Posted inଜାତୀୟ

୫ ବର୍ଷର ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ବୁଲନ୍ଦଶହର,୪।୧ : ଉତ୍ତରପ୍ରଦେଶରେ ୫ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଶନିବାର ଗିରଫ କରିଛି। ସେମାନେ ହେଲେ ବଳରାମପୁର ଜିଲାର ରାଜୁ ଏବଂ ଲଖିମପୁର ଖେରି ଜିଲାର ବୀରୁ କାଶ୍ୟପ। ସିକନ୍ଦ୍ରାବାଦ ଥାନା ଅଞ୍ଚଳରେ ସେମାନଙ୍କୁ ପୋଲିସ ଗୁଳି ଚଳାଇବା ପରେ ଆହତ ଅବସ୍ଥାରେ ଗିରଫ କରିଛି। ସେମାନଙ୍କଠାରୁ ବେଆଇନ ଅସ୍ତ୍ର ଏବଂ କାଟ୍ରିଜ୍‌ ଜବତ ହୋଇଛି। ସିକନ୍ଦ୍ରାବାଦ ଥାନା ଅଞ୍ଚଳର ଏକ ସ୍ଥାନରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ପଡ଼ିଥିବା ଶୁକ୍ରବାର ରାତିରେ ପୋଲିସ ଖବର ପାଇବା ପରେ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନାବାଳିକାଙ୍କ ବାପା କରିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ନାବାଳିକାର ପରିବାର ରହୁଥିବା ବିଲ୍ଡିଂରେ ଅଭିଯୁକ୍ତ ୨ ଯୁବକ ଭଡ଼ାରେ ରହୁଥିଲେ। ସେମାନେ ବଳାତ୍କାର କରିଥିବା ନାବାଳିକାଙ୍କ ବାପା ଆଶଙ୍କା ବ୍ୟକ୍ତ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ପୋଲିସ ୩ଟି ଟିମ୍‌ ଗଠନ କରିଥିଲା। ସେମାନେ କନଓ୍ବାର ରୋଡ୍‌ର ଏକ ନିର୍ମାଣାଧୀନ କଲୋନିରେ ଲୁଚିଥିବା ସୂଚନା ପାଇ ପୋଲିସ ଚାରିପଟେ ଘେରିବା ସହ ଗୁଳି ଚଳାଇଥିଲା। ଅଭିଯୁକ୍ତ ରାଜୁ ଏବଂ ବୀରୁଙ୍କ ଗୋଡ଼ରେ ଗୁଳିବାଜି ସେମାନେ ଆହତ ହୋଇଥିଲେ। ପରେ ସେମାନଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆକୁ କେମିତି ଫେରିବେ ମହମ୍ମଦ ଶାମି,ଇରଫାନ କହିଲେ ସରଳ ସୂତ୍ର, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୫।୧: ଭାରତର ଘାତକ ଦ୍ରୁତ ବୋଲର ମହମ୍ମଦ ଶାମି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ, ସେ...

ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ...

ଧନୁଯାତ୍ରା କଥା, ବ୍ୟଥା: କାଳ ହେଲା କଂସ, ମଥୁରା ଛାଡ଼ିଲା ହସ୍ତୀ

ବରଗଡ଼,୫ା୧(ପ୍ରେମାନନ୍ଦ ଖମାରୀ):ନୂଆ ସରକାର ଆସିବା ପରେ ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ନୂଆଁ ପରିକଳ୍ପନା କରାଯାଇଥିଲା। ବିଗତ ବର୍ଷ ତୁଳନାରେ ସାଜସଜ୍ଜା ବହୁଗୁଣିତ...

T20 World Cup 2026: ବାଂଲାଦେଶର ସମସ୍ତ T20 ବିଶ୍ୱକପ ମ୍ୟାଚ ଭାରତ ବାହାକୁ ସ୍ଥାନାନ୍ତରିତ ହେବ କି? ICC ନେଇପାରେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୫।୧: ICC ପୁରୁଷ T20 ବିଶ୍ୱକପ ୨୦୨୬ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC)...

ଅସ୍ତବ୍ୟସ୍ତ କରୁଛି କୁହୁଡ଼ି: ଯାତାୟାତରେ ସମସ୍ୟା

ଦାରିଙ୍ଗବାଡି, ୫ /୧ (ଅରୁଣ ସାହୁ ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଘନ କୁହୁଡି ଯେମିତି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି। ସେହିପରି ଜାଡ଼ ମଧ୍ୟ...

୮ରୁ ଶୀତ ମହୋତ୍ସବ: ଯୋଗଦେବେ ଓଡିଶାର ସୁନାମଧନ୍ୟ କଳାକାର

ଦାରିଙ୍ଗବାଡି, ୫।୧ (ଅରୁଣ ସାହୁ ):ଓଡିଶାର କଶ୍ମୀର ଦାରିଙ୍ଗବାଡିରେ ଆସନ୍ତା ୮ରେ ଶୀତ ମହୋତ୍ସବର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା...

ଭାରତ ଉପରେ ଶୁଳ୍କ ବୃଦ୍ଧି କରିବାକୁ ପୁଣି ଧମକ ଦେଲେ ଟ୍ରମ୍ପ, କହିଲେ,‘ପ୍ରଧାନମନ୍ତ୍ରୀ ମୋଦି ମୋତେ ଖୁସି କରିବା ଆବଶ୍ୟକ…’

ଓ୍ବାଶିଂଟନ,୫।୧: ଭେନେଜୁଏଲା ବିରୋଧରେ କାର୍ଯ୍ୟାନୁଷ୍ଠାନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଖବରର ଶିରୋନାମାରେ ଅଛନ୍ତି। ଏହି ସମୟରେ, ସେ ଭାରତ ସମ୍ପର୍କରେ ଏକ...

ବାଂଲାଦେଶ ଟି-୨୦ ବିଶ୍ୱକପ ଦଳରେ ଖେଳିବେ ମୁସ୍ତାଫିଜୁର! ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୫।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଆସନ୍ତା ମାସରେ ହେବାକୁ ଥିବା T20 ବିଶ୍ୱକପ ପାଇଁ ଲିଟନ ଦାସଙ୍କ ନେତୃତ୍ୱରେ ଏକ ୧୫ ଜଣିଆ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri