ଭୁବନେଶ୍ୱର,୨୭।୨(ତ୍ରିନାଥ ମହାନ୍ତି):ଧଉଳି ଘଟଣାଠୁ ବଳି ଗଲା ଶହୀଦନଗର ଥାନା ୟୁନିଟ୍-୯ ଆଦିବାସୀ ହଷ୍ଟେଲ ସମ୍ମୁଖ ଘଟଣା। ପୁରୁଷ ବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ୫ଜଣ ଅଭିଯୁକ୍ତ ଅସଦାଚରଣ କରିବା ସହ କପଡ଼ା ଚିରି ଉଲ୍ଲଗ୍ନ କରିଥିଲେ। ସେତିକିରେ ଅଭିଯୁକ୍ତଙ୍କ ମନ ପୂରି ନ ଥିଲା। ପୁରୁଷ ବନ୍ଧୁଙ୍କୁ ଗୋଡ଼େଇ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏନେଇ ଭୋଇ ନଗରରେ ରହୁଥିବା ଜଣେ ଯୁବତୀ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କେସ୍ ନଂ-୧୧୪/୨୬ରେ ଏକ ମାମଲା ରୁଜୁ କରି ତଦନ୍ତ କରୁଛି। ହେଲେ ଅଭିଯୋଗ ହେବାର ୨୨ ଘଣ୍ଟା ପୂରି ଯାଇଥିଲେ ସୁଦ୍ଧା ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇନି। ଅସଦାଚରଣ ସହ ଆକ୍ରମଣ କରିଥିବା ଅଭିଯୁକ୍ତମାନେ ୟୁନିଟ୍-୯ ଅଞ୍ଚଳର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏନେଇ ଶହୀଦନଗର ଥାନା ଅଧିକାରୀ ସୁଚିତ୍ରବୀରା ଦାଶ କହିଛନ୍ତି, ଯୁବତୀଙ୍କ ଅଭିଯୋଗକୁ ଆଧାର କରି ଏକ ମାମଲା ରୂୁଜୁ କରାଯାଇଛି। ଘଟଣାକୁ ଗୁରୁତ୍ୱର ସହ ନେଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ଖୁବ୍ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଦାଶ କହିଛନ୍ତି।
Dharitri – Odisha’s No.1 Odia Daily

