂଗ୍ରେସଶାସିତ ରାଜ୍ୟ ମୂଲ୍ୟବାନ୍‌ ଟିକାଗୁଡ଼ିକୁ ନଷ୍ଟ କରିବା ଭଳି ଅକ୍ଷମଣୀୟ ପାପ କରିବାକୁ ପଛାଇଲେ ନାହିଁ। ସେମାନେ ଟିକାକୁ ଘରୋଇ ହସ୍ପିଟାଲକୁ ଦେଇଦେଲେ। ଟିକା ବଣ୍ଟନ ଓ କିଣା ଉପରେ ଆମ୍‌ ଆଦ୍‌ମୀ ପାର୍ଟି ଓ କେତେକ କଂଗ୍ରେସଶାସିତ ରାଜ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବାବେଳେ ସେମାନଙ୍କ ଏଭଳି କାର୍ଯ୍ୟକୁ ଚ୍ୟାଲେଞ୍ଜ ଦେଇ ପ୍ରଧାନମନ୍ତ୍ରୀ ସମ୍ପୂର୍ଣ୍ଣ ଟିକାକରଣର ଦାୟିତ୍ୱ ନିଜ କାନ୍ଧ ଉପରକୁ ଆଣିଥିତ୍ଲେ। ବିରୋଧୀମାନଙ୍କର ଏଭଳି କୁତ୍ସିତ କାର୍ଯ୍ୟକୁ ନାଗରିକମାନେ ବୁଝିଗଲେ ଓ ଟିକାକରଣ କାର୍ଯ୍ୟକ୍ରମକୁ ଜୋର୍‌ଦାର କରିବା ଲାଗି ନରେନ୍ଦ୍ର ମୋଦିଙ୍କ ପ୍ରଚେଷ୍ଟାକୁ ଆହୁରି ମଜଭୁତ କରିବାକୁ ନିଷ୍ପତ୍ତି ନେଲେ।
ଭୟଙ୍କର କରୋନା ଭୂତାଣୁ ବିରୋଧୀ ଲଢ଼େଇରେ ଭାରତୀୟ ଜନତା ପାର୍ଟି (ଭାଜପା) ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ସହ ଦୃଢ଼ତାର ସହ ରହିଆସିଛି। ଏହି ମହାମାରୀ ସଙ୍କଟରେ ଭାଜପା କର୍ମୀମାନେ ମଧ୍ୟ ସରକାରଙ୍କୁ ସମସ୍ତ ସହଯୋଗ କରିଛନ୍ତି ଏବଂ ସରକାର ଓ ସ୍ଥାନୀୟ ପ୍ରଶାସନ ସହ କାନ୍ଧକୁ କାନ୍ଧ ମିଳାଇ କାମ କରିଚାଲିଛନ୍ତି। ସାରା ବିଶ୍ୱ ଏବେ କରୋନା ଭୂତାଣୁ ବିରୋଧରେ ଯୁଦ୍ଧ ଜାରି ରଖିଥିତ୍ତ୍ବାବେଳେ ଭାରତରେ ପ୍ରଶିକ୍ଷିତ ସ୍ବାସ୍ଥ୍ୟ ସ୍ବେଚ୍ଛାସେବୀଙ୍କର ଏକ ଟିମ୍‌ ଗଠନ କରିବା ପାଇଁ ଭାଜପା ଏବେ ‘ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ସ୍ବୟଂସେବକ ଅଭିଯାନ’ ଆରମ୍ଭ କରିଛି।
ଟିକା ଯୋଗାଣ କ୍ଷେତ୍ରରେ ବିକଶିତ ଦେଶଗୁଡ଼ିକ ଉପରେ ଭାରତ ଏବେ ଆଉ ନିର୍ଭରଶୀଳ ନୁହେଁ ବୋଲି ବିଶ୍ୱକୁ ଦେଖାଇଦେଇଛି। ଏହା କେବଳ ଦୁଇଟି ବିଶ୍ୱସ୍ତରୀୟ ଟିକା ବିକାଶ କରିବାକୁ ସକ୍ଷମ ହୋଇଛି ତାହା ନୁହେଁ, ବରଂ ବିଶ୍ୱର ସର୍ବବୃହତ୍‌୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଭାରତ ମଧ୍ୟ ଅନେକ ଦେଶକୁ ଟିକା ଯୋଗାଇ ଦେଇଛି। ଭାରତ ପ୍ରତି ଥିବା ବୈଶ୍ୱିକ ଦୃଷ୍ଟିକୋଣର ଏବେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଆମ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ଇଚ୍ଛାଶକ୍ତି ଓ ଦୂରଦୃଷ୍ଟି ମହାମାରୀ ସମୟରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ସୁରକ୍ଷା କବଚ ହୋଇପାରିଛି। ତାଙ୍କ ନେତୃତ୍ୱରେ ଆମେ କେବେ ବି ଅଟକିବୁ ନାହିଁ। ବରଂ ଚଳିତବର୍ଷ ଶେଷସୁଦ୍ଧା ଭାରତକୁ ଶତ ପ୍ରତିଶତ ଟିକାକରଣ କରିବାର ସଙ୍କଳ୍ପ ନେଇ ଆମେ ଉକ୍ତ ଅଭିଯାନକୁ ତୀବ୍ର କରିବୁ।

ଜଗତ୍‌ ପ୍ରକାଶ ନଡ୍ଡା
(ଲେଖକ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ)


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri