ଜଗନ୍ନାଥ ଅଟୋ ପକ୍ଷରୁ ୫୦ ଅଟୋ ଡେଲିଭେରି

ଭୁବନେଶ୍ୱର,୨୩।୧୨:ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ବଜାଜ ଅଟୋ ଲିମିଟେଡ୍‌ର ସ୍ବୀକୃତିପ୍ରାପ୍ତ ଡିଲର ଜଗନ୍ନାଥ ଅଟୋ ଜରିଆରେ କମ୍ପାନୀ ୫୦ ଅଟୋ ଗ୍ରାହକଙ୍କୁ ହସ୍ତାନ୍ତରଣ କରାଯାଇଛି। ଏପରିକି ନୟାପଲ୍ଲୀସ୍ଥିତ ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଆଞ୍ଚଳିକ ଶାଖା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଜରିଆରେ ବ୍ୟାଙ୍କର ମୁଦ୍ରାଋଣ ପରିପ୍ରେକ୍ଷୀରେ ଜଗନ୍ନାଥ ଅଟୋ ପକ୍ଷରୁ ୫୦ଟି ବଜାଜ ଅଟୋ ଗାଡି ଗ୍ରାହକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ୟୁନିୟନ ବ୍ୟାଙ୍କର ଡିଜିଏମ୍‌ ସତ୍ୟବାନ ବେହେରା, ଏଜିଏମ୍‌ ଅଶୋକ ମିଶ୍ର, ଜଗନ୍ନାଥ ଅଟୋର ମୁଖ୍ୟ ସୁଶୀଲ ସୁବୁଦ୍ଧି, ବଜାଜ ଅଟୋର ଆଞ୍ଚଳିକ ମୁଖ୍ୟ ଗିରୀଶ ସେନାନି, ଆଞ୍ଚଳିକ ଫାଇନାନ୍ସ ମୁଖ୍ୟ ଋତୁରାଜ ବରୋବରା ଏବଂ ଏରିଆ ସର୍ଭିସ ଅଫିସର ଚନ୍ଦନ ମହାପାତ୍ରଙ୍କ ବ୍ୟତୀତ ଜଗନ୍ନାଥ ଅଟୋର ସାଧାରଣ ପ୍ରବନ୍ଧକ ଧର୍ମାଶିଷ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ। ବିଶେଷକରି ବଜାଜ ଅଟୋର ୩ଚକିିଆ ବ୍ୟବସାୟିକ ଯାନ ଗ୍ରାହକମାନଙ୍କୁ ୟୁନିୟନ ବ୍ୟାଙ୍କ ପକ୍ଷରୁ ସର୍ବନିମ୍ନ ହାରରେ ଋଣପ୍ରଦାନ କରାଯାଇ ସମଗ୍ର ଖୋର୍ଦ୍ଧା ଏବଂ ପୁରୀ ଜିଲା ପାଇଁ ଏକମାତ୍ର ସ୍ବୀକ୍‌ୃତିପ୍ରାପ୍ତ ବିକ୍ରୟ ପ୍ରତିଷ୍ଠାନ ଜଗନ୍ନାଥ ଅଟୋ ପକ୍ଷରୁ ୫୦ଟି ବଜାଜ ଗାଡ଼ି ହସ୍ତାନ୍ତର କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ବଜାଜ ଅଟୋର ଏରିଆ ସେଲ୍‌ସ ମୁଖ୍ୟ ଦେବାଶିଷ ପଣ୍ଡା ଏବଂ ଜଗନ୍ନାଥ ଅଟୋର ବିକ୍ରୟ ମୁଖ୍ୟ ମନୋଜ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏପରିକି ୟୁନିୟନ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସମେତ ଉଭୟ ବଜାଜ ଓ ଜଗନ୍ନାଥ ଅଟୋର ଅଧିକାରୀ ଓ ନିମନ୍ତ୍ରିତ ପ୍ରାୟ ୫୦ଜଣ ଗ୍ରାହକ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ସୂଚନାଯୋଗ୍ୟ, ଜଗନ୍ନାଥ ଅଟୋ ବିଗତ ୭ବର୍ଷ ଧରି ବ୍ୟବସାୟିକ ଯାନର ଅଧିକୃତ ବିକ୍ରେତା ଭାବେ ଉତ୍କୃଷ୍ଟ ଗ୍ରାହକ ସେବା ଓ ବଳିଷ୍ଠ ଭିତ୍ତିଭୂମି ବଳରେ ଓଡ଼ିଶା ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ହାସଲ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

ମହଙ୍ଗା ହେବ ମୋବାଇଲ୍ ରିଚାର୍ଜ, ୨୦% ପର୍ଯ୍ୟନ୍ତ ବଢ଼ିପାରେ ଦାମ୍

ନୂଆଦିଲ୍ଲୀ,୧୯ା୧୨:   ଭାରତର ପ୍ରମୁଖ ଟେଲିକମ୍ କମ୍ପାନୀଗୁଡ଼ିକ ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ୍ ଏବଂ ଭୋଡାଫୋନ୍ ଆଇଡିଆ, ଆସନ୍ତା ବର୍ଷ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ଉଭୟ ପ୍ଲାନର...

ଆଉ ହାତ ମାରିହେବନି, ପୁଣି ଏତେ ବଢିଗଲା ସୁନା ଦର

ନୂଆଦିଲ୍ଲୀ,୧୮।୧୨: ଗୁରୁବାର, ଡିସେମ୍ବର ୧୮ ତାରିଖ, ଭାରତରେ ସୁନା ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଗୁରୁବାର ରୂପା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୨.୧୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri