ନବମ ଶ୍ରେଣୀ ଛାତ୍ରୀଙ୍କୁ ଟେକିନେଲେ ୫ ଯୁବକ: ନିଛାଟିଆ ସ୍ଥାନରେ ଗଣବଳାତ୍କାର ପରେ କଲେ…

ସମ୍ବଲପୁର,୧୯ା୮(ପ୍ରମୋଦ ବହିଦାର):ଯୁବଗୋଷ୍ଠୀ ମଧ୍ୟରେ ବଢ଼ିଚାଲିଛି ଅପରାଧ ପ୍ରବଣତା। ବିଶେଷ କରି ଅପରାଧରେ କିଶୋରମାନଙ୍କ ସମ୍ପୃକ୍ତି ସମ୍ପ୍ରତି ଏକ ଚିନ୍ତାର କାରଣ ପାଲଟିଛି। ସମ୍ବଲପୁର ଜିଲା ଯୁଯୁମୁରାରେ ରବିବାର ସନ୍ଧ୍ୟାରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଥିବା ଜଣାପଡ଼ିଛି। ଏଥିରେ ମୋଟ ୫ଜଣଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ୨ଜଣ ନାବାଳକ। ପୋଲିସ ମୁଖ୍ୟ ଅଭିଯୁକ୍ତ ଶୀତଲେନପାଲି ଦୁମ୍ବୁରୀପଡ଼ାର ସୁଶାନ୍ତ ମିର୍ଦ୍ଧା(୨୧)ଙ୍କୁ ଗିରଫ କରିଥିବାବେଳେ ୨ ନାବାଳକଙ୍କୁ ଧରିଛି। ଅନ୍ୟ ୨ ଅଭିଯୁକ୍ତ ଫେରାର ଥିବା ସମ୍ବଲପୁର ଏସ୍‌ପି ମୁକେଶ କୁମାର ଭାମୁ ସୂଚନା ଦେଇଛନ୍ତି।

ଯୁଯୁମୁରା ଥାନା ଅନ୍ତର୍ଗତ ଶୀତଲେନପାଲି ଅଞ୍ଚଳରେ ରହୁଥିବା ପୀଡ଼ିତା ନାବାଳିକା ନବମ ଶ୍ରେଣୀରେ ପଢ଼ୁଛନ୍ତି। ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ସେ ପଡ଼ା ନିକଟସ୍ଥ ନାଳକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେଠାରେ ଥିବା ମୁଖ୍ୟ ଅଭିଯୁକ୍ତ ମିର୍ଦ୍ଧା ଓ ଅନ୍ୟ ୪ଜଣ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ଟେକି ନେଇଥିଲେ। ଏହାପରେ ସେମାନେ ତାଙ୍କୁ ବଳାତ୍କାର କରି ସେଠାରୁ ଫେରାର ହୋଇଯାଇଥିଲେ। ନାବାଳିକା ଘରକୁ ଫେରି ପରିବାର ଲୋକଙ୍କୁ ସମସ୍ତ ବିଷୟ ଜଣାଇବା ପରେ ରାତିରେ ପୀଡ଼ିତାଙ୍କ ସହିତ ପରିବାର ଲୋକେ ଯୁଯୁମୁରା ଥାନାକୁ ଯାଇ ଏତଲା ଦେଇଥିଲେ। ଏତଲା ଓ ପୀଡ଼ିତାଙ୍କ ବୟାନ ଆଧାରରେ ଥାନାରେ ଭାରତୀୟ ନ୍ୟାୟ ସଂହିତା(ବିଏନ୍‌ଏସ୍‌) ଦଫା ୭୦(ଗଣବଳାତ୍କାର) ଏବଂ ପୋକ୍‌ସୋ ଆଇନର ଦଫା ୬(ଗୁରୁତର ଭାବେ ଯୌନ ନିର୍ଯାତନା) ରେ ଏକ ମାମଲା(ନଂ. ୧୭୪/୨୫)ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତୁରନ୍ତ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଥିଲା। ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ କୁମାର ମେହେରଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ବିଳମ୍ବିତ ରାତିରେ ମୁଖ୍ୟ ଅଭିଯୁକ୍ତଙ୍କ ସହ ୩ ଜଣଙ୍କୁ ଧରିଥିଲା। ଫେରାର ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବ ଏବଂ ଯଥାଶୀଘ୍ର ଚାର୍ଜଶିଟ୍‌ ଦାଖଲ ପୂର୍ବକ କୋର୍ଟରେ ଏହି ମାମଲାର ତୁରନ୍ତ ଫଇସଲା ପାଇଁ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ ପ୍ରମାଣ ଉପସ୍ଥାପନ କରିବାକୁ ପୋଲିସ ପ୍ରୟାସ କରିବ ବୋଲି କହିଛନ୍ତି ଏସ୍‌ପି ଭାମୁ। ସୋମବାର ଗିରଫ ମୁଖ୍ୟ ଅଭିଯୁକ୍ତ ମିର୍ଦ୍ଧାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅପରପକ୍ଷରେ ଧରାପଡିଥିବା ୨ ନାବାଳକଙ୍କୁ ଜୁଭେନାଇଲ୍‌ କୋର୍ଟରେ ହାଜର କରାଯାଇଥିବା ଏସ୍‌ପି ଭାମୁ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତରେ ବୁଧବାର ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବିଭିନ୍ନ ନବନିର୍ମିତ ପ୍ରକଳ୍ପର ଉଦଘାଟନ କରିବା...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri