Posted inଜାତୀୟ

କଶ୍ମୀରରେ କେନ୍ଦ୍ରୀୟ ଶାସନକୁ ୫ ବର୍ଷ

ଶ୍ରୀନଗର, ୨୦ା୬(ପି.ଟି.): ଜମ୍ମୁ-କଶ୍ମୀରରେ ବିନା ନିର୍ବାଚିତ ସରକାରରେ କେନ୍ଦ୍ରୀୟ ଶାସନକୁ ସୋମବାର ୫ ବର୍ଷ ପୂରିଛି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ଗଣତନ୍ତ୍ରର ପୁନଃସ୍ଥାପନା ବିଳମ୍ବ ହେଉଥିବାରୁ ମୁଖ୍ୟ ରାଜନୈତିକ ଦଳ ନ୍ୟାଶନାଲ କନ୍‌ଫରେନ୍ସ ଏବଂ ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟି (ପିଡିପି) କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ଜମ୍ମୁ-କଶ୍ମୀରରେ ଶେଷଥର ପାଇଁ ୨୦୧୪ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଭାଜପା ସମର୍ଥନରେ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ନେତୃତ୍ୱରେ ସେଠାରେ ମେଣ୍ଟ ସରକାର ଗଠନ ହୋଇଥିଲା। ଭାଜପା ସମର୍ଥନ ପ୍ରତ୍ୟାହାର କରିନେବାରୁ ମେହବୁବା ୨୦୧୮ ଜୁନ୍‌ ୧୯ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖରେ ବିଭକ୍ତ କରିଥିଲେ। ଜମ୍ମୁ-କଶ୍ମୀର ଆରମ୍ଭ ହେବା ସହ ଭାରତରେ ଗଣତନ୍ତ୍ରର ଶେଷ ହୋଇଛି ବୋଲି ନ୍ୟାଶନାଲ କନ୍‌ଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ସୋମବାର ଏକ ବ୍ୟଙ୍ଗାତ୍ମକ ଟୁଇଟ୍‌ରେ କହିଛନ୍ତି। ଗଣତନ୍ତ୍ର ଆମ ଶିରାପ୍ରଶିରାରେ ରହିଛି, ଏହା ଆମର ସଂସ୍କୃତି। ଭାରତ ଗଣତନ୍ତ୍ରର ଜନନୀ, ଏହା ଗଣତନ୍ତ୍ରର ମନ୍ଦିର। ଅନ୍ତର୍ଜାତୀୟ ସମୁଦାୟ ଏଭଳି ବଡ଼ ବଡ଼ ଶବ୍ଦକୁ ଖୁସିରେ ଗ୍ରହଣ କରିନେଇଛନ୍ତି। ହେଲେ ଜମ୍ମୁ-କଶ୍ମୀରରେ କେନ୍ଦ୍ରୀୟ ଶାସନକୁ ୫ ବର୍ଷ ପୂରିଛି। ଏଠାରେ ଗଣତନ୍ତ୍ରର ଶେଷ ହୋଇଛି ବୋଲି ଓମାର ଟୁଇଟ୍‌ କରିଛନ୍ତି। ଭାରତକୁ ଗଣତନ୍ତ୍ରର ଜନନୀ କହୁଥିବା ନେତୃତ୍ୱ ଓ ସାରା ଦେଶ ଲଜ୍ଜାରେ ମଥାନତ କରିବା ଆବଶ୍ୟକ ବୋଲି ପିଡିପି ମୁଖପାତ୍ର ମୋହିତ ଭାନ୍‌ କହିଛନ୍ତି। ଜମ୍ମୁ-କଶ୍ମୀରରେ ତୁରନ୍ତ ବିଧାନସଭା ନିର୍ବାଚନ କରାଇବା ପାଇଁ ସବୁ ରାଜନୈତିକ ଦଳ ସ୍ବର ଉଠାଇଛନ୍ତି। ଭାଜପା ମଧ୍ୟ ଏଥିରେ ସାମିଲ ହୋଇଛି। ନିର୍ବାଚନ ତାରିଖ ଘୋଷଣା କରିବା ପାଇଁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରସର ୟୁନିଟରୁ ଚୋରି, ବିଳମ୍ବିତ ରାତିରେ ପାଣି ମୋଟର…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ପଞ୍ଚାୟତ କେ.ସାମନ୍ତରାପୁର ଗ୍ରାମ ନିକଟ ଷ୍ଟୋନ କ୍ରସର ୟୁନିଟରୁ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି…

ଟ୍ରମ୍ପଙ୍କ ଧମକ ପରେ ଇରାନର ବଡ଼ ଘୋଷଣା, ଶତ୍ରୁ ରାଷ୍ଟ୍ରର ଜାହାଜ ବ୍ୟତୀତ ସମସ୍ତ ଜାହାଜକୁ…

ନୂଆଦିଲ୍ଲୀ,୨୨।୩: ଟ୍ରମ୍ପଙ୍କ ଧମକ ପରେ ଇରାନ ପାଲଟା ଜବାବ ଦେଇଛି । ଇରାନ ହର୍ମୁଜ୍ ଷ୍ଟ୍ରେଟ ସମ୍ପର୍କରେ ନିଜର ମତରେ ସାମାନ୍ୟ ନରମତା ଦେଖାଇଛି । ଏହା…

ହର୍ମୁଜ ଷ୍ଟ୍ରେଟରେ ପହଞ୍ଚିଲା ବ୍ରିଟିଶ ବୁଡ଼ାଜାହାଜ, ଟ୍ରମ୍ପଙ୍କ ଧମକ ମଧ୍ୟରେ କୀର ଷ୍ଟାରମରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଚାଲିଥିବା ସଂଘର୍ଷ ଆରମ୍ଭ ହେବାର ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି; ତଥାପି, ଯୁଦ୍ଧ ଶେଷ ହେବାର କୌଣସି ସୂଚନା ନାହିଁ –…

ବିନା ଦର୍ଶକରେ ଖେଳାଯିବ PSL ମ୍ୟାଚ୍, ଏହି କାରଣରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୩: ପାକିସ୍ତାନ ସୁପର ଲିଗ୍ (PSL)ର ନୂତନ ସିଜିନ୍ ମାର୍ଚ୍ଚ ୨୬ ରେ ଆରମ୍ଭ ହେବାକୁ ଯାଉଛି । ସିଜିନ୍ ଆରମ୍ଭ ହେବା ପୂର୍ବରୁ, PCB ଟୁର୍ଣ୍ଣାମେଣ୍ଟ…

ସରକାରୀ ଜମି ଜବରଦଖଲ, ଚୌରଗଡ଼ିଆ ଗ୍ରାମରେ ତୀବ୍ର ଜନଅସନ୍ତୋଷ

ବଞ୍ଚୋ,୨୨।୩(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଚୋରଗାଡ଼ିଆ ଗ୍ରାମରେ ସରକାରୀ ଜମି ଜବରଦଖଲକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ,…

VIDEO:ଷ୍ଟ୍ରେଟ ଅଫ୍ ହର୍ମୁଜରେ ଇରାନର ବଡ଼ ଆକ୍ରମଣ, F-୧୫ ଫାଇଟର ଜେଟକୁ ଖସାଇ ଦେଇଥିବା ଦାବି

ନୂଆଦିଲ୍ଲୀ,୨୨।୩: ଇରାନ ପୁଣିଥରେ ଇସ୍ରାଏଲ ଏବଂ ଆମେରିକାକୁ ଏକ ବଡ଼ ଝଟକା ଦେଇଛି । ଏକ ଇରାନୀ କ୍ଷେପଣାସ୍ତ୍ର ହର୍ମୁଜ୍ ଷ୍ଟ୍ରେଟରେ ଶତ୍ରୁପକ୍ଷର ଏକ F-୧୫ ଲଢ଼ୁଆ…

ଇରାନ ସହ ଯୁଦ୍ଧ ମଧ୍ୟରେ ବଡ଼ ବୟାନ ଦେଲେ ଟ୍ରମ୍ପ! ଜାଣନ୍ତୁ ତେହରାନକୁ ନେଇ କ’ଣ କହିଲେ

ଓ୍ବାଶିଂଟନ,୨୨।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଦେଶ ସମ୍ପର୍କରେ ଏକ…

ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ବଡ଼ ଘୋଷଣା କରି…..

ଭୁବନେଶ୍ବର,୨୨।୩: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନ କନଭେନଶନ ସେଣ୍ଟର ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri