୫୦ କୋଟିର କାରବାର ଆକଳନ

ଭୁବନେଶ୍ୱର,୨୩।୯ (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜୟପୁରର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ରଗ୍‌ ଉତ୍ସବ’ ନିକଟରେ ଆରମ୍ଭ ହୋଇଯାଇଛି। ଏପରିକି ଭାରତର ହସ୍ତତନ୍ତ ଉପତ୍ାଦନ କରୁଥିବା ଏବଂ ସମୃଦ୍ଧ ବୟନ ଐତିହ୍ୟର ସ୍ଥଳୀ ଜୟପୁରର ବହୁ ପ୍ରତୀକ୍ଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ରଗ ଉତ୍ସବରେ ଭାରତୀୟ କାରିଗରମାନଙ୍କ କଳା ସାମଗ୍ରୀ ଦେଖିବାକୁ ମିଳିବ। ସେହିଭଳି ଦୀର୍ଘ ଏକ ମାସ ବ୍ୟାପୀ ଚାଲିଥିବା ଥିବା ଏହି ଉତ୍ସବରେ ହସ୍ତତନ୍ତ ସାମଗ୍ରୀର ଏକ ସମୃଦ୍ଧ ପରମ୍ପରା ଦେଖିବାକୁ ମିଳିବ। ଗତ ବର୍ଷ ଏହି ଉତ୍ସବରେ ୧୫ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା। ଚଳିତ ବର୍ଷ ପ୍ରାୟ ୫୦ କୋଟି ଟଙ୍କାର କାରବାର ହେବା ନେଇ ଆୟୋଜନଙ୍କ ପକ୍ଷରୁ ଆକଳନ କରାଯାଇଛି। ରଗ୍‌ ଉତ୍ସବ ଜୟପୁର ରଗ କାରିଗରଙ୍କ ଅତୁଳନୀୟ କାରିଗରି ସମ୍ମାନ ଦେବା ସହିତ ଦେଶବ୍ୟାପୀ ରଗର କଳାକୁ ପ୍ରସାରିତ କରାଯାଉଥିବାବେଳେ ବିଶ୍ୱର ଦର୍ଶକ ଓ ଗ୍ରାହକଙ୍କ ପାଇଁ ଏହା ଏକ ଆଧୁନିକ ଡିଜାଇନ ସହିତ ପରମ୍ପରାକୁ ମଧ୍ୟ ପ୍ରତିପାଦିତ କରିବ।
ଏ ସମ୍ପର୍କରେ ଜୟପୁର ରଗସର ପ୍ରମୁଖ ସଦସ୍ୟ ଯୋଗେଶ ଚୌଧୁରୀ କହିଥିଲେ,ରଗ୍‌ ଉତ୍ସବ କେବଳ ଏକ ପର୍ବ ନୁହେଁ ଏହା ମାନବର ଆତ୍ମା ଓ ସୃଜନଶୀଳତାର ଏକ ଉତ୍ସବ ହୋଇଥିଲାବେଳେ ବିଶ୍ୱରେ ଭାରତର ଆତ୍ମାକୁ ପ୍ରତିଫଳିତ କରୁଥିବା ଏହା ଏକ କାର୍ଯ୍ୟକ୍ରମ ବୋଲି ଯୋଗେଶ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଦିଲ୍ଲୀ, ମୁମ୍ବାଇ, ପୁଣେ, ଜୟପୁର, ବେଙ୍ଗାଲୁରୁ, ଚେନ୍ନାଇ, ଅହମଦାବାଦ, ସୁରଟ ସମେତ ଅନଲାଇନ ପ୍ଲାଟଫର୍ମରେ ଥିବା ରଗ ଷ୍ଟୋର ସହିତ ଯୋଗାଯୋଗ କରି ଗ୍ରାହକମାନେ ସେମାନଙ୍କର ମନପସନ୍ଦର ସାମଗ୍ରୀ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କୁ ଜୋରଦାର ଝଟ୍‌କା, ବଡ଼ ଘୋଷଣା କରି ବିଶ୍ୱରେ ପକାଇଲେ ଚହଳ

ଓ଼୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଝଟକା ଲାଗିଛି। ଆମେରିକାର ଜାତୀୟ ଆତଙ୍କବାଦ ବିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଜୋ…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

ଭେଲିଡେସନ ଆକ୍ଟକୁ ବିରୋଧ, ମାର୍ଚ୍ଚ ୨୫କୁ କଳା ଦିବସ ଭାବେ ପାଳିବେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଭଞ୍ଜନଗର ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ଆନୁକୂଲ୍ୟରେ ଭଞ୍ଜନଗରଠାରେ ସଂଘ ସଭାପତି ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ସୋମବାର…

ଗଙ୍ଗାରେ ଇଫତାର୍‌ ପାର୍ଟିକୁ ନେଇ ତେଜିଲା ବିବାଦ, ଡ଼ଙ୍ଗାରେ ବସି ଚିକେନ ବିରିୟାନୀ ଖାଇବା ଅଭିଯୋଗ ପରେ…

ବାରାଣସୀ,୧୭।୩: ପବିତ୍ର ଗଙ୍ଗା ନଦୀରେ ଡ଼ଙ୍ଗା ଉପରେ ଇଫତାର୍‌ ପାର୍ଟି ଏବଂ ଆମିଷ ସେବନକୁ ନେଇ ଉତ୍ତର ପ୍ରଦେଶର ବାରାଣସୀରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସୋସିଆଲ…

ରାସ୍ତା, ଷ୍ଟ୍ରିଟ୍‌ ଲାଇଟ୍‌ ସମସ୍ୟା ସମାଧାନ ଦାବି

ନନ୍ଦପୁର,୧୭ା୩(ତୁଷାର କାନ୍ତ ମହାନ୍ତି)-ନନ୍ଦପୁର ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ସଦର ମହକୁମା ପଞ୍ଚାୟତରେ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଦୁର୍ଗାପ୍ରସାଦ ଦୋରା, ସରପଞ୍ଚ…

ସିରିଜ୍‌କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ

ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…

ବଟେଶ୍ୱରକୁ ସଂଯୋଗ ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ

ଗଞ୍ଜାମ,୧୭ା୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ବଟେଶ୍ୱର ପୀଠରୁ ୧୬ନଂ. ଜାତୀୟ ରାଜପଥକୁ ସଂଯୋଗ ନିମନ୍ତେ ନିର୍ମାଣଧୀନ ରାସ୍ତା କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri