Posted inଜାତୀୟ

୫ ବର୍ଷର ବାଳିକାଙ୍କୁ ବଳାତ୍କାର ପରେ ହତ୍ୟା

ବୁଲନ୍ଦଶହର,୪।୧ : ଉତ୍ତରପ୍ରଦେଶରେ ୫ ବର୍ଷର ବାଳିକାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଶନିବାର ଗିରଫ କରିଛି। ସେମାନେ ହେଲେ ବଳରାମପୁର ଜିଲାର ରାଜୁ ଏବଂ ଲଖିମପୁର ଖେରି ଜିଲାର ବୀରୁ କାଶ୍ୟପ। ସିକନ୍ଦ୍ରାବାଦ ଥାନା ଅଞ୍ଚଳରେ ସେମାନଙ୍କୁ ପୋଲିସ ଗୁଳି ଚଳାଇବା ପରେ ଆହତ ଅବସ୍ଥାରେ ଗିରଫ କରିଛି। ସେମାନଙ୍କଠାରୁ ବେଆଇନ ଅସ୍ତ୍ର ଏବଂ କାଟ୍ରିଜ୍‌ ଜବତ ହୋଇଛି। ସିକନ୍ଦ୍ରାବାଦ ଥାନା ଅଞ୍ଚଳର ଏକ ସ୍ଥାନରେ ନାବାଳିକା ଜଣକ ଗୁରୁତର ଅବସ୍ଥାରେ ପଡ଼ିଥିବା ଶୁକ୍ରବାର ରାତିରେ ପୋଲିସ ଖବର ପାଇବା ପରେ ତାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନାବାଳିକାଙ୍କ ବାପା କରିଥିବା ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି। ନାବାଳିକାର ପରିବାର ରହୁଥିବା ବିଲ୍ଡିଂରେ ଅଭିଯୁକ୍ତ ୨ ଯୁବକ ଭଡ଼ାରେ ରହୁଥିଲେ। ସେମାନେ ବଳାତ୍କାର କରିଥିବା ନାବାଳିକାଙ୍କ ବାପା ଆଶଙ୍କା ବ୍ୟକ୍ତ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ପୋଲିସ ୩ଟି ଟିମ୍‌ ଗଠନ କରିଥିଲା। ସେମାନେ କନଓ୍ବାର ରୋଡ୍‌ର ଏକ ନିର୍ମାଣାଧୀନ କଲୋନିରେ ଲୁଚିଥିବା ସୂଚନା ପାଇ ପୋଲିସ ଚାରିପଟେ ଘେରିବା ସହ ଗୁଳି ଚଳାଇଥିଲା। ଅଭିଯୁକ୍ତ ରାଜୁ ଏବଂ ବୀରୁଙ୍କ ଗୋଡ଼ରେ ଗୁଳିବାଜି ସେମାନେ ଆହତ ହୋଇଥିଲେ। ପରେ ସେମାନଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ଭୂତ ଭୟ ଘଟଣା, ଜିଲା ପ୍ରଶାସନ ସଚେତନ…..

ରାୟଗଡ଼ା,୨୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଶୁକ୍ରବାର ଜିଲାସ୍ତରୀୟ ଡାହାଣୀ ପ୍ରଥା ନିଷେଧ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି…

କିସ୍‌ ହଷ୍ଟେଲ୍‌ରୁ ମିଳିଲା ଜଣେ ଛାତ୍ରଙ୍କ ମୃତଦେହ: ବଢୁଛି ସନ୍ଦେହ

ଭୁବନେଶ୍ୱର,୨୧।୨(ତ୍ରିନାଥ ମହାନ୍ତି):ଇନ୍‌ଫୋସିଟି ଥାନା ଅନ୍ତର୍ଗତ କିସ୍‌(କଳିଙ୍ଗ ଇନ୍‌ଷ୍ଟଚ୍ୟୁଟ୍‌ ଅଫ୍‌ ସୋସିିଆଲ ସାଇନ୍ସ)ରେ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଛାତ୍ର ହେଲେ ଚନ୍ଦନ ସବର। ତାଙ୍କ…

ବାଇକକୁ ପିଟିଲା ଟ୍ରକ, ଚାପି ହୋଇ ବାଇକ ଆରୋହୀଙ୍କ ଜୀବନ ଗଲା

ବାଲେଶ୍ୱର, ୨୧।୨( ବାଞ୍ଛାନିଧି ଦେ): ବାଲେଶ୍ୱର ୧୬ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଦଣ୍ଡିକା ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି…

ଧସିଲା ଜଳସେଚନ ବିଭାଗର ସର୍ବପୁରାତନ କେନାଲ ବ୍ରିଜ୍‌, ଯାତାୟାତ ଠପ୍‌

ଜୟପୁର,୨୧।୨(ପବନ ପାଣିଗ୍ରାହୀ): ଜଳସେଚନ ବିଭାଗର ଏହି ସର୍ବପୁରାତନ କେନାଲ ବ୍ରିଜ ଧସିଯାଇଛି । ଫଳରେ ଜୟପୁର ସହରରୁ ବାରିଣୀପୁଟ ପଞ୍ଚାୟତର ଅନେକ ଗାଁକୁ ଯାତାୟତ ଠପ୍ ହୋଇଯାଇଛି…

ନାଣ୍ଡୁ ଆଣିଥିଲେ ବନ୍ଧୁକ, ଚଳାଇଲେ ଉତ୍କଳ କେଶରୀ

କଟକ,୨୧।୨(କାର୍ତ୍ତିକ ସାହୁ):କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ଗୁଳିକାଣ୍ଡ ମାମଲାରେ କମିଶନରେଟ ପୋଲିସ ୫ଜଣଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ହୁକୁ…

ପତ୍ନୀଙ୍କୁ ଚାପୁଡ଼ା ମାରିବା ନିଷ୍ଠୁରତା ନୁହେଁ…. କାହିଁକି ଏଭଳି କହିଲେ ହାଇକୋର୍ଟ ଜାଣନ୍ତୁ

ଚଣ୍ଡିଗଡ଼,୨୧।୨: ଗୁଜରାଟ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ବର୍ତ୍ତମାନ ଦେଶବ୍ୟାପୀ ଆଲୋଚନାର ବିଷୟ ପାଲଟିଛି । କେତେକ ଏହାକୁ ଧାର୍ମିକ ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ସମ୍ପୂର୍ଣ୍ଣ…

ଟି୨୦ ବିଶ୍ୱକପ ମଝିରେ ସ୍ତ୍ରୀଙ୍କଠାରୁ ଅଲଗା ହେଲେ ଏହି କ୍ରିକେଟର୍‌: ଛାଡ଼ପତ୍ର ପରେ…

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ମଧ୍ୟରେ ଭାରତୀୟ ଦଳରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଷ୍ଟାର ସ୍ପିନର ରାହୁଲ ଚହରଙ୍କ ଛାଡ଼ପତ୍ର ହୋଇଛି।…

ଫେବୃଆରୀ ୨୩ ତାରିଖରେ କୁମ୍ଭ ରାଶିରେ ଅଙ୍ଗାରକ ଯୋଗ, ୩ ରାଶିକୁ ସତର୍କ….

ଯେତେବେଳେ ମଙ୍ଗଳ ଏବଂ ରାହୁଙ୍କ ସଂଯୋଗ ହୁଏ, ଅଙ୍ଗାରକ ଯୋଗ ସୃଷ୍ଟି ହୁଏ। ୨୩ ଫେବୃଆରୀରେ ମଙ୍ଗଳ ମକର ରାଶି ଛାଡି କୁମ୍ଭ ରାଶିରେ ପ୍ରବେଶ କରିବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri